ETV Bharat / state

ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Mar 1, 2024, 11:08 PM IST

Bombing In Bhubaneswar:ପୁଣି ରାଜଧାନୀ ଅଶାନ୍ତ । ବାଇକରେ ଆସି କାରକୁ ଉପରକୁ ଫିଙ୍ଗିଲେ ବୋମା । ନୀଳାଦ୍ରି ବିହାର ATM ଛକରେ ଖେଳିଗଲା ଭୟର ବାତାବରଣ । ଅଧିକ ପଢନ୍ତୁ

v
ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୁତ୍ତ

ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୁତ୍ତ

ଭୁବନେଶ୍ବର: ପୁଣି ରାଜଧାନୀ ଅଶାନ୍ତ । ବାଇକରେ ଆସି କାର ଉପରକୁ ଫିଙ୍ଗିଲେ ବୋମା । ନୀଳାଦ୍ରି ବିହାର ATM ଛକରେ ଖେଳିଗଲା ଭୟର ବାତାବରଣ । କେହି କିଛି ବୁଝିବା ଆଗରୁ ଫୁଟିଲା ବୋଲା ଏବଂ ଚମ୍ପଟ ମାରିଲେ ଦୁର୍ବୃତ୍ତ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାରକୁ ଦୁର୍ବୁତ୍ତ ବୋମା ଫିଙ୍ଗିଛନ୍ତି ଜଣାପଡ଼ିଛି । ବୋମା ମାଡ଼ରେ କାରର କାଚ ଭାଙ୍ଗି ଚୁରମାର ହୋଇଛି ।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଆଜି (ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୯ଟା ୩୦ମିନିଟ ସମୟରେ ଗୋଟିଏ ବାଇକରେ ଦୁଇ ଦୁର୍ବୃତ୍ତ ହେଲମେଟ ପିନ୍ଧି ଆସିଲେ । ରାସ୍ତା କଡ଼ରେ ପାର୍କିଁଂ ହୋଇଥିବା OD05BC6037 ନମ୍ବର କାର ଉପରକୁ ହଠାତ୍ ବୋମା ଫିଙ୍ଗି ଥିଲେ । ଗୋଟିଏ ନୁହେଁ ବରଂ ଲଗାତାର ଦୁଇଟି ବୋମା ଫିଙ୍ଗି ଥିଲେ ।ଏନେଇ ଗାଡ଼ିର ଡ୍ରାଇଭର ପାଖ କାଚ ଭାଙ୍ଗିଥିବା ବେଳେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।ଏହି ଘଟଣା ପରେ ସ୍ଥନୀୟ ଲୋକେ ଆତଙ୍କିତ ହୋଇଥିଲେ । ହଠାତ୍ ସେହି ସ୍ଥାନରେ କୋକୁଆ ଭୟ ଖେଳି ଯାଇଥିଲେ ।

କେହି ଭୟରେ ସେଠାକୁ ଯାଇନଥିଲେ । କାଳେ କାରରେ ବୋମା ପଡ଼ିଥିବ ଭାବି କେହି ଯାଇନଥିଲେ‌ ।ଏପରି କି କାରରେ କେହି ଥିବା ସନ୍ଦେହ କରୁଥିଲେ ମଧ୍ୟ କୌଣସି ବ୍ୟକ୍ତି କାର୍ ଭିତରେ ନଥିବା ଜଣାପଡ଼ିଥିଲା ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସରେ ଖବର ଦେଇଥିଲେ । ଦୀର୍ଘ ସମୟ ପରେ ପୋଲିସ ପହଞ୍ଚିଥିଲା ।ଏନେଇ‌ ଛାନଭିନ‌ ପରେ ଜଣା ପଡିଥିଲା ଯେ, ଗାଡ଼ିର ମାଲିକ ଭିଏସଏସ ନଗର ଅଞ୍ଚଳର ବୋଲି ।ସେ କିଛି କାମ ପାଇଁ ସେଠାକୁ ଆସିଥିଲେ‌ । ତେବେ ବୋମାମାଡ ପଛରେ ଉଦେଶ୍ୟ କ'ଣ ସେ ଜାଣି ପାରିନହାନ୍ତି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ ......ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ


ତେବେ ଆଗକୁ ନିର୍ବାଚନ ଆସୁଛି । ଏହା ପୁର୍ବରୁ ପୋଲିସ ତୟାରି ଆରମ୍ଭ କରିଛି ।ହେଲେ ନିର୍ବାଚନ ପୁର୍ବରୁ ଏପରି ବୋମା ମାଡ଼ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।ଏନେଇ ପୋଲିସ ବିଭିନ୍ନ ସମୟରେ ସେଫ୍ ସିଟି ଡ୍ରାଇଭ କରୁଛି । ଗଳି କନ୍ଦିଠୁ ଆରମ୍ଭ କରି ବିଭିନ୍ନ ଖଟି ଓ ମଦୁଆଙ୍କୁ ଉପରେ ସାବାଡ କରୁଛି ପୋଲିସ ।ହେଲେ ଅପରାଧୀଙ୍କ କାର୍ଯକଳାପ ଭଢିବାରେ ଲାଗିଛି । ତାହା ପୁଣି ଜନଗହଳି ସ୍ଥାନରେ ଏପରି ବୋମାମାଡ ପୋଲିସ ସହ ନିର୍ବାଚନ ପରିଚାଳନା ନେଇ ଏବେଠୁ ପ୍ରଶ୍ନ ଉଠିଲାଣା । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।


ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.