ETV Bharat / state

ଭୋଜି ଖାଇବାକୁ ଯାଇ ଯୁବକ ନିଖୋଜ, 5 ଦିନ ପରେ କୂଅରୁ ମିଳିଲା ମୃତଦେହ

author img

By ETV Bharat Odisha Team

Published : Feb 10, 2024, 10:17 PM IST

Updated : Feb 10, 2024, 10:57 PM IST

ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ
ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ

Missing Youth Body Found: ବିବାହ ଭୋଜି ଖାଇବାକୁ ଯାଇ ଯୁବକ ନିଖୋଜ । ପାଞ୍ଚ ଦିନ ପରେ କୂଅରୁ ମିଳିଲା ମୃତଦେହ । ହତ୍ୟା ଅଭିୟୋଗ ଆଣିଲେ ପରିବାର । ଅଧିକ ପଢ଼ନ୍ତୁ

ଭୋଜି ଖାଇବାକୁ ଯାଇ ଯୁବକ ନିଖୋ

ବଲାଙ୍ଗୀର: ବିବାହ ଭୋଜି ଖାଇବାକୁ ଯାଇ ଯୁବକ ନିଖୋଜ । ଦୀର୍ଘ 5 ଦିନ ପରେ କୂଅ ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ । ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଲାଇଛି । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଲାରମ୍ଭା ଥାନା ଫଟାମୁଣ୍ଡା ଗ୍ରାମର ଉଜ୍ବଳ ବରିହା ଗତ ପାଞ୍ଚ ଦିନ ତଳେ କିଛି ସାଙ୍ଗଙ୍କ ସହ ମିଶି ପାଖ ଖୁଣ୍ଟ ସମଲେଇ ଗ୍ରାମକୁ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ସମସ୍ତେ ଫେରିଥିବା ବେଳେ ଉଜ୍ବଳ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜ୍ବଳ ନଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ଏହାରି ଭିତରେ ଦୀର୍ଘ 5 ଦିନ ବିତିଯାଇଥିବା ବେଳେ ଆଜି ଉଜ୍ବଳଙ୍କ ମୃତଦେହ ଫଟାମୁଣ୍ଡା ଗ୍ରାମ ନିକଟ ଏକ କୂଅରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ଲାରମ୍ଭା ଥାନା ପୋଲିସ ଓ ସାଇଣ୍ଟ୍‌ଫିସ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଏନେଇ ମୃତକ ଉଜ୍ବଳଙ୍କ ବାପା ତ୍ରିଲୋଚନ ବରିହା କହିଛନ୍ତି, "ପାଞ୍ଚ ଦିନ ତଳେ ଉଜ୍ବଳ ଗାଁର ଅନ୍ୟ 5 ଜଣଙ୍କ ସହ ମିଶି ଖୁଣ୍ଟ ସମଲେଇ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲା । ଭୋଜିକୁ ଯାଇ ପୁଅ ଆଉ ଘରକୁ ଫେରିନଥିଲା । ସେହିଦିନ ଠାରୁ ଉଜ୍ଜଳ ନିଖୋଜ ଥିବା ବେଳେ ଗାଁ ମୁଣ୍ଡ ଏକ ମନ୍ଦିର ପାଖରୁ ଉକ୍ତ ବ୍ୟକ୍ତିଙ୍କ ଚପଳ ଓ ମୋଟର ସାଇକଲ ମିଳିଥିଲା । ଆଜି ଏକ କୂଅରେ ଉଜ୍ଜଳର ମୃତଦେହ ପଡ଼ିଥିବା ଦେଖିଥିଲୁ । ଉଜ୍ବଳକୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି । ଯେଉଁମାନଙ୍କ ସହ ଉଜ୍ବଳ ଭୋଜି ଖାଇବାକୁ ଯାଇଥିଲା ସେମାନେ ତାଙ୍କୁ ହତ୍ୟା କରି ଏହି କୂଅରେ ଫିଙ୍ଗିଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ....ପ୍ରେମ ପାଇଁ ଗଲା ଜୀବନ, ଭାଣିଜୀକୁ ହତ୍ୟା କରି ଜାଳିଦେଲେ ମାମୁଁ-ମାଇଁ

ସେପଟେ ଉଜ୍ବଳ ବରିହା ସହ ଭୋଜିକୁ ଯାଇଥିବା ତାଙ୍କ ବନ୍ଧୁ ଗୌତମ ଭୁକ୍ତା ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଭୋଜି ଦିନ ସେ ଉଜ୍ବଳଙ୍କ ସହ ଯାଇଥିଲେ, କିନ୍ତୁ ସେ ଭୋଜି ଖାଇ ସେଠାରୁ ଉଜ୍ଜଳଙ୍କୁ ଛାଡି ଏକୁଟିଆ ଫେରି ଆସିଥିଲେ । ସେ ଅନ୍ୟମାନଙ୍କ ସହ ଆସିଥିବା କହିଛନ୍ତି ଗୌତମ । ସେପଟେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ଉଜ୍ବଳକୁ ହତ୍ୟା କରାଯାଇଛି କିମ୍ବା ଏହାପଛରେ ଅନ୍ୟ କୌଣସି କାରଣ ଅଛି ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Feb 10, 2024, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.