ETV Bharat / state

କେରଳରେ ପ୍ରେମିକାକୁ ହତ୍ୟା କରି କନ୍ଧମାଳରେ ଲୁଚିଥିଲା, ପ୍ରେମିକକୁ ମାଡ଼ି ବସିଲା ପୋଲିସ - Man Killed Girlfriend

author img

By ETV Bharat Odisha Team

Published : Apr 10, 2024, 11:02 AM IST

Updated : Apr 10, 2024, 3:21 PM IST

Kerala Murder accused arrested from Kandhamal: କନ୍ଧମାଳରୁ ଧରାପଡିଲା କେରଳର ହତ୍ୟା ଅଭିଯୁକ୍ତ । ପ୍ରେମିକାକୁ ହତ୍ୟା କରିବା ପରେ କନ୍ଧମାଳର କୋଟଗଡ ଅଞ୍ଚଳରେ ଆସି ଲୁଚିଥିଲା । ଓଡ଼ିଶା ପୋଲିସର ସହାୟତାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା କେରଳ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

କେରଳରେ ପ୍ରେମିକାକୁ ହତ୍ୟା କରି କନ୍ଧମାଳରେ ଲୁଚିଥିଲା, ପ୍ରେମିକକୁ ମାଡ଼ି ବସିଲା ପୋଲିସ

ଫୁଲବାଣୀ: କେରଳରେ ପ୍ରେମିକାକୁ ହତ୍ୟା କରିବା ପରେ କନ୍ଧମାଳରେ ଆସି ଲୁଚିଥିଲା ଅଭିଯୁକ୍ତ ପ୍ରେମିକ । ବିଶେଷ ସୂତ୍ରରୁ ଖବର ପାଇ କେରଳ ପୋଲିସ କନ୍ଧମାଳ ଆସି କୋଟଗଡ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ସାମୁଏଲ ବଡ଼ ମାଝୀ ଓ ତା' ଘର ରାମନିଗୁଡାରେ । ସେ ନିଜ ପ୍ରେମିକା ସହ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ପ୍ରେମିକାକୁ ହତ୍ୟା କରିଥିଲା । ଏହାପରେ କନ୍ଧମାଳ ଜିଲ୍ଲାକୁ ଚାଲି ଆସି ନିଜ ଶ୍ବଶୁର ଘରେ ଆତ୍ମଗୋପନ କରିଥିଲା । ଓଡ଼ିଶା ପୋଲିସ ସହାୟତାରେ କେରଳ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଛି ।

ସୂଚନା ମୁତାବକ, କେରଳକୁ ଦାଦନ ଖଟିବାକୁ ଯାଇଥିଲେ ରାମନିଗୁଡାର ସାମୁଏଲ ବଡ଼ ମାଝୀ ଓ ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଚେଡ଼ିର ରୀତିକା ସାହୁ । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ପ୍ରେମିକା ସାମୁଏଲ ପୂର୍ବରୁ ବିବାହିତ ଥିବା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସାମୁଏଲ ଓ ରୀତିକାଙ୍କ ଭିତରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାମୁଏଲ ଏକ ଛୁରୀରେ ରୀତିକାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଘରୋଇ ବିବାଦକୁ କେନ୍ଦ୍ର କରି ବୀଭତ୍ସ ହତ୍ୟା, ଦାଦାକୁ କଟୁରୀରେ ହାଣିଲେ ଦୁଇ ପୁତୁରା - Nephew Killed Uncle

ଏନେଇ କେରଳର ପିଚୁଲା ଥାନାରେ କେସ ନଂ ୨୬୮/ ୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ସେପଟେ ଏହି ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ପ୍ରେମିକ ଜଣକ କେରଳରୁ ଚାଲିଆସି କୋଟଗଡ ସୁବର୍ଣ୍ଣଗିରୀ ପଞ୍ଚାୟତର ରଙ୍ଗାପଙ୍ଗା ଗାଁରେ ଥିବା ନିଜ ଶ୍ୱଶୁର ଘରେ ଆତ୍ମଗୋପନ କରିଥିଲା । ଏନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା କେରଳ ପୋଲିସ । ଏହାପରେ କେରଳ ପୋଲିସର ଏକ ଟିମ୍ ଓଡ଼ିଶା ଆସି କନ୍ଧମାଳ ଜିଲ୍ଲାର କୋଟଗଡ ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଏସଆଇ ରଜନୀକାନ୍ତ ଦାସ, ହୋମଗାର୍ଡ ଅଜୟ ନାୟକ, ହୋମଗାର୍ଡ ଜିତ ପ୍ରଧାନଙ୍କ ସହ ମିଳିତ ଭାବେ ଅଭିଯୁକ୍ତର ଶ୍ବଶୁର ଘର ଗାଁରେ ଚଢାଉ କରି ସାମୁଏଲକୁ ଧରିବାରେ ସକ୍ଷମ ହୋଇଛି । ଏନେଇ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୃଶଂସ ସ୍ବାମୀର ବର୍ବର କାଣ୍ଡ, ସ୍ତ୍ରୀକୁ ହତ୍ୟା ପରେ କରିଦେଲା 224 ଖଣ୍ଡ - Heinous Murder In UK

ଇଟିଭ ଭାରତ, କନ୍ଧମାଳ

Last Updated :Apr 10, 2024, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.