ETV Bharat / state

ରାଜଧାନୀରେ ମାଛ ପାଇଁ ମହାଭାରତ ! ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼

author img

By ETV Bharat Odisha Team

Published : Mar 10, 2024, 9:11 PM IST

Updated : Mar 11, 2024, 2:22 PM IST

Attack On Fish Seller
Attack On Fish Seller

Attack On Fish Seller: ମାଛ ବିକ୍ରି କରୁଥିବା ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅସାମାଜିକ ବ୍ୟକ୍ତି । ନ୍ୟାୟ ପାଇଁ ପୋଲିସ ନିକଟରେ ଗୁହାରୀ କଲେ ମହିଳା । ପଢନ୍ତୁ ପୁରା ଖବର

Attack On Fish Seller

ଭୁବନେଶ୍ବର: ବାକି ଟଙ୍କା ମାଗିବା ହେଲା କାଳ । ମାଛ ବିକ୍ରି କରୁଥିବା ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅସାମାଜିକ ବ୍ୟକ୍ତି । ଦୁର୍ବ୍ୟବହାର ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ଅତ୍ୟାଚାରର ଶିକାର ପରେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧ ଦମ୍ପତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳକୁ ଆସି ଛାନଭିନ ଆରମ୍ଭ କରିଛି ।

ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ସ୍ଥିତ ବମିଖାଲରେ ମାଛ ବିକ୍ରି ପରିବାର ପ୍ରତିପୋଷଣ କରନ୍ତି ବୃଦ୍ଧ ଦମ୍ପତି । ସ୍ଥାନୀୟ ହୋଟେଲ ମାଲିକ ସେଠାରେ ନିଜର ଦବଦବା ଜାହିର କରିଆସୁଥିଲେ । ସେହି ଅଞ୍ଚଳରେ ଥିବା ଛୋଟ ଦୋକାନକୁ ଆରମ୍ଭ କରି ବଡ଼ ଦୋକାନ ପର୍ଯ୍ୟନ୍ତ ସଭିଙ୍କୁ ଧମକ ଚମକ ଦେଉଥିଲେ ସମ୍ପୃକ୍ତ ମାଲିକ ।

ଆଜି ମାଛ ବିକୁଥିବା ବୃଦ୍ଧ ଦମ୍ପତି ଏହି ଧମକର ଶିକାର ହୋଇଥିବା ଅଭିଯୋଗ ହୋଇଛି । ମାଛ କିଣିବା ପରେ 2 ମାସ ଧରି ଟଙ୍କା ଦେଉନଥିଲେ ସେ । ଏହିପରି ଦିନ ଗଡ଼ାଇବା ପରେ ବୃଦ୍ଧା ଜଣଙ୍କ ଟଙ୍କା ମାଗିବାକୁ ଯାଇଥିଲେ । ହେଲେ ଟଙ୍କା ମାଗିବାରୁ ରାଗ ଜର୍ଜରିତ ହୋଇ ଦୋକାନରେ ପହଞ୍ଚିଥିଲେ ସମ୍ପୃକ୍ତ ମାଲିକ । ସେ ଦୋକାନ ଭଙ୍ଗାରୁଜା କରିବା ସହ ବୃଦ୍ଧାଙ୍କୁ ମାଡ଼ ମାରିବା ଓ ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ସେହି ଅଞ୍ଚଳରେ ନିଜର ଦବାଦବା ଦେଖାଇ ଆସୁଥିବା ଅଭିଯୋଗ ହୋଇଛି । ପାନ ଦୋକାନଠୁ ଆରମ୍ଭ କରି ମୋବାଇଲ ଦୋକାନ, ହୋଟେଲ ଓ ପରିବା ଦୋକାନରେ ନାଲି ଆଖି ଦେଖାଉଛନ୍ତି । ଏଭଳି ଘଟଣା ପରେ‌ ଆକ୍ସନ ମୋଡରେ କମିଶନରେଟ ପୋଲିସ । ବୃଦ୍ଧ ଦମ୍ପତିଙ୍କୁ ଧରି ଜଣେ ମହିଳା ଅଫିସରଙ୍କ ସହ 3 ଜଣ ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଏନେଇ‌ ବମିଖାଲ ଅଞ୍ଚଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଡ୍ଡା ଓ ହୋଟେଲ ଲଗାଇଥିବା ଭଡ଼ା ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ରାଜଧାନୀରେ ପୋଲିସ ବଟି ବିରୋଧରେ କଡ଼ା ଆଭିମୁଖ୍ୟ ନେଉଛି ସତ । ହେଲେ ବାସ୍ତବରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏବେବି ଲୋକେ ବଟି ଆଦାୟର ଶିକାର ହେଉଥିବା କୁହାଯାଉଛି । ପ୍ରତିବାଦ କଲେ ନାଲି ଆଖି ଦେଖାଇବା ସହ ହଇରାଣ ହରକତ କରୁଛନ୍ତି ଅସାମାଜିକ ବ୍ୟକ୍ତି । ବଟି ବିରୋଧରେ ପୋଲିସର ଅଭିଯାନ‌ କେତେ ଦୂର ସଫଳ ହୋଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 11, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.