ETV Bharat / state

ଜାହାଜରୁ କୋକେନ ଜବତ ଘଟଣା; କମ୍ପାନୀକୁ ୧୧୦ କୋଟି ଟଙ୍କା ଜମା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 12, 2024, 10:55 PM IST

ଜାହାଜରୁ କୋକେନ ଜବତ ଘଟଣା; କମ୍ପାନୀକୁ ୧୧୦ କୋଟି ଟଙ୍କା ଜମା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଜାହାଜରୁ କୋକେନ ଜବତ ଘଟଣା; କମ୍ପାନୀକୁ ୧୧୦ କୋଟି ଟଙ୍କା ଜମା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Court Orders To Deposit 110 Crore For Release Of Ship: ଏମଭି ଦେବୀ ଜାହାଜରୁ କୋକୋନ ଜବତ ମାମଲାରେ କୋର୍ଟଙ୍କ ରାୟ ପ୍ରକାଶ । ଜାହାଜ କମ୍ପାନୀକୁ ୧୧୦ କୋଟି ଜମା କରିବାକୁ କୋର୍ଟଙ୍କ ନିର୍ଦେଶ । ଅଧିକ ପଢନ୍ତୁ

ଜାହାଜରୁ କୋକେନ ଜବତ ଘଟଣା; କମ୍ପାନୀକୁ ୧୧୦ କୋଟି ଟଙ୍କା ଜମା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ପାରାଦ୍ବୀପ: ପୋର୍ଟରୁ ନିଷିଦ୍ଧ ଡ୍ରଗ୍ସ ଜବତ ଘଟଣାରେ ଆଜି କୁଜଙ୍ଗ କୋର୍ଟରେ ଶୁଣାଣି ହୋଇଛି । ଆଜି ସନ୍ଧ୍ୟାରେ କୁଜଙ୍ଗ ଏଡିଜେ କୋର୍ଟର ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ରାୟ ପ୍ରଦାନ କରିଛନ୍ତି । କୋର୍ଟ କୋକେନ୍ ଜବତ ହୋଇଥିବା ଜାହାଜର କମ୍ପାନୀ ଏସିଆନ ଫସିଫିକ ସିପିଂ କୋ ଲିମିଟେଡ଼କୁ 100 କୋଟି ଟଙ୍କାରର ଅମାନତ ରାଶି ଜମା କରିବା ସହିତ କୋର୍ଟରେ 10 କୋଟି ଟଙ୍କା ଜମା କରି ଜାହାଜକୁ ନେଇ ପାରିବେ ବୋଲି ରାୟ ଶୁଣାଇଛି କୋର୍ଟ ।

ସେହିପରି କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ କୋର୍ଟ ଯେଉଁ ସମୟରେ ଜାହାଜ କର୍ତ୍ତୃପକ୍ଷଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେବେ ସେହି ସମୟରେ କର୍ତ୍ତୃପକ୍ଷ କୋର୍ଟରେ ଉପସ୍ଥିତ ରହିବେ । କୋର୍ଟଙ୍କ ବିନା ଅନୁମତିରେ ଜାହାଜର ରଙ୍ଗ କମ୍ପାନୀ ପରିବର୍ତ୍ତନ କରିପାରିବ ନାହିଁ କିମ୍ବା ଜାହାଜର ମାଲିକାନା ପରିବର୍ତ୍ତନ କରି ପାରିବ ନାହିଁ । ତଦନ୍ତ କାରୀ ସଂସ୍ଥାକୁ ଜାହାଜ କର୍ତ୍ତୃପକ୍ଷ ସହଯୋଗ କରିବେ ବୋଲି ଉଲେଖ ରହିଛି । ଏହି ରାୟ ଆସିବା ପରେ ଜାହାଜ କମ୍ପାନୀ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି ଜାହାଜ କମ୍ପାନୀ ଦ୍ବାରା ନିଯୁକ୍ତ ଓକିଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଜାହାଜରୁ କୋକେନ ଜବତ ଘଟଣା: କୋର୍ଟରେ ହାଜର ହେଲେ ଜାହାଜ କର୍ତ୍ତୃପକ୍ଷ

ସୂଚନାଯୋଗ୍ୟ ଯେ ଗତ ନଭେମ୍ବର 29 ତାରିଖରେ ଏମଭି ଦେବୀ ନାମକ ଏକ ଜାହାଜ ପାରାଦ୍ବୀପ ବନ୍ଦରରେ ଲାଗିଥିଲା । ଏହି ଜାହାଜରେ ଭାରତରେ ନିଷିଦ୍ଧ କୋକେନ୍ ଡ୍ରଗ୍ସ ଥିବା ଜଣା ପଡିବା ପରେ କଷ୍ଟମ ବିଭାଗ, ତଟରକ୍ଷୀ ବାହିନୀ ଓ ମେରାଇନ ପୋଲିସ ମିଳିତ ଭାବେ ଚଢ଼ାଉ କରି 2ଶହ 20 କୋଟି ଟଙ୍କାର କୋକେନ୍ ଜବତ କରିଥିଲେ । ପରେ କୋକେନ୍ କୁ କୁଜଙ୍ଗ କୋର୍ଟରେ ସାମ୍ପୁଲ ରଖାଯିବା ପରେ ଭୁବନେଶ୍ବର ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା ।

ଅପରପକ୍ଷରେ ଜାହାଜକୁ କଷ୍ଟମ ବିଭାଗ ଜବତ କରିବା ସହିତ କ୍ରିୟୁ ମେମ୍ବର ମାନଙ୍କୁ ଜାହାଜରେ ଅଟକ ରଖା ଯାଇଥିଲା । ପାରାଦ୍ବୀପ ବନ୍ଦର ଆଙ୍କରେଜରେ ଜାହାଜ ରହିଥିବାରୁ ବନ୍ଦରରେ ରହଣି ବାବଦରେ ଦିନକୁ 30 ଲକ୍ଷ ଟଙ୍କା ଜାହାଜ କମ୍ପାନୀକୁ ଦେବାକୁ ପଡିଥିଲା । ଯାହାକୁ ନେଇ ଜାହାଜ କତ୍ତୃପକ୍ଷ କଷ୍ଟମ ବିଭାଗର ଅନୁମତି ନେଇ ସମୁଦ୍ର ମଧ୍ୟରେ ଥିବା ଆଙ୍କରେଜରେ ରହିଥିଲେ । ଦୀର୍ଘ ତିନିମାସ ଧରି ସେହି ଜାହାଜରେ କ୍ରିୟୁ ମେମ୍ବର ମାନେ ଅଟକି ରହିଛନ୍ତି । ଜାହାଜ ମୁକାଳିବା ପାଇଁ ଜାହାଜ କମ୍ପାନୀ କୁଜଙ୍ଗ କୋର୍ଟରେ ଆବେଦନ କରିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.