ETV Bharat / state

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: କେନ୍ଦୁଝରରେ ଜଳିବ ଏକ ଲକ୍ଷ ଦୀପ

author img

By ETV Bharat Odisha Team

Published : Jan 20, 2024, 9:33 PM IST

Deep Utsav: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦୁଝର ଭବ୍ୟ ଆୟୋଜନ । ଏକ ଲକ୍ଷ ଦୀପ ଜାଳିବ ଗାୟତ୍ରୀ ପରିବାର । ଅଧିକ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: କେନ୍ଦୁଝରରେ ଜଳିବ ଏକ ଲକ୍ଷ ଦୀପ
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: କେନ୍ଦୁଝରରେ ଜଳିବ ଏକ ଲକ୍ଷ ଦୀପ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: କେନ୍ଦୁଝରରେ ଜଳିବ ଏକ ଲକ୍ଷ ଦୀପ

କେନ୍ଦୁଝର: ରାମ ମନ୍ଦିରରେ ପ୍ରତିଷ୍ଠା ହେବେ ରାମଲାଲା । ଏଥିପାଇଁ ବିଶାଳ ସମାରୋହ ଜାନୁଆରୀ ୨୨ରେ ଆୟୋଜନ ହେବାକୁ ଯାଉଛି । ରାମଲାଲାଙ୍କ ପ୍ରତିମୂର୍ତ୍ତୀ ସାମ୍ନାକୁ ଆସିବା ପରେ ସଭିଁଙ୍କ ମନରେ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଛି । ଏହି ରାମଲାଲାଙ୍କ ପତିଷ୍ଠା ଉତ୍ସବକୁ ଭବ୍ୟ ଓ ଚିର ସ୍ମରଣୀୟ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ସହ ଦେଶ ଓ ବିଦେଶର ବିଭିନ୍ନ ସଂଗଠନ ମଧ୍ୟ ନିଜସ୍ଵ ଭାବେ ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ଭିତରେ କେନ୍ଦୁଝର ଜିଲ୍ଲାର ଗାୟତ୍ରୀ ପରିବାର ପକ୍ଷରୁ ଦୀପ ଉତ୍ସବ ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।

ତେବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବ୍ୟାପକ ଭାବେ ଉପଲବ୍ଧ କରାଇବା ପାଇଁ ଗାଁରୁ ସହର ସବୁଠି ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ଗୁଡ଼ିକ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦୁଝର ସହର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କେନ୍ଦୁଝର ଜିଲ୍ଲାର ଗାୟତ୍ରୀ ପରିବାର ପକ୍ଷରୁ ଉକ୍ତ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବ୍ୟାପକ ଭାବେ ପାଳିବା ପାଇଁ ବ୍ୟବସ୍ଥା କରାଯାଇଛି । ଗାୟତ୍ରୀ ପରିବାରର ଯୁବ ସଂଗଠନ ଦିୟା ପକ୍ଷରୁ ଏକ ଲକ୍ଷ ଦୀପ ଜାଳିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ବଡଦାଣ୍ଡରେ ଏହି ଦ୍ଵୀପତ୍ସୋବ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ଆଜି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ସ୍ଥାନୀୟ ଗାୟତ୍ରୀ ପରିବାର ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗାୟତ୍ରୀ ପରିବାରର ଟ୍ରଷ୍ଟି ପ୍ରସନ୍ନ ପତି । ସୋମବାର ସନ୍ଧ୍ୟା ପାଞ୍ଚ ଘଟିକାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଏହି ଦ୍ଵୀପତ୍ସବ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏଥିପାଇଁ ଦୁଇ ଶହରୁ ଉର୍ଦ୍ଧ୍ବ ସ୍ଵୟଂସେବକ ଏହି ଦ୍ଵୀପତ୍ସବରେ ସାମିଲ ହୋଇ ଏକ ଲକ୍ଷ ଦୀପ ଜଳାଇବେ । ଏହି ଦ୍ଵୀପ ସବୁ ବଡଦାଣ୍ଡର ରଥ ପାଖରୁ ଆରମ୍ଭ ହୋଇ ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ ଜଳାଯିବ ।

ଏହା ମଧ୍ୟ ପଢନ୍ତୁ ....ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, 51 କ୍ୱିଣ୍ଟାଲ ଲଡୁ ବାଣ୍ଟିବ ସମ୍ବଲପୁର ବିଜେପି

ଅନ୍ୟପଟେ ଏତେ ସଂଖ୍ୟକ ଦୀପ ଜଳା ଯାଉଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗର ସହାୟତା ନିଆଯାଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଦୀୟାର ସଦସ୍ୟ ଅବିନାଶ ଦାସ, ବ୍ରଜ କିଶୋର ଓଝା, ଟ୍ରଷ୍ଟି ଗାୟତ୍ରୀ ପରିବାର ଯୋଗ ଦେଇ ଏହି ଦ୍ଵୀପତ୍ସବରେ ଜିଲ୍ଲାର ଶତାଧିକ ସାମାଜିକ ସଂଗଠନ ଯୋଗଦେବେ ବୋଲି ପ୍ରକାଶ କରିଥିଲେ ।

ଇଟିଭି ଭାରତ , କେନ୍ଦୁଝର

କେନ୍ଦୁଝର ଖବର

deep utsav in keonjhar

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଦୀପ ଜାଳିବ ଗାୟତ୍ରୀ ପରିବାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.