ETV Bharat / state

ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning classes in Odisha

author img

By ETV Bharat Odisha Team

Published : Mar 30, 2024, 8:33 PM IST

Updated : Mar 30, 2024, 8:45 PM IST

Morning classes in Odisha
Morning classes in Odisha

Morning classes in Odisha: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଆସନ୍ତା ଏପ୍ରିଲ 2ରୁ ସକାଳୁଆ ସ୍କୁଲ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଘୋଷଣା । ଅଧିକ ପଢନ୍ତୁ

ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ । ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କବାଣୀ ଦେଇଛି । ଆଜି ରାଜ୍ୟରେ ଅନେକ ଜିଲ୍ଲାରେ 40 ଡିଗ୍ରୀ ପାର କରିଛି ତାପମାତ୍ରା । ଏଣୁ ଆସନ୍ତା ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସକାଳୁଆ ସ୍କୁଲ ହେବ । ସକାଳ ୭ଟାରୁ ଦିନ ୧୧ଟା ୩୦ ସମୟ ପର୍ଯ୍ୟନ୍ତ ପାଠପଢା ଯିବ । ଏନେଇ ନିର୍ଦ୍ଦେଶାନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Morning classes in Odisha
Morning classes in Odisha

ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ କୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ଆଦି କରିବା ଆବଶ୍ୟକ ବୋଲି କହିଛି ଗଣଶିକ୍ଷା ବିଭାଗ । ଏପଟେ ଓସେପାର ନିର୍ଦ୍ଦେଶକ ଅନୁପମ ଶାହା କହିଛନ୍ତି, " ପ୍ରତିବର୍ଷ ଏପ୍ରିଲ ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କର ନୂଆ ଆଡ଼ମିଶନ କରାଯାଇଥାଏ । ଏନେଇ ସମସ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, " କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହକୁ ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେଥିପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୧୦ଟି ବେଡ଼ ସଂରକ୍ଷିତ ଭାବରେ ରହିଛି । ସବୁବେଳେ କାଜୁଆଲ୍ଟି ଖୋଲା ରହିଛି ।"

ଏହା ବି ପଢନ୍ତୁ- ଆହୁରି ୪-୫ ଦିନ ରାଜ୍ୟରେ ଅସହ୍ୟ ଗରମ ! ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଲର୍ଟ

ଏହା ସହିତ ସେ ଖରାରୁ ବର୍ତ୍ତିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଦିନ ୧୧ଟା ପରେ ଆବଶ୍ୟକ ନଥିଲେ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ମୁଣ୍ଡରେ ଓଦା କପଡ଼ା ଛୋଟ ପିଲାଙ୍କୁ ଖରାକୁ ଛାଡନ୍ତୁ ନାହିଁ । ଏ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସ୍କୁଲର କର୍ତ୍ତୃପକ୍ଷ ସବୁବେଳେ ସଜାଗ ରହିବା ଆବଶ୍ୟକ । ପାଖରେ ପାଣି ବୋତଲ ଆଦି ରଖିବା ଆବଶ୍ୟକ । ଖରା ସମୟରେ ପିଲାମାନଙ୍କୁ ଖେଳ ପଡିଆ ହେଉ ବା ଅନ୍ୟ କୌଣସି କାମ କରିବାକୁ ଦିଅନ୍ତୁ ନାହିଁ । ସ୍କୁଲରେ ସମ୍ପୂର୍ଣ୍ଣ ଭାବରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ତେବେ ରାଜ୍ୟରେ ଏବେ ଅସହ୍ୟ ହେଲାଣି ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ୪୦ ଡିଗ୍ରୀ ଉପରେ ଅନେକ ଜିଲ୍ଲା ରହିଛି । ଦିନ ୧୧ଟା ହେବା ବେଳକୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଯଦି ଯେଉଁ ମାନେ ବାହାରକୁ ବାହାରୁଛନ୍ତି ସେମାନେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଚପଲ ଆଦି ସାଙ୍ଗରେ ନେବା ଆବଶ୍ୟକ । ଯଦି କୌଣସି ଆବଶ୍ୟକତା ରହିଛି ତେବେ ଘରୁ ବାହାରନ୍ତି ଅଯଥା ବାହାରନ୍ତି ନାହିଁ ବୋଲି ସରକାର ସଚେତନତା ସୃଷ୍ଟି କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 30, 2024, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.