ETV Bharat / state

ମାତିଛନ୍ତି ଲୁଙ୍ଗି ପିନ୍ଧା ଲୁଟେରା ଗ୍ୟାଙ୍ଗ; ଦୁର୍ଗା ମନ୍ଦିରରେ ବୁଲାଇଲେ କଳାକନା

author img

By ETV Bharat Odisha Team

Published : Jan 30, 2024, 7:02 AM IST

Loot from Durga Temple: ସିଲଭର ସିଟିରେ ମାତିଛନ୍ତି ଲୁଟେରା । ସାଧାରଣ ଲୋକଙ୍କ ବେଶରେ କରୁଛନ୍ତି ଲୁଟ । ଅଧିକ ପଢ଼ନ୍ତୁ

ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ
ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ

ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ

କଟକ: ସିଲଭର ସିଟିରେ ମାତିଛନ୍ତି ଲୁଟେରା । ବିଶେଷକରି ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ବଡ଼କଥା ହେଉଛି ସେମାନଙ୍କ ଲୁଟ କରିବା ତରିକା ଅଲଗା । ଲୁଙ୍ଗି ପରିଧାନ କରିବା ସହ କାନ୍ଧରେ ଏକ ବ୍ୟାଗ ପକାଇ ଏହି ଗ୍ୟାଙ୍ଗର ଲୁଟେରାମାନେ ଲୁଟ କରୁଛନ୍ତି । ସାଧାରଣ ଲୋକମାନେ ଯେପରି କୌଣସି ସନ୍ଦେହ ନ କରିବେ, ସେଥିପାଇଁ ସେମାନେ ଏହି ବେଶରେ ବୁଲୁଛନ୍ତି । ମଧ୍ୟରାତ୍ରରେ ଏହି ଗ୍ୟାଙ୍ଗର ଲୁଟେରାମାନେ ଲୁଟ କରୁଛନ୍ତି । ଯାହାକି ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି ।

ତେବେ କଟକ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି । ମଣ୍ଡପରେ ପୂଜା ପାଉଥିବା ମା'ଙ୍କ ବହୁ ମୂଲ୍ୟବାନ ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ରବିବାର ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ମା'ଙ୍କ ଚାନ୍ଦି ମୁକୁଟ, ମଙ୍ଗଳସୂତ୍ର, ସୁନା ଆଖି, ସୁନା ମୁକୁଟ ସହ ହୁଣ୍ଡି ଦାନବାକ୍ସରେ ଥିବା ଟଙ୍କା ଚୋରି ହୋଇଯାଇଛି । ସୋମବାର ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ସାଇଣ୍ଟିଫିକ ଟିମ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଥିଲେ । ତଦନ୍ତ ବେଳେ ମଣ୍ଡପ ନିକଟରେ ଲାଗିଥିବା ସିସିଟିଭିରୁ ଦୁଇଜଣ ସନ୍ଦିଗ୍ଧ ରାତି ଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । ପାଖାପାଖି 10 ଲକ୍ଷ ଟଙ୍କାର ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମଣ୍ଡପ କର୍ମକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ...ବିଦେଶ ପଠାଇଦେବା କହି ଯୁବକଙ୍କଠୁ ସ୍ବାମୀ-ସ୍ତ୍ରୀ ଲୁଟିଲେ ୨୫ଲକ୍ଷ, ଥାନାରେ ଏତଲା

ସେପଟେ ଗତ 19 ତାରିଖରେ ସମାନ ଢଙ୍ଗରେ ମଧୁପଟଣା ଥାନା ସମ୍ରାଟ ସିନେମା ନିକଟ ଏକ ମନ୍ଦିର ଓ ଦୋକାନ ଘରୁ ଚୋରି ହୋଇଥିଲା । ବାରମ୍ବାର ଏଭଳି ଚୋରି ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହାର ତଦନ୍ତ ଜୋରଦାର ଚଳାଇଛି କମିଶନରେଟ ପୋଲିସ । ଏହି ଲୁଟରେ ଲୁଙ୍ଗି ପରିଧାନ ଲୁଟେରା ସାମିଲ ଥିବା ନେଇ ସିସିଟିଭି ଫୁଟେଜରେ ଜଣାପଡ଼ିଛି । ବିଶେଷକରି ମଧ୍ୟରାତ୍ରରେ ଏହି ଗ୍ୟାଙ୍ଗ ସକ୍ରିୟ ହୋଇପଡନ୍ତି । ଲୋକଙ୍କ ନଜର ଯେପରି ନପଡିବ ସେଥିପାଇଁ ଲୁଙ୍ଗି ପରିଧାନ କରି କାନ୍ଧରେ ଏକ ବ୍ୟାଗ ପକାଇ କଳାକନା ବୁଲାଇଥାନ୍ତି । ଏଭଳି ସମାନ ଢଙ୍ଗରେ ଲୁଟ ହେଉଥିବାରୁ ଏହାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିବା ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି । ଏହାସହ ଖୁବଶୀଘ୍ର ଏହି ଲୁଟେରାଙ୍କୁ ଧରାଯିବ ବୋଲି ଏସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.