ETV Bharat / state

ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା, ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ

author img

By ETV Bharat Odisha Team

Published : Feb 21, 2024, 5:25 PM IST

Chittaranjan Suspended From BJD:କେନ୍ଦ୍ରାପଡ଼ା ଜିଲ୍ଲାର ଯୁବନେତା ଚିତ୍ତରଞ୍ଜନ ଦାସ ବିଜେଡ଼ିରୁ ବିଦା ହୋଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ସମାନ୍ତରଳ ସଂଗଠନ କରିବା ପଡ଼ିଲା ମହଙ୍ଗା । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ନିଲମ୍ବନ କରିଛନ୍ତି ବିଜେଡ଼ିର ସଙ୍ଗଠନ ସମ୍ପାଦକ । ଅଧିକ ପଢନ୍ତୁ

ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା , ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ
ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା , ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ

ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା , ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ

କେନ୍ଦ୍ରାପଡ଼ା: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ସେତିକି ନୂଆ ନୂଆ ସମୀକରଣ ସୃଷ୍ଟି ହେଉଛି । ବିଜେଡ଼ିରୁ ନିଲମ୍ବନ ହେଲେ ଦଳର ଯୁବନେତା ଚିତ୍ତରଞ୍ଜନ ଦାସ । ପୁର୍ବରୁ ପଦବୀରୁ ଅପସାରଣ ଆଉ ଏବେ ଦଳରୁ ନିଲମ୍ବନ କରିଛି ଦଳ । ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଯୁବନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶାସକ ବିଜେଡ଼ି ଦଳ । ବିଜେଡ଼ି ଯୁବନେତା ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ପରିଚୟ ପାଇଥିବା ଚିତ୍ତରଞ୍ଜନ ଦାସ ବେଶ କେଇମାସ ହେବ ମହାକାଳପଡ଼ା ରାଜନୀତି ମୈଦାନରେ ଚଳଚଞ୍ଚଳ ଥିଲେ ।

୨୦୦୯ ମସିହାରୁ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ବିରିଷ୍ଟ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚିତ ହୋଇଆସୁଥିଲେ । ବିଗତ ଦିନରେ ଅତନୁ ବିଜେପିର ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଥିଲେ । ଶାସକ ଦଳର ଟିକେଟ ଲବିରେ ଥିବା ଚିତ୍ତରଞ୍ଜନଙ୍କୁ ମାତ୍ର କିଛି ମାସ ତଳେ ଯୁବ ଜନତା ଦଳର ପଦବୀରୁ ଅପସାରଣ କରାଯାଇଥିଲା । ଏଥିରେ ସେ ଚିନ୍ତିତ ନ ହୋଇ ପୂର୍ବପରି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ନିଜର ସଙ୍ଗଠନ ବଢାଇବାରେ ଲାଗିଥିଲେ । ଯଦିଓ ଚିତ୍ତରଞ୍ଜନଙ୍କ ଘର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ତଥାପି ,ସେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଏକୋଇଶିଆରୁ ଆରମ୍ଭ କରି ଏକାଦଶାହ ପର୍ଯ୍ୟନ୍ତ ଜନସାଧାରଣଙ୍କ ସମସ୍ତ କାମରେ ଉପସ୍ଥିତ ରହୁଥିଲେ । ଯାହାକି ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ବୋଲି କୁହନ୍ତି ରାଜନୀତିଜ୍ଞ ।

ତେବେ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚିତ୍ତରଞ୍ଜନଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ବିରୋଧ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ ଦଳରୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ଗତ ରବିବାର ଦିନ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ କରାଯାଇ ଚିତ୍ତରଞ୍ଜନଙ୍କୁ "ଯାଦବ ମହାସଭା" ପକ୍ଷରୁ ପ୍ରାର୍ଥୀ ଘୋଷଣା କରା ଯାଇଥିଲା । ଯାହାକି ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା ।ହେଲେ ଗତକାଲି ଅପ୍ରତ୍ୟାଶିତ ଭାବରେ ଦଳରୁ ନିଲମ୍ବନ କରିବା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ .....ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ସେପଟେ ଚିତ୍ତରଞ୍ଜନଙ୍କୁ ଦଳ ବିଦା କରିବା ପରେ ନିଜ ସଙ୍ଗଠନକୁ ଆହୁରି ଦୃଢ଼ କରିବେ ବୋଲି ସୋସିଆଲ ମିଡିଆ ବାର୍ତ୍ତାରେ ଦେଇଛନ୍ତି । ନିଲମ୍ବନ ଆଦେଶରେ ଚିତ୍ତରଞ୍ଜନଙ୍କ ଠିକଣା ମହାକାଳପଡ଼ା ଲେଖା ଥିବାରୁ ସେ ଯେ ମହାକାଳପଡ଼ା ଅଞ୍ଚଳରେ ସକ୍ରିୟ ଥିଲେ ସେଥିରେ ଦ୍ବିମତ ନାହିଁ । ଚିତ୍ତରଞ୍ଜନ କହିଛନ୍ତି",ମହାକାଳପଡ଼ା କାହାର ଜାଗିର ନୁହେଁ । ସମୟ ଆସିଛି ମହାକାଳପଡ଼ାର ଯୁବଶକ୍ତି ଓ ବରିଷ୍ଠମାନେ ଏକଜୁଟ ହୁଅନ୍ତୁ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.