ETV Bharat / state

କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ - East Coast Railway

author img

By ETV Bharat Odisha Team

Published : May 1, 2024, 7:57 PM IST

କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ
କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ

Cuttack And Bhubaneswar Railway Station Construction Work: ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ ସହ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁରୀ ରେଳ ଷ୍ଟେସନର ନିର୍ମାଣାଧୀନ ଏକ କୋଠାଘରର ଛାତ ଭୁଶୁଡି ପଡ଼ିବା ଘଟଣା ପରେ ତତ୍ପରତା ଦେଖା ଦେଖାଇ ପୂର୍ବତଟ ରେଳପଥ । କଟକ ଓ ଭୁବନେଶ୍ୱରର ରେଳ ଷ୍ଟେସନର ପୁନର୍ବିକାଶ ପ୍ରଗତିର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା । ଏହି ରେଳ ଷ୍ଟେସନରେ ଚାଲୁ ରହିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ତେବେ କଟକ ଓ ଭୁବନେଶ୍ୱରର ରେଳ ଷ୍ଟେସନରେ ଚାଲୁ ରହିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା । ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀମାନଙ୍କୁ ନିରାପଦ ତଥା ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଆବଶ୍ୟକ ସତର୍କତା ଅବଲମ୍ବନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା ଠିକ୍ ସମୟରେ ସମାପ୍ତ କରିବା ପାଇଁ ଗୁରୁତ୍ୱ ଦେବା ସହ ଷ୍ଟେସନରେ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମହେଶ କୁମାର ବେହେରା ।

ଭୁବନେଶ୍ୱର ଓ କଟକ ଷ୍ଟେସନ ଗୁଡ଼ିକୁ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା ସହିତ ସହରର ଆକର୍ଷଣର କେନ୍ଦ୍ରରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଇବା ଏବଂ ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି କରାଇବା ପାଇଁ ଏହି ପୁନର୍ବିକାଶ କାର୍ଯ୍ୟ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି । କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ଉଭୟ ପାର୍ଶ୍ୱ ପ୍ରବେଶ ପଥ ଏବଂ ଚଳପ୍ରଚଳ ଅଞ୍ଚଳ ସହିତ ପୁନର୍ବିକାଶ କାର୍ଯ୍ୟ ଅଗ୍ରଗତିର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପ୍ରଦର୍ଶନକୁ ନିରୀକ୍ଷଣ କରାଯାଉଅଛି । ପୁନର୍ବିକାଶ କାର୍ଯ୍ୟରେ ପ୍ରବେଶ ପଥ ଗୁଡିକ ସହିତ ଦୁଇ, ତିନ ଓ ଚାରି ଚକିଆ ଯାନ ପାଇଁ ପାର୍କି, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ପାଇବା ସହିତ ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ରହିବ । ଏହା ସହିତ ଯାତ୍ରୀମାନଙ୍କ ପାଇଁ ଏୟାର କନକୋର୍ସ, ଫୁଟ୍‌ ଓଭର ବ୍ରିଜ, ଯାତ୍ରୀ ଘୋଷଣା ପ୍ରଣାଳୀ, ଫୁଡ ସ୍ଟଲ, ଦିବ୍ୟାଙ୍ଗଜନ ସୁବିଧା, ବ୍ୟାଗେଜ ସ୍କାନର ଓ ସିସିଟିଭି ଇତ୍ୟାଦି ସୁବିଧା ଉପଲବ୍ଧ ରହିବ ।

ଏହା ମଧ୍ୟ ପଢ଼ନ୍ତୁ....ପୁରୀ ରେଳ ଷ୍ଟେସନରେ ନିର୍ମାଣାଧୀନ କୋଠା ଭୁଶୁଡିବା ଘଟଣା, କେନ୍ଦ୍ର ସରକାରଙ୍କୁ ଦାୟୀ କଲା ବିଜେଡି - BJD Blamed BJP Over Roof Collapses

ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ପୁରୀ ରେଳ ଷ୍ଟେସନ ଦୁର୍ଘଟଣା ଘଟିଥିଲା । ଷ୍ଟେସନରୁ ବିଲଡିଂ କାର୍ଯ୍ୟ କରୁଥିବା ସମୟରେ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ସେହି ସ୍ଥାନରେ କାମ କରିଥିବା 4 ଜଣ ଶ୍ରମିକ ଗୁରୁତର ଭାବରେ ଆହାତ ହୋଇଥିଲେ । ଯାହାକୁ ନେଇ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲା ପୂର୍ବତଟ ରେଳପଥ । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.