ETV Bharat / state

ବଢୁଛି ସାଇବର ଅପରାଧ, କମିଶନରେଟ ପୋଲିସର ସଚେତନତା କାର୍ଯ୍ୟକ୍ରମ - Cyber Security Awareness Program

author img

By ETV Bharat Odisha Team

Published : May 2, 2024, 9:22 PM IST

ସାଇବର କ୍ରାଇମ୍ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ; ଚକ୍ଷୁ ଆପ୍ ଓ ସଞ୍ଚାରସାଥୀରେ ଘରେ ବସି କରିହେବ ଅଭିଯୋଗ
ସାଇବର କ୍ରାଇମ୍ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ; ଚକ୍ଷୁ ଆପ୍ ଓ ସଞ୍ଚାରସାଥୀରେ ଘରେ ବସି କରିହେବ ଅଭିଯୋଗ (Etv Bharat)

Cyber Security Awareness Program: ବର୍ଦ୍ଧିତ ସାଇବର କ୍ରାଇମ୍ ରୋକିବାକୁ କମିଶନରେଟ ପୋଲିସର ସଚେତନତା କାର୍ଯ୍ୟକ୍ରମ । ଚକ୍ଷୁ ଆପ୍ ଓ ସଞ୍ଚାରସାଥୀ ପୋର୍ଟାଲରେ ଘରେ ବସି କରିହେବ ଅଭିଯୋଗ । ଅଧିକ ପଢନ୍ତୁ

ସାଇବର କ୍ରାଇମ୍ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ; ଚକ୍ଷୁ ଆପ୍ ଓ ସଞ୍ଚାରସାଥୀରେ ଘରେ ବସି କରିହେବ ଅଭିଯୋଗ (ETV Bharat)

ଭୁବନେଶ୍ବର: ନିର୍ବାଚନ ସମୟରେ ଚିନ୍ତା ବଢାଇଛି ଡିପ୍ ଫେକ ଭିଡିଓ । ସେହିଭଳି ଦିନକୁ ଦିନ ବଢି ଚାଲିଥିବା ସାଇବର କ୍ରାଇମ୍ ମଧ୍ୟ ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏ ସବୁକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପୋଲିସ ସେବା ଭବନରେ ଅନୁଷ୍ଠିତ ଏହି ସାଇବର ସିକୁରିଟି ଆୱାରନେସ ପ୍ରୋଗ୍ରାମ ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ବରେ କରାଯାଇଥିବା ବେଳେ ସାଇବର ମିତ୍ର ସାଇବର ଏକ୍ସପର୍ଟ ସହ ଏନଜିଓ ସଂସ୍ଥା "youngindians"ର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହାସହ ମହିଳାଙ୍କ ସୁରକ୍ଷା ପାଇଁ ନିୟୋଜିତ 'her' ଟିମ ବି ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ... ସାବାଡ ହେବେ ରୋଡ଼ ରୋମିଓ, ମହିଳାଙ୍କ ସୁରକ୍ଷାକୁ ଦେବ 'HER' - High Efficiency Response Squad

ଏହି ବୈଠକରେ ବିଭିନ୍ନ ସାଇବର ଠକାମି ଉପରେ ଆଲୋଚନା ହେବା ସହ ଏଥିରୁ କିଭଳି ଆପଣ ବର୍ତ୍ତିପାରିବେ ବିଭିନ୍ନ ଭିଡିଓ ମାଧ୍ୟମରେ ସେନେଇ ସଚେତନତା କରିଥିଲା କମିସନରେଟ ପୋଲିସ । ବିଶେଷ କରି ସ୍କୁଲ ଓ କଲେଜ ପିଲାଙ୍କୁ ଏହି ବିଷୟରେ ସଚେତନ କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନକୁ କୁହାଯାଇଥିଲା । ତେବେ ନେତାଙ୍କୁ ଡିପ ଫେକ ଭିଡିଓର ଚିନ୍ତା ଘାରିଥିବା ବେଳେ ସାଇବର ଠକ ବା ଶତ୍ରୁପକ୍ଷ ବ୍ଲାକମେଲ ପରେ ବଦନାମ ଡର ମଧ୍ୟ ବେଶ ଡ଼ରାଇଲାଣି ।

ନିକଟ ଅତୀତରେ ଅମିତ ଶାହ, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍‌ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଛି । ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି ପ୍ରସ୍ତୁତ କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍‌ କୁହାଯାଉଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା ।

ତେବେ ସର୍ଭେ ରିପୋର୍ଟ ମୁତାବକ ୨୦୨୨ ତୁଳନାରେ ୨୦୨୩ ରେ ୨୪ ପ୍ରତିଶତ ସାଇବର କ୍ରାଇମ ବଢିଛି । ଏହି କ୍ରମରେ ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ ପର୍ଣ୍ଣ ଭିଡିଓ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି । ସେପଟେ ନିତିଦିନ ପରିବାରର ଜଣଙ୍କ ସହ ବିଭିନ୍ନ ତାରିଖରେ ସମୟରେ ସାଇବର ଠକେଇ ହେଉଛି ।

ବିଶେଷ କରି ଯୁବପିଢ଼ି ଏହାର ଶିକାର ହେଉଛନ୍ତି । ଏହାର ସମାଧାନ ଦିଗରେ ବା ଏହି ସାଇବର ଠକେଇରୁ ବର୍ତ୍ତିବା ପାଇଁ NGO, ସାଇବର ଏକ୍ସପର୍ଟ ଓ HER ଟିମ ସହ ଆଲୋଚନା କରାଯାଇଛି । ଏଣୁ ଗୋଲ୍ଡେନ ଆୱାର ଅର୍ଥାତ ଠକାମିର ୧ ଘଣ୍ଟା ଭିତରେ ଥାନାକୁ ନ ଯାଇ ମଧ୍ୟ 'ଚକ୍ଷୁ' ଆପ ଜରିଆରେ ଅନଲାଇନ କେସ ଦେବାକୁ କହିଛନ୍ତି ଏସିପି । ଏହା ସହ sancharsaathi.gov.in ୱେବ ସାଇଟ ଜରିଆରେ ମାଧ୍ୟମରେ ଘରେ ବସି ଅନଲାଇନ ଅଭିଯୋଗ କରିପାରିବେ । ଏହି ଆପ୍ଲିକେସନ ମାଧ୍ୟମରେ ଫେକ କଲ, ସ୍ପାମ କଲର ମଧ୍ୟ ମାମଲା ରୁଜୁ କରିପାରିବେ । ଏହାସହ ୧୯୩୦ ରେ କଲ କରି ଆପଣ ଆକାଉଣ୍ଟକୁ ଫ୍ରିଜ କରିପାରିବେ ବୋଲି କହିଛନ୍ତି ଏସିପି ଅଞ୍ଜନା ଟୁଡୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.