ETV Bharat / state

ସ୍ୱାସ୍ଥ୍ୟ ବିଭାଗର ନିର୍ବାଚନ ପ୍ରସ୍ତୁତି, ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ - Preparation of Health Department

author img

By ETV Bharat Odisha Team

Published : May 2, 2024, 10:19 PM IST

Election Preparation of Health Department
Election Preparation of Health Department (Etv Bharat)

Election Preparation of Health Department: ଓଡ଼ିଶାରେ ହେଉଥିବା ଗ୍ରୀଷ୍ମ ପ୍ରବାହକୁ ନଜରେ ରଖି ମତଦାନ ବେଳେ ସ୍ଵାସ୍ଥ୍ୟଗତ ପରିସ୍ଥିତିକୁ ହ୍ରାସ କରାବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି। ଅଧିକ ପଡ଼ନ୍ତୁ,

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ । ମତଦାନ ସମୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ ସହ ମତଦାନ କେନ୍ଦ୍ରରେ ରହିବେ ସ୍ୱାସ୍ଥ୍ୟ ଅଧିକାରୀ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ନିର୍ବାଚନ ତାତି ବଢିବାରେ ଲାଗିଛି । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସାଧାରଣ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ ।

କିଭଳି ମତଦାନ ବେଳେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଵାସ୍ଥ୍ୟଗତ ପରିସ୍ଥିତିକୁ ହ୍ରାସ କରାଯିବ ନେଇ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ନାମାଙ୍କନଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ନିର୍ବାଚନ ପାଇଁ ଜଣେ ପାରାମେଡିକାଲ୍ କର୍ମଚାରୀ, ଆବଶ୍ୟକୀୟ ଔଷଧ ସମେତ ସ୍ୱାସ୍ଥ୍ୟ କର୍ମୀମାନେ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବେ । ମତଦାନ କେନ୍ଦ୍ରରେ ଜଣେ ଲେଖାଁଏ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ନିୟୋଜିତ କରାଯିବ । ଭୋଟର ଏବଂ ମତଦାନ କର୍ମଚାରୀଙ୍କୁ ଅଂଶୁଘାତରୁ ରକ୍ଷା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହ ଜରୁରୀକାଳୀନ କଲ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ଜଣେ ଆୟୁଷ ଡାକ୍ତର, ଜଣେ ପାରାମେଡିକାଲ୍ କର୍ମଚାରୀଙ୍କ ସମେତ ମୋବାଇଲ୍ ହେଲ୍ପ ୟୁନିଟ୍ ମଧ୍ୟ କାର୍ଯ୍ୟ କରିବ । ଏମାନଙ୍କୁ ସମସ୍ତ ବ୍ଲକ ସ୍ତରରେ ନିୟୋଜିତ କରାଯିବ।

ଏହା ମଧ୍ୟ ପଡ଼ନ୍ତୁ.. ଭୋଟ ହାର ବଢ଼ାଇବାକୁ ସ୍ୱତନ୍ତ୍ର ପ୍ରୟାସ; ଓମଫେଡ଼ କ୍ଷୀର ପ୍ୟାକେଟରେ ଭୋଟର ସଚେତନତା - Voter Awareness On Omfed Milk

ଏହା ସହ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଁଏ ଗ୍ରାମ ସ୍ତରର କର୍ମୀମାନଙ୍କୁ ନିୟୋଜିତ କରାଯିବ । ସେହିପରି ଭାବରେ ସମସ୍ତ ଜିଲ୍ଲାପାଳଙ୍କ ପରାମର୍ଶରେ ସମସ୍ତ ସିଡିଏମଓ, ପିଏଚଓ ଏବଂ ସ୍ଥାନୀୟ ଆଶାକର୍ମୀ, ପାରାମେଡିକାଲ ସମେତ ସ୍ଵାଚ୍ଛା ସେବୀମାନଙ୍କୁ ନିୟୋଜିତ କରାଯିବ । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ର ସ୍ଥାନ ପାଇଁ ତାଲିମ ପ୍ରାପ୍ତ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନେ ନିୟୋଜିତ ହେବେ। ତେବେ ଆବଶ୍ୟକ ଲଜିଷ୍ଟିକ୍ସ, ଓଆରଏସ ସମେତ ପାନୀୟ ଜଳ ଆଦି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସାଧାରଣ ନିର୍ବାଚନକୁ ସୁଗମ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସମସ୍ତ ଦିଗକୁ ନଜର ରଖିଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ମଇ 13 ତାରିଖ, ଦ୍ଵିତୀୟ ମଇ 20 ତାରିଖ, ତୃତୀୟ 25 ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଜୁନ 1 ତାରିଖରେ ହେବ । ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.