ETV Bharat / state

କେନ୍ଦ୍ରାପଡାକୁ ବଜ୍ରାଘାତ ଭୟ, 13 ଦିନରେ ଗଲାଣି 8 ଜୀବନ - LIGHTNING Death

author img

By ETV Bharat Odisha Team

Published : Apr 29, 2024, 4:38 PM IST

Updated : Apr 29, 2024, 4:46 PM IST

Lightning strikes in Kendrapara
Lightning strikes in Kendrapara

Lightning strikes Death: ବଜ୍ରାଘାତ ଯୋଗୁଁ କେନ୍ଦ୍ରାପଡାରେ ବଢୁଛି ମୃତ୍ୟୁ ସଂଖ୍ୟା । 13 ଦିନରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଛି । ଅଧିକ ପଢନ୍ତୁ

Lightning strikes in Kendrapara

କେନ୍ଦ୍ରାପଡା: ଲୋକଙ୍କୁ ଘାରିଛି ବଜ୍ରାଘାତ ଭୟ । ବର୍ଷା ହେଲା ମାତ୍ରେ ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ । ମାସ ସରିନାହିଁ ହେଲେ ଗଲାଣି ୮ ଜୀବନ । ଗ୍ରୀଷ୍ମ ଆରମ୍ଭ ବୈଶାଖ ମାସ ଆରମ୍ଭର ମାତ୍ର ଦୁଇଦିନ ପରେ ବଜ୍ରାଘାତରେ ଜିଲ୍ଲାର 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ 27 ତାରିଖରେ ଦୁଇଜଣ ଓ ରବିବାର ସନ୍ଧ୍ୟାରେ ଆଉଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଏପ୍ରିଲ ମାସରେ 8ଜଣ ପ୍ରାଣ ହରାଇଥିବା ବେଳେ ସମଗ୍ର ଜଲ୍ଲାରେ ଦୁଃଖର ଲହରୀ ଖେଳିଯାଇଛି । ତେବେ ଏନେଇ ବ୍ୟାପକ ଜନସଚେତନତା ଦାବି କରିଛନ୍ତି ଲୋକେ ।

ସୂଚନାଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାରେ ଚଳିତମାସ ୧୬ ତାରିଖରେ କାଳ ବୈଶାଖି ପ୍ରଭାବରେ ହୋଇଥିବା ବର୍ଷା ପବନରେ ବଜ୍ରପାତ କାରଣରୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାରୀ, ପୁଣ୍ଡିଲୋ, ବିରିଜଙ୍ଗା ଗାଁର ତିନିଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆଳି ଶାଳିଅଞ୍ଚ ଗାଁର ଜଣେ ଓ ମାର୍ଶାଘାଇ ଅଞ୍ଚଳର ଜଣଙ୍କୁ ମିଶାଇ ଗୋଟିଏ ଦିନରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୭ ତାରିଖ ଦିନ କାଳ ବୈଶାଖି ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଡେରାବିଶ୍ ଥାନା ଅନ୍ତର୍ଗତ ଜହ୍ନିମୁଳ ଗାଁର ମା’ ଶଶୀରେଖା ଓ ପୁଅ ରବୀନ୍ଦ୍ର ବିଲରେ ମୁଗ ଉପାଡୁଥିବା ବେଳେ ପ୍ରାଣ ହରାଇଥିଲେ । ତେବେ ପୁନଃ ରବିବାର ସନ୍ଧ୍ୟାରେ ବଜ୍ରାଘାତରେ ଆଉ ଜଣଙ୍କ ଜୀବନ ଯିବାକୁ ନେଇ ଶୋକାସିକ୍ତ ଆଳି ଥାନା ଅନ୍ତର୍ଗତ ଜେନାବଳୀ ଗାଁ ।

ଏହା ମଧ୍ୟ ପଢନ୍ତୁ: ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, 15 ଦିନରେ କେନ୍ଦ୍ରାପଡ଼ାରୁ 6 ମୃତ - Lightning Strike

ଏହି ବଜ୍ରାଘାତରେ ଲକ୍ଷ୍ମୀଧର ଦାସଙ୍କର ମୃତ୍ୟୁ ହୋଇଥିବା ବେଳେ କାର୍ତ୍ତିକ ଦାସ ଓ ପିତାମ୍ବର ଦାସ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି(ରବିବାର) ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ରବୀନ୍ଦ୍ରଙ୍କ ଆଖିକୁ ଆଜି ପରିବାର ଲୋକେ ଦାନ କରି ତାଙ୍କୁ ଅମର କରିଥିବା ବେଳେ ଗୋଟିଏ ମଶାଣୀରେ ମା’ ପୁଅଙ୍କ ଚିତା ଜଳିବା ହୃଦୟ ବିଦାରକ ଥିଲା । ରବୀନ୍ଦ୍ରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା କାରଣରୁ ପରିବାର ଲୋକଙ୍କୁ ସାହାଯ୍ୟ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ରବିବାର ମୃତ୍ୟୁବରଣ କରିଥିବା ଲକ୍ଷ୍ମୀଧର ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବା କାରଣରୁ ତାଙ୍କ ପରିବାରକୁ ମଧ୍ୟ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି । ତେବେ କାଳବୈଶାଖୀ କାରଣରୁ ମାତ୍ର ୧୩ ଦିନ ମଧ୍ୟରେ ଜିଲ୍ଲାର ଅମୂଲ୍ୟ ୮ଟି ଜୀବନ ଯିବାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବ୍ୟାପକ ଜନସଚେତନତା ଆବଶ୍ୟକ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Apr 29, 2024, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.