ETV Bharat / state

ମା’ ବିରଜାଙ୍କ ଆଶିଷ ଭିକ୍ଷା କଲେ ଯାଜପୁରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ - Jajpur Parliamentary Constituency

author img

By ETV Bharat Odisha Team

Published : Apr 14, 2024, 7:28 PM IST

ଯାଜପୁରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ
ଯାଜପୁରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ

Congress MP candidate visit Biraja Temple: ନିର୍ବାଚନ ପ୍ରଚାର ପୂର୍ବରୁ ମା’ ବିରଜାଙ୍କ ଦର୍ଶନ କରିଛନ୍ତି ଯାଜପୁରର କଂଗ୍ରେସର ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ । ଅଧିକ ପଢ଼ନ୍ତୁ

ଯାଜପୁରର କଂଗ୍ରେସ ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ

ଯାଜପୁର: ମା’ ବିରଜାଙ୍କ ଦର୍ଶନ କଲେ ଅଞ୍ଚଳ ଦାସ । ଗତକାଲି ରାଜ୍ୟର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କୁ ଦଳ ଯାଜପୁର କଂଗ୍ରେସ ଲୋକସଭା ପାର୍ଥୀ ଭାବେ ଚୟନ କରିଛି । ତେବେ କାଲି ପାର୍ଥୀ ତାଲିକା ଘୋଷଣା ହେବା ପରେ ଆଜି ମା’ ବିରଜାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଅଞ୍ଚଳ ଦାସ । ଆଜି ଯାଜପୁର କଂଗ୍ରେସ ଲୋକସଭା ପାର୍ଥୀ ଅଞ୍ଚଳ ଦାସ ମା’ ବିରଜାଙ୍କ ଦର୍ଶନ ପରେ ପ୍ରଚାର ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

ପୂର୍ବତନ ସାଂସଦ ଅଞ୍ଚଳ ଦାସ ରବିବାର ଦିନ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ । ପରିବର୍ତ୍ତନ, ବିକାଶ, ଭୋଟରଙ୍କ ସ୍ୱାଭିମାନ, ଆତ୍ମସମ୍ନାନ, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ସମେତ ଅନ୍ୟାନ୍ୟ ସମସ୍ୟାକୁ ନେଇ ଭୋଟରଙ୍କ ନିକଟକୁ ଯିବେ ପ୍ରାର୍ଥୀ ଅଞ୍ଚଳ ଦାସ । ଏଥର ନିର୍ବାଚନରେ ଭୋଟର ଜଣେ ଭଲ ଲୋକକୁ ନିର୍ବାଚିତ କରିବେ ବୋଲି ପ୍ରାର୍ଥୀ ଅଞ୍ଚଳ ଦାସ ଆଶାବାଦୀ ଅଛନ୍ତି । ସେପଟେ ଯାଜପୁର ଲୋକସଭା ଆସନ ପାଇଁ ପୂର୍ବରୁ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ରବୀନ୍ଦ୍ର କୁମାର ବେହେରା ଓ ବିଜେଡି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା କରି ସାରିଛି ତେବେ ଏବେ ତିନି ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନିର୍ବାଚନକୁ ଅପେକ୍ଷା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର ନଓ୍ବାଜ, ବାଲେଶ୍ବରରୁ ଶ୍ରୀକାନ୍ତ - Congress Announces Candidates

ଅଞ୍ଚଳ ଦାସ ୧୯୯୬ରେ ଜନତା ଦଳରୁ ଯାଜପୁରର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ଥର ବିଧାୟକ ଭାବେ ଲଢି ହାରିଥିବା ବେଳେ ସେତେବେଳେ କେନ୍ଦ୍ର ସରକାର ଭାଙ୍ଗି ଯିବାରୁ ସେ ମାତ୍ର 18 ମାସ ପାଇଁ ସାଂସଦ ଭାବେ ଦାୟିତ୍ଵ ତୁଲାଇଥିଲେ । ଚଳିତ ଥର କଂଗ୍ରେସ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଛି । ମଧ୍ୟବର୍ତ୍ତୀ ସମୟରେ ସେ କିଛିଦିନ ପାଇଁ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ପରେ ୨୦୧୯ ମସିହାରେ ପୁନର୍ବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଗତ ୨୦୧୯ରେ ତାଙ୍କ ସାନ ଭାଇ ମନୋରଞ୍ଜନ ଦାସ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ରାହୁଲ ଗାନ୍ଧିଙ୍କ ବିଚାରଧାରାକୁ ଆଧାର କରିନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ଅଞ୍ଚଳ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.