ETV Bharat / state

କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ, ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

author img

By ETV Bharat Odisha Team

Published : Jan 30, 2024, 10:26 PM IST

କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ,ପୋଲିସ କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !
କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ,ପୋଲିସ କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

Police investigates in robbery case : କଟକ ଦରଘାପାଟଣା ପୂଜାମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ମାମଲାର ଛାନବିନ ଜାରି ରଖିଛି କଟକ କମିଶନରେଟ ପୋଲିସ । ଏହି କାଣ୍ଡ ଇରାଗୋଲା କିମ୍ବା ବଞ୍ଜାରା ଗ୍ୟାଙ୍ଗ ଘଟାଇ ଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି । ଅଧିକ ପଢନ୍ତୁ

କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ,ପୋଲିସ କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

କଟକ: କଟକରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ । ଦିନରେ ଟାର୍ଗେଟ କରୁଛନ୍ତି ଆଉ ରାତିରେ କଲାକନା ବୁଲାଉଛନ୍ତି ଏହି ଗ୍ୟାଙ୍ଗ । ଏମିତି ଢଙ୍ଗରେ ଲୁଟୁଛନ୍ତି ଏହି ଗ୍ୟାଙ୍ଗର ଲୁଟେରା ମାନେ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ । ସମାନ ଢଙ୍ଗରେ ଲୁଟକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ । ଯଦିଓ ଏହି ଗ୍ୟାଙ୍ଗ କୁ ଠାବ କରିବାକୁ ପୋଲିସ ଛାନଭିନ୍ନ ଜାରି ରଖିଛି ତଥାପି ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛି ପୋଲିସ । ବିଶେଷକରି ମନ୍ଦିର ମାନଙ୍କରେ ଟଙ୍କା ନ ରଖିବାକୁ ପୋଲିସ ପରାମର୍ଶ ଦେଇଛି । ସିସିଟିଭି ଫୁଟେଜରୁ ପୋଲିସକୁ ଅନେକ ସୁରାଖ ମିଳିଛି ଏବଂ ଟିମ ବିଭିନ୍ନ ସ୍ଥାନରେ କଡା ନଜର ରଖିଥିବା ଅତିରିକ୍ତ ଡିସିପି କହିଛନ୍ତି ।

କଟକ ଦରଘାପାଟଣା ପୂଜାମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ମାମଲାର ଛାନବିନ ଜାରି ରଖିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ମୋଟ ତିନୋଟି ଟିମ ଗଠନ କରି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି କାଣ୍ଡ ଇରାଗୋଲା କିମ୍ବା ବଞ୍ଜାରା ଗ୍ୟାଙ୍ଗ ଘଟାଇ ଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି । ବିଶେଷ କରି ମା’ଙ୍କ ଅଳଙ୍କାର ଲୁଟି ଥିବା ଦୁର୍ବୃତ୍ତଙ୍କ ବେଶ ଭୁଷା ଓ ସେମାନଙ୍କ ଭାବଭଙ୍ଗୀ ଦେଖି ପୋଲିସ ଏହି ଅନୁମାନ କରୁଛି । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସମାନ ଧରଣର ମନ୍ଦିର ଚୋରି ଘଟଣା ଘଟିଥିବାରୁ ସେହି ଲୁଟ ସହିତ ଦରଘାପାଟଣା ପୂଜାମଣ୍ଡପରୁ ଅଳଙ୍କାର ଚୋରିର କୌଣସି ସମ୍ପର୍କ ରହିଛି ନା ନାହିଁ ତାର ବି ଅନୁଧ୍ୟାନ କରାଯାଉଛି । ଏହା ସହ ମନ୍ଦିର ଚୋରି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଏବେ ନିକଟରେ ଜାମିନରେ ମୁକୁଳିଥିବା ଅପରାଧୀଙ୍କ ମଧ୍ୟ ସନ୍ଦେହ ଘେର ଭିତରକୁ ନେଇଛି ପୋଲିସ । ତେବେ ଖୁବ ଶୀଘ୍ର ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର । ରବିବାର ବିଳମ୍ବିତ ରାତିରେ ଦରଘାପାଟଣା ପୂଜାମଣ୍ଡପରୁ ଏହି ଚୋରି ହୋଇ ମିଳିଛି । ଦୁର୍ବୁତ୍ତମାନେ ମା’ଙ୍କ ମୁକୁଟ ସହିତ ବିଭିନ୍ନ ଅଳଙ୍କାର ଚୋରି କରି ନେଇଥିବା ସହ ସେଠାରେ ଥିବା ହୁଣ୍ଡିକୁ ମଧ୍ୟ ଭାଙ୍ଗି ଦାନ ଟଙ୍କା ଲୁଟ କରି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ ... ମାତିଛନ୍ତି ଲୁଙ୍ଗି ପିନ୍ଧା ଲୁଟେରା ଗ୍ୟାଙ୍ଗ; ଦୁର୍ଗା ମନ୍ଦିରରେ ବୁଲାଇଲେ କଳାକନା

ସୂଚନାଯୋଗ୍ୟ ଯେ କଟକ ଦରଘାପଟଣା ଦୁର୍ଗା ମନ୍ଦିରରୁ ଗତ ରବିବାର ରାତିରେ ମା ଙ୍କ ଚାନ୍ଦି ମୁକୁଟ, ମଙ୍ଗଳସୂତ୍ର,ସୁନା ଆଖି,ସୁନା ମୁକୁଟ ସହ ହୁଣ୍ଡି ଦାନବାକ୍ସ ରେ ଥିବା ଟଙ୍କା ଚୋରି ହୋଇଯାଇଥିଲା । ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ଖବରପାଇ ମଧୂପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ସାଇଣ୍ଟିଫିକ ଟିମ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଥିଲେ । ମଣ୍ଡପ ନିକଟରେ ଲାଗିଥିବା ସିସିଟିଭି ରୁ ଦୁଇଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । ପାଖାପାଖି 10 ଲକ୍ଷ ଟଙ୍କାର ଅଳଙ୍କାର ଓ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି ମଣ୍ଡପ କର୍ମକର୍ତ୍ତା । ତେବେ ଗତ 19 ତାରିଖରେ ସମାନ ଢଙ୍ଗରେ ମଧୂପଟଣା ଥାନା ସମ୍ରାଟ ସିନେମା ନିକଟ ଏକ ମନ୍ଦିର ଓ ଦୋକାନ ଘରୁ ଚୋରୀ ହୋଇଥିବା ଜଣାପଡିଛି । ବାରମ୍ବାର ଏଭଳି ଚୋରି ହେଉଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାର ତଦନ୍ତ ଜୋରଦାର ଚଳାଇଛି କମିଶନରେଟ ପୋଲିସ । ଏହି ଲୁଟ ରେ ଲୁଙ୍ଗି ପିନ୍ଧା ଲୁଟେରା ସାମିଲ ଥିବା ନେଇ ସିସିଟିଭି ଫୁଟେଜରେ ଜଣା ପଡ଼ିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.