ETV Bharat / state

ବେଶ ବଦଳାଇ ଲୁଟୁଥିଲେ, 4 ଲୁଟେରାଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Feb 5, 2024, 5:01 PM IST

କଟକରୁ 4 ଲୁଟେରା ଗିରଫ
କଟକରୁ 4 ଲୁଟେରା ଗିରଫ

Four accused arrested in Cuttack robbery case: କଟକ ସହର ଦରଖା ପାଟଣା ପୂଜା ମଣ୍ଡପ ଲୁଟ୍‌ ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

କଟକରୁ 4 ଲୁଟେରା ଗିରଫ

କଟକ: ସିରିଜ ଲୁଟ୍‌ ଘଟଣାରେ ମୋଟ 4 ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସହରର ଦରଖା ପାଟଣା ପୂଜା ମଣ୍ଡପରୁ ହୋଇଥିବା ଲୁଟ୍‌ ଘଟଣାରେ ଏହି ଅପରାଧୀମାନେ ସାମିଲ ଥିଲେ । 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ଲୁଟ୍ ହୋଇଥିବା ଅଳଙ୍କାର ଓ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏମାନେ ପେଶାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ଏମାନଙ୍କ ନାମରେ ଏକାଧିକ ମାମଲା ରହିଛି । ସବୁଠାରୁ ବଡ଼କଥା ହେଉଛି, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟବସାୟୀ ରହିଛି । ଲୁଟ୍‌ କରିବା ପରେ ଅଭିଯୁକ୍ତମାନେ ଏହି ବ୍ୟବସାୟୀକୁ ଲୁଟ୍‌ ସାମଗ୍ରୀ ବିକ୍ରି କରୁଥିଲେ ।

ଗତ ମାସ 28 ତାରିଖ ରାତି ପ୍ରାୟ 1ରୁ 2ଟା ମଧ୍ୟରେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ଦରଖା ପାଟଣା ପୂଜା ମଣ୍ଡପଠାରେ ଲୁଟ ହୋଇଥିଲା । ଯାହାର ତଦନ୍ତ ଆରମ୍ଭ କରିଥିଲା ମଧୁପାଟଣା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରି ଲୁଟେରାମାନଙ୍କ ପାଖରେ ପହଞ୍ଚିଥିଲା ପୋଲିସ । ଏହାପରେ କଟକ ସତୀଚୌରା ଇମାମପଡ଼ା ବସ୍ତି ଅଞ୍ଚଳର ଶେଖ୍‌ ପିରୁ, ଶେଖ୍‌ ଅଜିମ୍‌, ଶେଖ୍‌ ହାରୁନ୍‌ଙ୍କୁ ପ୍ରଥମେ ଗିରଫ କରିଥିଲା ପୋଲିସ । ଏହାପରେ ଚତୁର୍ଥ ଅଭିଯୁକ୍ତ ତଥା ଏମାନଙ୍କ ନିକଟରୁ ଅଳଙ୍କାର କିଣିଥିବା 42 ମୌଜା ଅଞ୍ଚଳର ଜଗଦୀଶ ଗୁଜରାଟୀକୁ ଧରିବାରେ ସଫଳତା ପାଇଥିଲା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ, ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଶେଖ୍‌ ପୀରୁ ଓରଫ ଶେଖ୍‌ ତାହିର ନାମରେ ମାଲଗୋଦାମ, ବାରଙ୍ଗ, ବିଡାନାସୀ ଓ ଅନ୍ୟ ଥାନା ମାନଙ୍କରେ ପୂର୍ବରୁ ମୋଟ 14ଟି ମାମଲା ରହିଛି । ସେହିଭଳି ଶେଖ୍‌ ଅଲିମ୍‌ ନାମରେ ପୂର୍ବରୁ 6ଟି ମାମଲା ରହିଛି । ଏମାନେ ପେଶାଦାର ଲୁଟେରା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏଭଳି ଲୁଟ୍‌ କରିଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ନିକଟରୁ ଲୁହା ରଡ଼, ମାର୍ତୁଲ, ଆରି, 423 ଗ୍ରାମ ରୂପା, ସୁନା ନାକଫୁଲ, ଏକ ସ୍କୁଟି, ପ୍ରାୟ ଏକ ହଜାର ଟଙ୍କାର ଖୁଚୁରା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା କଟକ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.