ETV Bharat / state

ବାଟରେ ଜଗିଥିଲା ଯମ ! ଗଛରେ ପିଟି ହେଲା ବାଇକ, ବାପା ପୁଅ ମୃତ

author img

By ETV Bharat Odisha Team

Published : Feb 14, 2024, 9:53 PM IST

Road Accident In Kandhamal: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିଵା ବେଳେ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଅଧାବାଟରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ବାପା ପୁଅ ମୃତ
ବାପା ପୁଅ ମୃତ

ବାପା ପୁଅ ମୃତ

ଫୁଲବାଣୀ: ଗଛରେ ପିଟି ହେଲା ବାଇକ । ଚାଲିଗଲା ବାପା ପୁଅଙ୍କ ଜୀବନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଥମେ ବାପାଙ୍କ ମୃତ୍ୟୁ ହୋଇଥିଵା ବେଳେ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଅଧାବାଟରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବଳନ୍ଦାପଡା ଅଞ୍ଚଳରେ ।

ସୂଚନା ଅନୁସାରେ ଗତକାଲି (ମଙ୍ଗଳବାର) ଦିନ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କୁଇରୀମାଣ୍ଡୁ ପଞ୍ଚାୟତ ଅଧୀନରେ ଥିବା ଗ୍ଲଟ ଗାଁର ବାପା ବୁଜ ଦିଗାଲ ଓ ତାଙ୍କ ପୁଅ ଦାଉଦ ଦିଗାଲ ସାଡୀଙ୍ଗିଆ ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ 9ଟାରେ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଵାଲନ୍ଦାପଡା ଠାରୁ ଗ୍ଲଟ ଗାଁ ମୁଖ୍ୟ ରାସ୍ତାର ଦୁଡୁପାଙ୍ଗା ଗାଁ ନିକଟ ରାସ୍ତା କଡରେ ଥିବା ଏକ ଗଛରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୁଜ ଦିଗାଲଙ୍କ ମୃତ୍ୟୁ ଘଟିଥିଲା । ସେପଟେ ପୁଅ ଦାଉଦ ଦିଗାଲ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ଗୁରୁତର ଦାଉଦଙ୍କୁ ପ୍ରଥମେ ଵାଲନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଉଥିଲେ । ହେଲେ କଳିଙ୍ଗା ଘାଟି ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ସେଠାରୁ ତାଙ୍କୁ ବ୍ରହ୍ମପୁର ପରିବର୍ତ୍ତେ ଭଞ୍ଜନଗର ମେଡିକାଲକୁ ନେବା ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଯୁବକଙ୍କ ମୃତ ଖବର ପାଇ ଭଞ୍ଜନଗର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଵା ସହ ବ୍ୟବଚ୍ଛେଦ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର, ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ

ଅନ୍ୟପଟେ ଶୋକାକୁଳ ପରିବେଶ ଭିତରେ ବାପା ଓ ପୁଅଙ୍କ ଅନ୍ତିମ ସଂସ୍କାର କରିଯାଇଛି । ଏକାସାଙ୍ଗରେ ପରିବାରର ଦୁଇଦୁଇ ଜଣ ମୁଖିଆଙ୍କୁ ହରାଇ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ମୃତ ଦାଉଦ ଦିଗାଲ ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ମୂଳ ଲାଗି ପରିବାର ପ୍ରତିପୋଷଣ କରିଆସୁଥିଲେ । ତାଙ୍କ ମୃତ୍ୟୁ ପରେ ଏବେ ପରିବାର କେମିତି ଚଳିବ ସେଇ ଚିନ୍ତାରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି କୁଇରମାଣ୍ଡୁ ଅଞ୍ଚଳବାସୀ । ସେପଟେ ଏହି ଘଟଣାକୁ ନେଇ କୌଣସି ଖବର ନଥିବା କହିଛନ୍ତି ଗୋଛାପଡା ଥାନା ଅଧିକାରୀ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.