ETV Bharat / state

ପୁଅ ସାଜିଲା ପିଶାଚ, ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା - Man Kills Parents

author img

By ETV Bharat Odisha Team

Published : Mar 24, 2024, 1:38 PM IST

Updated : Mar 24, 2024, 2:29 PM IST

Son Kills Parents: କାଠ ହାଣିବାକୁ ମନା କରିବାରୁ ପୁଅର ମୁଣ୍ଡରେ ଚଢିଲା ପିତ । ଟାଙ୍ଗିଆରେ ହାଣି ବାପା-ମାଆଙ୍କ ଜୀବନ ନେଲା ଜନ୍ମିତ ସନ୍ତାନ । ଅଧିକ ପଢନ୍ତୁ

Man Kills Parents
Man Kills Parents

Son Kills Parents

କେନ୍ଦୁଝର: ତୁଚ୍ଛ ହେଲା ରକ୍ତ ସମ୍ପର୍କ । କାଠ ହାଣିବାକୁ ବାରଣ କରିବାରୁ ବହିଲା ରକ୍ତର ନଦୀ । ଜନ୍ମ କଲା ବାପା ମାଆଙ୍କ ଜୀବନ ନେବାକୁ ପଛାଇଲା ନାହିଁ ପୁଅ । ଟାଙ୍ଗିଆରେ ହାଣି ବାପା ଓ ମାଆକୁ ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବସିରା ଗ୍ରାମରେ । ମୃତକ ହେଉଛନ୍ତି ଗୁରୁଚରଣ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାଲ ମୁଣ୍ଡା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଧ୍ୟାନ ମୁଣ୍ଡାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ-ଲୋଭ ଆଗରେ ଫିକା ପଡିଲା ସମ୍ପର୍କ, ବାପାର ଚାକିରି ପାଇବା ଆଶାରେ ଜୀବନ ନେଲା ପୁଅ

ମିଳିଥିବା ସୂଚନା ଅନୁଯାୟୀ, ଆଜି (ରବିବାର) ସକାଳ ସମୟରେ ବସିରା ଗ୍ରାମରେ ଅଭିଯୁକ୍ତ ଧ୍ୟାନ ମୁଣ୍ଡା ଘର ଅଗଣାରେ କାଠ ହାଣୁଥିଲେ । ଏହି ସମୟରେ ତାଙ୍କ ବାପା ଗୁରୁଚରଣ ମୁଣ୍ଡା ତାଙ୍କୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଧ୍ୟାନ । ମାଆ ପାଲ ଛଡାଇବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଗୁରୁଚରଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିଲେ ପାଲ ମୁଣ୍ଡା । ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଖବର ପାଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାଏକ ଓ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପୁଅ ସାଜିଲା ପିଶାଚ, ସାମାନ୍ୟ ଝଗଡ଼ାରୁ ବାପାକୁ ହତ୍ୟା !

ଗତ କିଛି ବର୍ଷ ହେବ ଧ୍ୟାନର ସ୍ତ୍ରୀ ଶାଶୁ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ ଘରେ ଧ୍ୟାନ ତା'ର ବାପା ମାଆ ଓ ଦୁଇ ପୁଅଙ୍କ ସହ ରହି ଆସୁଥିଲା । ତେବେ କିଛିଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ରହୁନଥିଲା । ସେ ଏକୁଟିଆ ବହୁ ସମୟ ଘର ଭିତରେ ରହି ଆସୁଥିଲା । ପୋଲିସ ଆଜି ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ବିଷୟରେ ପୋଲିସ ତାକୁ ପଚାରଉଚରା କରିବ ।

ଇଟିଭି ଭାରତ, କେନ୍ଦୁଝର

Last Updated :Mar 24, 2024, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.