ETV Bharat / state

ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Feb 17, 2024, 9:29 AM IST

ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Dead body found on roadside: ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ହତ୍ୟା ନା ଦୁର୍ଘଟଣାରୁ ଯୁବକଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ । ଯୁବକଙ୍କୁ ହତ୍ୟା କରାଯାଇଛି ନା ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ନିକଟସ୍ଥ ଝରାଡିହି ପୋଖରିଆ ମୁଖ୍ୟ ରାସ୍ତାକଡରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ତିରିଂ ଥାନା ପୋଲିସ । ତେବେ ମୃତକ ଜଣକ ତିରିଂ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ତ୍ରୈଲକ୍ୟ ନାଏକଙ୍କ ପୁଅ ସୁଫଲ ନାଏକ (୪୨) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଝରାଡିହି ଫାଣ୍ଡି ନିକଟସ୍ଥ ଝରାଡିହି ପୋଖରିଆ ମୁଖ୍ୟରାସ୍ତା କଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ବେଳେ ରାସ୍ତାରେ ଯିବାଆସିବା କରୁଥିବା ଲୋକେ କୌଣସି ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପଡିଥିବା ସନ୍ଦେହ କରିଥିଲେ । ପରେ ମୃତକଙ୍କ ଚେହେରାରେ ଗଭୀର କ୍ଷତ ହୋଇଥିବା ଏବଂ ଦୁଇ କାନରୁ ରକ୍ତସ୍ରାବ ହେଉଥିବା ଜଣାପଡିବା ପରେ ସ୍ଥାନୀୟ ଲୋକେ ଝରାଡିହି ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ତିରିଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଯୁବକଙ୍କ ଚିହ୍ନଟ କରିଥିଲେ । ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ବାଟରେ ଜଗିଥିଲା ଯମ ! ଗଛରେ ପିଟି ହେଲା ବାଇକ, ବାପା ପୁଅ ମୃତ

ମୃତ ଯୁବକଙ୍କ କାନମୁଣ୍ଡା ଓ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଥିଲା । ତେବେ ଯୁବକଙ୍କୁ ଅନ୍ୟତ୍ର କେଉଁଠି ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆଉ କେତେକ ଗୁଳି କରାଯାଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୁହଁ ମାଡି ତଳେ ପଡିଯିବାରୁ କ୍ଷତାକ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିବ ବୋଲି ତିରିଂ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ତିରିଂ ଥାନାରେ ୨୮/୨୪ ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତିରିଂ ଥାନା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.