ETV Bharat / state

'ଟାଟୁ' କରିପାରିବେନି ପୋଲିସ, କରିଥିଲେ 15 ଦିନରେ ଲିଭାଇବାକୁ ନିର୍ଦ୍ଦେଶ - Tattoo ban for Police

author img

By ETV Bharat Odisha Team

Published : Apr 10, 2024, 12:11 PM IST

Updated : Apr 10, 2024, 2:26 PM IST

ଯବାନଙ୍କ ଦେହରେ ଟାଟୁ କରିବା ମନା, ନଚେତ୍ କାର୍ଯ୍ୟାନୁଷ୍ଠାନ
ଯବାନଙ୍କ ଦେହରେ ଟାଟୁ କରିବା ମନା, ନଚେତ୍ କାର୍ଯ୍ୟାନୁଷ୍ଠାନ

Tattoo banned for cops: ଟାଟୁ କରିପାରିବେନି ପୋଲିସ । ଦେହରେ ଟାଟୁ ଥିଲେ ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦେଲେ କମିଶନରେଟ ଡିସିପି (ସିକ୍ୟୁରିଟି) । ପଢନ୍ତୁ ପୁରା ଖବର

'ଟାଟୁ' କରିପାରିବେନି ପୋଲିସ, କରିଥିଲେ 15 ଦିନରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କମିଶନରେଟ ପୋଲିସର ବଡ ନିଷ୍ପତ୍ତି । ଟାଟୁ କରିପାରିବେନି ପୋଲିସ । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ । ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ ଡିସିପି (ସିକ୍ୟୁରିଟି) । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ସେମାନଙ୍କ ଦେହରେ ଟାଟୁ ଥିଲେ ୧୫ ଦିନର ଭିତରେ ଲିଭାଇବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କମିଶନରେଟ ଡିସିପିଙ୍କ (ସିକ୍ୟୁରିଟି) ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିରେ ୯ ତାରିଖରୁ ଆସନ୍ତା ୧୫ ଦିନ ମଧ୍ୟରେ ଦେହରେ ଥିବା ଟାଟୁ ସମ୍ପୂର୍ଣ୍ଣ ଲିଭାଇବାକୁ ଯବାନଙ୍କୁ କୁହାଯାଇଛି । ବର୍ଦ୍ଦି ବାହାରକୁ ଟାଟୁ ଦେଖାଗଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ଏନେଇ ସମସ୍ତ ଏସଏସବି ଯବାନ ଓ ଇନଚାର୍ଜ ଅଫିସରଙ୍କୁ ଅବଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଫିଟ୍ ରହିବେ ପୋଲିସ ବାବୁ; ୧୦୦ଟି ଥାନାରେ ଖୋଲିବ ମିନି ଜିମ୍

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦୃଶ୍ୟମାନ ହେବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ ବାଟାଲିୟନର ଭାବମୂର୍ତ୍ତି ଓ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନମାନେ ଯେପରି ଟାଟୁ ପାଇଁ ଯବାନଙ୍କ ବେଶରେ କୌଣସି ଖରାପ ଚିତ୍ରଣ ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର (SSB) କୌଣସି ଯବାନ ଏଣିକି ଟାଟୁ କରିପାରିବେ ନାହିଁ । ଯେଉଁମାନେ ବି କରିଛନ୍ତି ୧୫ ଦିନ ଭିତରେ ସମ୍ପୂର୍ଣ୍ଣ ଲିଭାଇବାକୁ ଅଥବା ଲୁଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ବର୍ଦ୍ଦି ବାହାରକୁ ଟାଟୁ ଦେଖାଯିବ ନାହିଁ । ତେବେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ କି ନୁହେଁ ସେନେଇ କିଛି ସ୍ପଷ୍ଟୀକରଣ ନାହିଁ ।

ଏହା ମଧ୍ୟ ପଢନ୍ତୁ: କେରଳରେ ପ୍ରେମିକାକୁ ହତ୍ୟା କରି କନ୍ଧମାଳରେ ଲୁଚିଥିଲା, ପ୍ରେମିକକୁ ମାଡ଼ି ବସିଲା ପୋଲିସ - Man Killed Girlfriend

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 10, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.