ETV Bharat / state

ଢେଙ୍କାନାଳରେ ବୁଲେଟ ରାଣୀ, ମୋଦିଙ୍କ ସମର୍ଥନରେ ବୁଲୁଛନ୍ତି ଭାରତ - Bullet Rani Rajalakshmi Nanda

author img

By ETV Bharat Odisha Team

Published : Mar 24, 2024, 11:20 AM IST

Updated : Mar 24, 2024, 11:36 AM IST

Bullet rani tour 15 states
Bullet rani tour 15 states

Bullet rani tour 15 states: ବୁଲେଟ ରାଣୀଙ୍କ ଭାରତ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ତାମିଲନାଡୁର ବୁଲେଟ ରାଣୀ ରାଜଲକ୍ଷ୍ମୀ ନନ୍ଦା 15 ରାଜ୍ୟ ଭ୍ରମଣ କରୁଛନ୍ତି । ଅଧିକ ପଢନ୍ତୁ

Bullet rani tour 15 states

ଢେଙ୍କାନାଳ: ବୁଲେଟ ରାଣୀଙ୍କ ଭାରତ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ତାମିଲନାଡୁର ବୁଲେଟ ରାଣୀ ରାଜଲକ୍ଷ୍ମୀ ନନ୍ଦା ବୁଲେଟରେ ୧୫ଟି ରାଜ୍ୟ ଯାତ୍ରା କରିବାକୁ ଯାଉଛନ୍ତି । ସେ ମଦୁରାଇରୁ ଯାତ୍ରା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଓଡ଼ିଶାର ଢେଙ୍କାନାଳରେ ପହଞ୍ଚିଛନ୍ତି । ସେଠାରେ ବିଜେପି ଦଳୀୟ ନେତା ଓ କର୍ମୀମାନେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ସେ ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଛନ୍ତି ।

"ଫିର ଏକବାର ମୋଦି ସରକାର" ଓ "ଅବ କି ବାର ଚାରସୋ ପାର" ନାରା ସହ "ଭୋଟ ଫର ମୋଦି, ଭୋଟ ଫର ନେସନ" ବାର୍ତ୍ତା ଦେଇ ବୁଲେଟରେ ଭାରତର ୧୫ ରାଜ୍ୟ ଭ୍ରମଣ କରୁଛନ୍ତି ତାମିଲନାଡୁର ରାଜଲକ୍ଷ୍ମୀ ନନ୍ଦା । ଫେବୃଆରୀ ୧୨ ତାରିଖରୁ ରାଜଲକ୍ଷ୍ମୀ ତାମିଲନାଡୁର ମଦୁରାଇରୁ ଏହି ବୁଲେଟ ଯାତ୍ରା ଆରମ୍ଭ କରିଥିଲେ । ମଦୁରାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ୨୧ ହଜାର କିଲୋମିଟର ଯାତ୍ରା କରିବାର ଲକ୍ଷ୍ୟ ରଖିଛନ୍ତି ରାଜଲକ୍ଷ୍ମୀ ।

ଏହାମଧ୍ୟ ପଢନ୍ତୁ..ପରିବେଶ ସଚେତନତାର ବାର୍ତ୍ତା, କେନ୍ଦ୍ରାପଡ଼ାରୁ କୋରାପୁଟ ସାଇକେଲ ଯାତ୍ରା - Kendrapara Koraput Cycle Tour

ବର୍ତ୍ତମାନ ସୁଦ୍ଧା ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଛତିଶଗଡ ରାଜ୍ୟ ଭ୍ରମଣ ସାରିଥିବା ବେଳେ ସେ ଓଡିଶାରେ ପହଞ୍ଚିଛନ୍ତି । ଝାଡଖଣ୍ଡ, ବିହାର, ଛତିଶଗଡ ଓ ହରିୟାଣା ଦେଇ ଏପ୍ରିଲ ୧୮ ତାରିଖରେ ତାଙ୍କର ଏହି ଭ୍ରମଣ ଶେଷ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜଲକ୍ଷ୍ମୀ । ଏହି ଯାତ୍ରା ସମୟରେ ଦେଶବାସୀଙ୍କୁ ଏକ ମଜବୁତ ଭାରତ ଓ ସକ୍ଷମ ଭାରତ ଗଠନ ସହ ଭାରତକୁ ବିଶ୍ୱଗୁରୁ ଭାବେ ଦେଖିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି । ଆଉମଧ୍ୟ ଏହି ଲୋକସଭା ଆସନ ନିର୍ବାଚନରେ ବିଜେପି 400 ଆସନ ଜିତିବ ବୋଲି ଲୋକମାନଙ୍କୁ କହିଛନ୍ତି ରାଜଲକ୍ଷ୍ମୀ ।

ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ମୋଦିଙ୍କ ପ୍ରତି ଲୋକଙ୍କ ଭଲପାଇବା ଥିବା ସେ ଅନୁଭବ କରିଥିବା କହିଛନ୍ତି ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀଙ୍କର ଏହି ୬୫ ଦିନର ଯାତ୍ରାରେ ଶନିବାର ରାତିରେ ୪୦ତମ ଦିନରେ ସେ ଢେଙ୍କାନାଳରେ ପହଞ୍ଚିଥିଲେ । ଢେଙ୍କାନଳାରେ ବିଜେପି ପକ୍ଷରୁ ସହରର ବାଜିଚୌକ ଛକ ନିକଟରେ ରାଜଲକ୍ଷ୍ମୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ ନେତା ଓ କର୍ମୀ । ଏହି ଅବସରରେ ବାଜିଚୌକ ଛକଠାରେ ବିଶ୍ୱର ସର୍ବ କନିଷ୍ଠ ସହିଦ ଢେଙ୍କାନାଳର ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ରାଜଲକ୍ଷ୍ମୀ ମାଲ୍ୟାର୍ପଣ କରିଥିଲେ । ଆଉମଧ୍ୟ ଢେଙ୍କାନାଳର ଅଧିଷ୍ଟାତ୍ରୀ ଦେବୀ ମା’ ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated :Mar 24, 2024, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.