ETV Bharat / state

ଚାକିରି ବାକିରି ଛାଡ଼ି ବ୍ରାଉନସୁଗାର ବେପାର, 2 ଜଣଙ୍କୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍‌

author img

By ETV Bharat Odisha Team

Published : Feb 6, 2024, 10:57 PM IST

ଚାକିରି ବାକିରି ଛାଡ଼ି ବ୍ରାଉନସୁଗାର ବେପାର
ଚାକିରି ବାକିରି ଛାଡ଼ି ବ୍ରାଉନସୁଗାର ବେପାର

Brown Sugar Seized in Bhubaneswar: ପାହାଳରୁ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଅଧିକ ପଢ଼ନ୍ତୁ

ଚାକିରି ବାକିରି ଛାଡ଼ି ବ୍ରାଉନସୁଗାର ବେପାର

ଭୁବନେଶ୍ବର: ଟଙ୍କା ରୋଜଗାର ପାଇଁ ଅବାଟରେ ଯୁବପୀଢି । ବ୍ୟାଙ୍କ ଚାକିରିଆରୁ ଲୁଚାଛପା ବ୍ରାଉନସୁଗାର ବିକ୍ରି । ଭୁବନେଶ୍ବର ଚାଲାଣ ବେଳେ ଧରିଲା କମିଶନରେଟ୍ ପୋଲିସ । ପାହାଳରୁ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ମଧ୍ୟ ଥିବା ଜଣାପଡିଛି ।

ସୂଚନା ମୁତାବକ ବ୍ରାଉନସୁଗାର କାରବାର ନେଇ ବେପାରୀ ଓ ସ୍ମଗଲରଙ୍କ ଉପରେ ନଜର ରଖିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ନାର୍କୋଟିକ୍ସ ଟିମ ଖବର‌ ପାଇଥିଲେ ଯେ ଖୋର୍ଦ୍ଧା ଅଞ୍ଚଳରୁ ଦୁଇ ଜଣ ବ୍ରାଉନସୁଗାର ଡେଲିଭେରୀ ପାଇଁ ଭୁବନେଶ୍ବର ଆସିଛନ୍ତି । ଏନେଇ ପୋଲିସ ସେମାନଙ୍କ ଗାଡିକୁ ପିଛା କରି ପାହାଳରୁ ସେମାନଙ୍କୁ କାବୁ କରିଥିଲା । ଗୋଟିଏ ବାଇକରେ ଦୁଇଜଣ ୪୦ ଲକ୍ଷ ଟଙ୍କାର ୪୦୦ ଗ୍ରାମର ବ୍ରାଉନସୁଗାର ନେଇ ଡେଲିଭେରୀ ଦେବା ପାଇଁ ଯିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ତେବେ ତାଙ୍କଠୁ ବ୍ରାଉନସୁଗାର ସହ ନଗଦ ୩ ହାଜର ଟଙ୍କା ଓ ଗୋଟିଏ ୟାମାହା R15 ବାଇକ ମଧ୍ୟ ଜବତ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଖୁଣ୍ଟୁଣିର ଜଗବନ୍ଧୁ ଦାସ (29), ଯିଏକି ଜଣେ ଇଲେକ୍ଟ୍ରିକାଲ ହେଲପର ଭାବେ କାମ କରେ । ସେହିପରି ଆଉଜଣେ 27 ବର୍ଷୀୟ ଶିବ ପ୍ରସାଦ ଦାସ, ଯିଏକି ଏକ ପ୍ରାଇଭେଟ୍‌ ବ୍ୟାଙ୍କରେ ଲୋନ କଲେକ୍ଟର ଭାବେ କାମ କରନ୍ତି । ଦୁହେଁ ବ୍ରାଉନସୁଗାର ନେଇ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ । ତେବେ ଉଭଙ୍କୁ ଗିରଫ କରି NDPS ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବେଶ ବଦଳାଇ ଲୁଟୁଥିଲେ, 4 ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବ୍ରାଉନସୁଗାର କାରବାର ନେଇ ପୋଲିସ ଅଭିଯାନ ଜାରି ରଖିଛି । ଏଥିପାଇ ବିଶେଷ କରି ନିଶାମୁକ୍ତ ଭାରତ ଅଭିଯାନ ଜରିଆରେ ଅଧିକ କଡାକଡି କରି ଏଭଳି କାରବାର ନଜର ରଖିବାକୁ ପୋଲିସ ପ୍ରୟାସ ଜାରି ରଖିଛି । ପୂର୍ବରୁ ମଧ୍ୟ ଅନେକ ହାଇପ୍ରୋଫାଇଲ ଡ୍ରଗସ୍‌ କାରବାରକାରୀଙ୍କ ଖୁଲାସା କରିଛି ପୋଲିସ । ପୂର୍ବରୁ ଗତ ଅଗଷ୍ଟ 19 ତାରିଖରେ ସ୍ପେଶାଲ କ୍ରାଇମ୍ ୟୁନିଟ ହାତରେ ଧରାପଡିଥିଲା ଇଞ୍ଜିନିୟର ଗ୍ୟାଙ୍ଗ୍ । ଯେଉଁଥିରେ ଧରାପଡ଼ିଥିଲେ ଜଣେ ବି-ଟେକ୍‌ ଇଞ୍ଜିନିୟରଙ୍କ ସମେତ ଜଣେ ଡିପ୍ଲୋମା ଛାତ୍ର ଓ ବସ ଡ୍ରାଇଭର । ଭୁବନେଶ୍ବରରୁ ଏହି ୩ ଜଣିଆ ରାକେଟକୁ ଗିରଫ କରିଥିଲା ପୋଲିସ । ପରେ କିଭଳି ଯୁବପୀଢିଙ୍କୁ ବ୍ରାଉନସୁଗାର ବିକିବା ପାଇଁ ଏକ ରାକେଟ ଅପରେଟ କରାଯାଉଥିଲା, ତାର ଫର୍ଦ୍ଦାଫାସ୍‌ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍‌ । ତେବେ ଯୁବପୀଢି ନିଜ ଚାକିରି ଓ ପାଠ ଛାଡି ଏଭଳି ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ହେବା ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.