ETV Bharat / state

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ଲୁଟି ନେଲେ 90 ହଜାର

author img

By ETV Bharat Odisha Team

Published : Mar 6, 2024, 1:55 PM IST

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ
ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ

Loot From Bus Conductor In Dhenkanal: ରାଜ୍ୟରେ ମାତିଛନ୍ତି ଲୁଟେରା । ନିଶା ଦ୍ରବ୍ୟ ଖୁଆଇ ବସ କଣ୍ଡକ୍ଟର-ଡ୍ରାଇଭର ଓ ହେଲପରଙ୍କଠୁ ଲୁଟିନେଲେ ୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା । ଅଧିକ ପଢନ୍ତୁ

ବସ କର୍ମଚାରୀଙ୍କଠୁ ଲୁଟ୍, ନିଶା ଦ୍ରବ୍ୟ ଖୁଆଇ ୯୦ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ

ଢେଙ୍କାନାଳ: ରାଜ୍ୟରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ନିଶା ଦ୍ରବ୍ୟ, ମାରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ଦୁର୍ବୃତ୍ତ । ଏହାରି ମଧ୍ୟରେ ବର୍ତ୍ତମାନ ଲୁଟର ଶିକାର ହୋଇଛନ୍ତି ତେଙ୍କାନାଳର ୩ଜଣ ବସ କର୍ମଚାରୀ । ନିଶା ଦ୍ରବ୍ୟ ଖୁଆଇ ବସ କଣ୍ଡକ୍ଟର, ଡ୍ରାଇଭର ଏବଂ ହେଲପରଙ୍କ ଠାରୁ ୯୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଅଚେତ ଅବସ୍ଥାରେ ୩ଜଣ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନିଳମାଧବ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଘଟଣା । 'ଦାଶ ଆଣ୍ଡ ଦାଶ' ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦ୍ରବ୍ୟ ଖୁଆଇ ଲୁଟ୍ କରିଛନ୍ତି ଲୁଟେରା । ସୂଚନାନୁସାରେ OR 04 H 7387 ନମ୍ବର ବସଟି ଯାଜପୁର ଟାଉନରୁ ଭୁବନକୁ ଯାତ୍ରୀଙ୍କୁ ଓହ୍ଲାଇଥିଲା । ଏହା ପରେ ଚାରି ପାଞ୍ଚ ଜଣ ବସ କଣ୍ଡକ୍ଟରଙ୍କ ସହ ତିରିଶ ଚାଳିଶ ଜଣ ଯାତ୍ରୀ ଯାଜପୁର ଟାଉନ ଯିବାକୁ କହି ପନ୍ଦର ଶହ ଟଙ୍କା ଅଗ୍ରୀମ ଦେଇଥିଲେ । ପରେ ବସଟିକୁ ନେଇ ଜାତୀୟ ରାଜପଥ ୫୩ କଲେଜ ରୋଡ ନୀଳମାଧବ ପେଟ୍ରୋଲ ପମ୍ପ ନିକଟରେ ରଖିଥିଲେ ।

ସମୟ ଦିନ ଦୁଇଟା ସମୟରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ହୋଟେଲରେ ଭୋଜନ କରାଇ ବସ ନିକଟକୁ ଫେରିଥିଲେ । କୌଶଳ କ୍ରମେ ହେଲପରଙ୍କୁ ପଇସା ଦେଇ କୋଲଡ୍ରିଙ୍କ ମଗାଇଥିଲେ । ହେଲପର ହାତରୁ ଦୁର୍ବୃତ୍ତମାନେ କୋଲଡ୍ରିଙ୍କ ଛଡାଇ ନେଇ ସିଗାରେଟ ପାଇଁ ପଠାଇଥିଲେ । ପରେ ବସ କଣ୍ଡକ୍ଟର, ଡ୍ରାଇଭର ଓ ହେଲପରଙ୍କୁ ସେହି କୋଲଡ୍ରିଙ୍କ ପିଆଇଥିଲେ । ଏହାକୁ ପିଇ ସେମାନେ ଅଚେତ୍‌ ହୋଇଯାଇଥିଲେ । ଯାହାର ଫାଇଦା ନେଇ ଡ୍ରାଇଭରଙ୍କଠୁୁ ୯୦ ହଜାର ଟଙ୍କା ଓ କଣ୍ଡକ୍ଟରଙ୍କ ନିକଟରେ ଥିବା ଟଙ୍କାକୁ ଲୁଟିନେଲେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।

ପରେ ତିନି ବସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ବେହୋସ ଅବସ୍ଥାରେ ଦେଖି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ କଣ୍ଡକ୍ଟର ଅଭୟ କୁମାର ସାହୁଙ୍କ କହିବା ଅନୁସାରେ, ସେମାନଙ୍କୁ ଦୁର୍ବୃତ୍ତ ମାନେ କୋଲଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ପିଆଇଥିଲେ । ଏହାକୁ ପିଇ ସେମାନଙ୍କର ନିଶା ହୋଇଯାଇଥିବାରୁ ନିଦରେ ଶୋଇପଡିଥିଲେ l ତାପରେ ସେମାନେ କିଛି ଜାଣିନାହାଁନ୍ତି । କିନ୍ତୁ ତାଙ୍କ ପାଖରେ ଥିବା ୯୦ ହଜାର ଟଙ୍କା ସହ ବସ ଯାତ୍ରୀଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କା ନଥିବା ଦେଖି ସେମାନେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ଭୁବନ ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ: ଲୁଟେରାଙ୍କ ନଜରରେ ବିବାହ ଉତ୍ସବ: ଅତିଥି ହୋଇ ଆସିଲେ, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ଉପହାର

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.