ETV Bharat / state

ଭାଇ ସାଜିଲା ଭଗାରୀ: ଜମି ବିବାଦକୁ ନେଇ ବଡ଼ ଭାଇକୁ ପିଟି ପିଟି ହତ୍ୟା - Murder For Land Dispute

author img

By ETV Bharat Odisha Team

Published : Mar 24, 2024, 4:46 PM IST

ଭାଇ ସାଜିଲା ଭଗାରୀ
ଭାଇ ସାଜିଲା ଭଗାରୀ

Man Kills his Brother: ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପିଟି ପିଟି ବଡ଼ ଭାଇକୁ ହତ୍ୟା କଲା ମଝିଆ ଭାଇ । ଅଧିକ ପଢ଼ନ୍ତୁ,

ଭାଇ ସାଜିଲା ଭଗାରୀ

ଢେଙ୍କାନାଳ: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପିଟି ପିଟି ବଡ଼ ଭାଇକୁ ହତ୍ୟା କଲା ମଝିଆ ଭାଇ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ଗ୍ରାମରେ । ପଦ୍ମ ଚରଣ ମହାନ୍ତିଙ୍କୁ ଆଜି ସକାଳେ ତାଙ୍କ ସାନ ଭାଇ, ପୁତୁରା ଓ ପୁତୁରା ବୋହୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇ ପ୍ରଥମେ ହିନ୍ଦୋଳ ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଗ୍ରାମର ତଳସାହି ବାସିନ୍ଦା ପଦ୍ମ ଚରଣ ମହାନ୍ତି ତିନି ଭାଇ ଓ ତିନି ଭଉଣୀ । ହେଲେ ଘରବାଡ଼ି ଭାଗବଣ୍ଟା ନେଇ ମଝିଆ ଭାଇ ଅର୍ଥାତ ହତ୍ୟାକାଣ୍ଡର ଅଭିଯୁକ୍ତ ବରୁଣ ମହାନ୍ତି ଜିଦ ଧରିବାରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ସକାଳେ ତାଙ୍କ ସାନ ଭାଇ, ପୁତୁରା ଓ ସାନ ବୋହୂ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ । ପଦ୍ମ ଚରଣ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଥିଲା । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେ ପାଇଁ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... ପୁଅ ସାଜିଲା ପିଶାଚ, ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା - Man Kills Parents

ସେପଟେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ପୂର୍ବରୁ ଏହି ବିବାଦ ସମ୍ପର୍କରେ ମାମଲା ସଦର ଥାନାକୁ ଯାଇଥିଲା । ସେଠାରେ ପୋଲିସ ଏ ଘଟଣାକୁ ଗୁରୁତ୍ୱ ଦେଇ ନଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଉଠାଇଛନ୍ତି ମୃତକଙ୍କ ସାନଭାଇ । ଏପରିକି ତାଙ୍କ ମଝିଆ ଭାଇ ବରୁଣ ମହାନ୍ତି, ପୁଅ ଭବାନୀ ମହାନ୍ତି ଓ ବରୁଣଙ୍କ ପତ୍ନୀ ବିନତି ମିଶି ପଦ୍ମଚରଣଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.