ETV Bharat / state

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କୁ ବିରୋଧ, ବନ୍ଦ ହେଲା କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Mar 12, 2024, 10:23 PM IST

Protest Against Nivedita Menon
Protest Against Nivedita Menon

Student Protest Against Nivedita Menon: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ବିରୋଧ । ବନ୍ଦ ହେଲା କାର୍ଯ୍ୟକ୍ରମ, ଫେରିଗଲେ ପ୍ରଫେସର । ଅଧିକ ପଢନ୍ତୁ

Protest Against Nivedita Menon

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ବିରୋଧ । ଆଜି ଜିଏମ୍‌ ବିଶ୍ୱ ବିଦ୍ୟାଳୟରେ ମହିଳା ଦିବସ ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମରେ ପ୍ରଫେସର ନିବେଦିତା ମେନନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସେ ଆସୁଥିବା ବେଳେ ଜିଏମ୍‌ ବିଶ୍ୱ ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ନିବେଦିତା ମେନନଙ୍କୁ ବିରୋଧ କରି ନାରା ଦେବା ସହ ପ୍ରବଳ ବିରୋଧ କରିଥିଲେ । ଫଳରେ କାର୍ଯ୍ୟକ୍ରମକୁ ବାତିଲ କରାଯିବା ସହ ନିବେଦିତାଙ୍କୁ ସେଠାରୁ ଯିବାକୁ ପଡିଥିଲା ।

ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଚାମ୍ବର ଭିତରକୁ ଧସେଇ ପଶିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, JNUର ପ୍ରଫେସର କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଦେଶ ବିରୋଧୀ ବିବାଦୀୟ ବୟାନ ଦେଇଥିଲେ । ତେବେ ଏଭଳି ବ୍ୟକ୍ତିତ୍ବକୁ ପୁଣିଥରେ କିଭଳି ନିମନ୍ତ୍ରଣ ଦିଆଯାଇଛି ? ଏହାର ସନ୍ତୋଷଜନକ ଉତ୍ତର ନପାଇବା ଫଳରେ ଦୀର୍ଘ ଅଧଘଣ୍ଟା ଧରି କୁଳପତିଙ୍କୁ ଘେରି ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ବିଭାଗର ସମ୍ମୁଖକୁ ଡାକି ସେଠାରେ ବହୁ ସମୟ ଧରି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଟକିଛି ନିଯୁକ୍ତି ପ୍ରକ୍ରିୟା, ବାଧା ସାଜିଛି ନ୍ୟାୟିକ ବ୍ୟବସ୍ଥା

ଏହି ଘଟଣା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ସୁଧାଂଶୁ ଶେଖର ବରେଇ କହିଛନ୍ତି, "ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଏମ୍‌ ବିଶ୍ୱ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ JNUର ପ୍ରଫେସର ନିବେଦିତା ମେନନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭାରତ ବେଆଇନ ଭାବେ କାଶ୍ମୀରକୁ କବଜା କରିଛି ବୋଲି ନିବେଦିତା ପୂର୍ବରୁ ବିବାଦୀୟ ବୟାନ ଦେଇଥିଲେ । ଏହାସହ ଭାରତୀୟ ସେନା କାଶ୍ମୀରର ନାରୀମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ମଧ୍ୟ ସେ ବୟାନ ଦେଇଛନ୍ତି । ତେବେ ଏଭଳି ବିବାଦୀୟ ଓ ଦେଶଦ୍ରୋହୀ ବ୍ୟକ୍ତିଙ୍କୁ କିପରି ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଗଲା ବୋଲି ପ୍ରଶ୍ନ କରିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଗଲା ।" ତେବେ ଏହି ଘଟଣା ନେଇ ଜିଏମ୍‌ ବିଶ୍ୱବିଦ୍ୟାଳୟର କୁଳପତି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.