ETV Bharat / state

ପେଶାଦାର ଅପରାଧୀକୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Feb 12, 2024, 9:59 PM IST

ପେଶାଦାର ଅପରାଧୀକୁ ବାନ୍ଧିଲା ପୋଲିସ
ପେଶାଦାର ଅପରାଧୀକୁ ବାନ୍ଧିଲା ପୋଲିସ

Habitual Criminal Arrested: ବଲାଙ୍ଗୀରରୁ ଜଣେ ପେଶାଦାର ଅପରାଧୀକୁ ଗିରଫ । ତା' ପାଖରୁ ଗୋଟିଏ ବନ୍ଧୁକ ସହ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ପେଶାଦାର ଅପରାଧୀକୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: ଫେରାର ପେଶାଦାର ଅପରାଧୀ ଗିରଫ । ପୋଲିସକୁ ବନ୍ଧୁକ ଦେଖାଇ ଖସି ଯିବାବେଳେ କାବୁ କଳା ପୋଲିସ । ହତ୍ୟା ଲୁଟ ଡ଼କାୟତି ଭଳି ଦଶଟି ମାମଲାରେ ଥିଲା ସମ୍ପୃକ୍ତ । ଗୋଟିଏ ପିସ୍ତଲ, ନଗଦ ଟଙ୍କା ତିନୋଟି ବାଇକ୍ ଜବତ । ଉକ୍ତ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ବଲାଙ୍ଗୀରର ଜଣେ ପେଶାଦାର ଅପରାଧୀ ପ୍ରଦୀପ ପଟ୍ଟନାୟକକୁ ଧରିଲା ବଲାଙ୍ଗୀର ଟାଉନ ପୋଲିସ । ତେବେ ହତ୍ୟା, ଲୁଟ, ଡକାୟତି, ବେଆଇନ୍ ମଦ କାରବାର ଓ ମନି ଲଣ୍ଡ୍ରିଙ୍ଗ ଭଳି ଦଶଟି ମାମଲାରେ ଥିଲା ୱାଣ୍ଟେଡ । ତେବେ ଦୀର୍ଘ ଦିନରୁ ସେ ଫେରାର ଥିବାବେଳେ ନିକଟରେ ଆଉ ଏକ ମାମଲାରେ ସେ ଜଡ଼ିତ ଥିବାବେଳେ ପୋଲିସ ତାକୁ ଖୋଜୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ତାର ରାମେଶ୍ବର ନଗର ସ୍ଥିତ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ପୋଲିସକୁ ଏକ ବନ୍ଧୁକ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା । ଏହା ସେ ସେହି ବନ୍ଧୁକଟିକୁ ପୋଲିସ ଉପରକୁ ଫୋପାଡ଼ି ଦେଇ ଚମ୍ପଟ ମାରିବା ପାଇଂ ଚେଷ୍ଟା କରିଥିଲା ।

ତେବେ ପୋଲିସ ସଦଳବଳ ତାକୁ ଧରିବାରେ ସଫଳ ହୋଇଥିଲା । ତା' ଠାରୁ ପୋଲିସ ଏକ ଦେଶୀ ପିସ୍ତଲ, ନଗଦ ଏକ ଲକ୍ଷ୍ୟ ୫୫ ହଜାର ଟଙ୍କା, ତିନୋଟି ବାଇକ୍, ମୋବାଇଲ ଇତ୍ୟାଦି ଓ ୧୬ଲିଟର ବେଆଇନ୍ ମଦ ପୋଲିସ୍ ଜବତ କରିଛି । ଏହାସହ ଆଜି ତାକୁ କେସ ନମ୍ୱର୍ ୮୭ରେ ଏକ ମାମଲା ରୁଜୁ କରି ଦଫା ୩୪୧, ୩୫୩, ୩୦୭, ୧୬୮, ୨୭୨, ୫୦୭ ଓ ୫୨ଏ ଆଇପିସି ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡ଼ିପିଓ ପ୍ରଦୀପ କୁମାର ସାହୁ ।

ଏହା ମଧ୍ୟ ପଢନ୍ତୁ ...ପୋଲିସ ହାବୁଡରେ ମହିଳା ଚୋର, ଚାକରାଣୀ ସାଜି କରୁଥିଲା ଲୁଟ

ସୂଚନା ଅନୁସାରେ ସଂପୃକ୍ତ ଅଭିଯୁକ୍ତ ପୂର୍ବରୁ ୨୦୧୬ରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ହୋଇ ଜେଲ ଯାଇଥିଲା । ସେ ବେଲରେ ଆସି ପୁଣି ଅପରାଧୀକ କାର୍ଯ୍ୟରେ ସକ୍ରିୟ ହୋଇଥିଲା । ସେହିପରି ବିଭିନ୍ନ ଥର ସେ ଗିରଫ ହୋଇ ଜେଲ ଯାଇ ପୁଣି ଜାମିନରେ ଆସି ଅଭ୍ୟାସଗତ ଭାବରେ ଅପରାଧ କରି ଆସୁଥିଲା । ନିକଟରେ ଆମ ପଡ଼ାଠାରେ ଏକ ଆକ୍ରମଣ ଓ ଲୁଟରେ ସେ ପୁଣି ଜଡ଼ିତ ରହିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ତା'କୁ ଗିରଫ କରିବା ପାଇଁ ଚଢାଉ କରିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.