ETV Bharat / state

ମାର୍ଚ୍ଚ ୯କୁ ଘୁଞ୍ଚିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ

author img

By ETV Bharat Odisha Team

Published : Feb 28, 2024, 1:12 PM IST

Updated : Feb 28, 2024, 1:26 PM IST

Congress Screening Committee Meeting Rescheduled : ଘୁଞ୍ଚିଲା ଦିଲ୍ଲୀରେ AICC ପକ୍ଷରୁ ଡକାଯାଇଥିବା ସ୍କ୍ରିନିଂ କମିଟି ବୈଠକ । ମାର୍ଚ୍ଚ ୯ରେ ପୁଣି ଥରେ ବସିବ ବୈଠକ । ଅଧିକ ପଢନ୍ତୁ

କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ
କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ

ମାର୍ଚ୍ଚ ୯କୁ ଘୁଞ୍ଚିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ

ଭୁବନେଶ୍ବର: ଘୁଞ୍ଚିଲା ସ୍କ୍ରିନିଂ କମିଟି ବୈଠକ । ଦିଲ୍ଲୀରେ AICC ପକ୍ଷରୁ ଡକାଯାଇଥିବା ସ୍କ୍ରିନିଂ କମିଟି ବୈଠକ ଆସନ୍ତା 9 ତାରିଖକୁ ଘୁଞ୍ଚା ଯାଇଛି । ମଙ୍ଗଳବାର କୌଣସି କାରଣ ପାଇଁ ହୋଇନଥିବା ବେେ ଏହାକୁ 9 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆଶାୟୀଙ୍କ ଲମ୍ବା ଲାଇନ ଥିବାରୁ ଚୟନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସ୍କ୍ରିଙ୍ଗ କମିଟି ବୈଠକକୁ ଘୁଞ୍ଚା ଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) AICC ପକ୍ଷରୁ ସ୍କ୍ରିନିଂ କମିଟି ବୈଠକ ବସିବା ନେଇ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ଦିଲ୍ଲୀ ଗସ୍ତ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଥିଲେ । Pragman ଆପରେ ଆବେଦନ ତାଲିକା ଢେର ଲମ୍ବା ହୋଇଥିବାରୁ ଚୟନ ପ୍ରକ୍ରିୟାରେ ବିଳମ୍ବ ଘଟୁଛି ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ନିର୍ବାଚନ କମିଟି ବୈଠକ: ବନ୍ଦ ଲଫାପା ଭିତରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, " କଂଗ୍ରେସର ଆଶାୟୀ ପ୍ରାର୍ଥୀ ତାଲିକା ଲମ୍ବା ରହିଛି । ଆମର ମଙ୍ଗଳବାର ଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକ ହେବାର ଥିଲା । କିନ୍ତୁ ଏହା ଆସନ୍ତା 9 ତାରିଖକୁ ଘୁଞ୍ଚି ଯାଇଛି । ଗୋଟିଏ ସିଟରୁ ଏକାଧିକ ଆଶାୟୀ ରହିଛନ୍ତି । 75 ଭାଗ ଯୁବକ ଯୁବତୀଙ୍କୁ ଟିକେଟ ଦେବା ପାଇଁ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଆଦିବାସୀ, ହରିଜନ ସବୁ ସମ୍ପ୍ରଦାୟ ସାମିଲ ହେବେ । ଶିକ୍ଷୀତ ଯୁବକ ଯୁବତୀ ମନୋନିତ ହୋଇ ବିଧାନସଭା ଯାଇ ତର୍ଜମା କରିବେ । ସ୍ଥାନୀୟ ଅଞ୍ଚଳର ବିକାଶ କରିବେ । ଏତେ ଆଶାୟୀ ଆବେଦନ କରିଥିବାକୁ ଆଶିଂକ ଭାବେ ବିଶୃଙ୍ଖଳା ହୋଇପାରେ । କିନ୍ତୁ ଆବେଦନ କରିବା ପାଇଁ କଂଗ୍ରେସ ସମସ୍ତଙ୍କୁ ସ୍ବାଧୀନତା ଦେଇଛି । "

ସୂଚନା ଅନୁସାରେ, କଂଗ୍ରେସ ପାଖରେ ଆଶାୟୀ ଅନେକ । ହେଲେ କାହାକୁ ମିଳିବ ଟିକେଟ ? ରାଇଟ ଚଏସ୍‌ କିଏ, ଯିଏ ବିଜେପି ଓ ବିଜେଡି ସହିତ କରିବ ଦୃଢ଼ ମୁକାବିଲା ? ଅଞ୍ଚଳରେ କିଏ ହାସଲ କରିପାରିବ ପୂର୍ଣ୍ଣ ଜନ ସମର୍ଥନ ? ସମସ୍ତ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହିତ ଆଲୋଚନା କରି ରିପୋର୍ଟ ନେଇଛନ୍ତି ପିସିସି ସଭାପତି । 21 ଲୋକସଭା ପାଇଁ 700ରୁ ଅଧିକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ, ୧୪୭ ବିଧାନସଭା ସିଟ୍ ପାଇଁ ପ୍ରାୟ 4 ହଜାର ଆବେଦନ ଆବେଦନ କରିଥିବା ସୂଚନା ରହିଛି । ବିଜୟ ସମ୍ଭାବନା ଯାହାର ଅଧିକ ରହିଛି ସିଏ ଟିକେଟ ହାତେଇବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ନୂଆ ଲୋକଙ୍କୁ ମିଳିବ ସୁଯୋଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 28, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.