ETV Bharat / state

ନଗରପାଳଙ୍କ ସାଜିଲେ ମହୀରାବଣ, ଜିତିଲେ ଦର୍ଶକଙ୍କ ମନ - Boudh Ramlila

author img

By ETV Bharat Odisha Team

Published : May 2, 2024, 12:59 PM IST

Ramlila Yatra of Boudh
Ramlila Yatra of Boudh

Ramlila Yatra of Boudh: ରାମ ନବମୀ ଠାରୁ ବୌଦ୍ଧରେ ଜମୁଛି ରାମଲୀଳା । ନଗରପାଳ ସାଜିଲେ ମହୀରାବଣ । ଦର୍ଶକଙ୍କ ମନ ଜିଣିଲେ । ଅଧିକ ପଢନ୍ତୁ

Ramlila Yatra of Boudh

ବୌଦ୍ଧ: ଧୂମଧାମରେ ଚାଲିଛି ଜିଲ୍ଲାର ଗଣପର୍ବ ଭାବରେ ପରିଚିତ ପ୍ରସିଦ୍ଧ ରାମଲୀଳା ଯାତ୍ରା । ଦୀର୍ଘ 18 ଦିନ ହେବ କମ୍ପୁଛି ମଞ୍ଚ । ତେବେ ଜଣେ ନିର୍ବାଚନ ଜନ ପ୍ରତିନିଧିଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅନୁଷ୍ଠିତ ଏହି ମହୋତ୍ସବ ଅଞ୍ଚଳର ସ୍ବତନ୍ତ୍ର ପରିଚୟ ହୋଇରହିଛି ।

ଦୀର୍ଘ ଅଠର ଦିନ ଧରି ସ୍ଥାନୀୟ କଳାକାରମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ଏକ ଓଳା ହବିଷ ଗ୍ରହଣ ପୂର୍ବକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଲୀଳା ନାଟକକୁ ପରିବେଷଣ କରିଥାନ୍ତି । ତେବେ ଏହି ପାରମ୍ପରିକ ଲୋକ ନାଟକରେ ବୈଦ୍ଧଗଡ ଏନ୍ଏସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଭୂମିକା ବେଶ ଆକର୍ଷଣୀୟ । ବୁଧବାର ବିଳମ୍ୱିତ ରାତିରେ ସେ ମହୀରାବଣ ଭୂମିକା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ସେହିପରି ବୁଧବାର ରାତିରେ ବାଉଁଶୁଣୀ ଠାରେ ଚାଲିଥିବା ରାମଲୀଳା ରାମ ରାବଣର ସମର ଶୋଭାଯାତ୍ରାକୁ ହଜାର ହଜାର ଦର୍ଶକ ଉପଭୋଗ କରିବା ସହିତ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ରାମଲୀଳା ଯାତ୍ରା; ସମ୍ପୂର୍ଣ୍ଣ ସାମାଜିକ ରୀତିନୀତିରେ ସମ୍ପନ୍ନ ହେଲା ସୀତାରାମଙ୍କ ବିବାହ ଉତ୍ସବ - Ramlila Yatra

ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ମହୋତ୍ସବ ଅଞ୍ଚଳର ସ୍ବତନ୍ତ୍ର ପରିଚୟ ହୋଇ ରହିଛି । ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଲୁପ୍ତପ୍ରାୟ ଲୋକକଳା ମାଧ୍ୟମରେ ପରିବେଷଣ ହେଉଥିବା ଲୀଳା ନାଟକ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ହୋଇରହିଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଶ୍ରୀରାମ ନବମୀ ଠାରୁ ଅଠର ଦିନ ଧରି ଅନୁଷ୍ଠିତ ରାମଲୀଳା ଯାତ୍ରା ଅଞ୍ଚଳର ଗଣପର୍ବ ଭାବରେ ପରିଚିତ ।

ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକକଳା ତଥା ଲୋକ ନାଟକ ମଧ୍ୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନୀ ସଂକଳିତ ରାମଲୀଳା ନାଟକ ଜିଲ୍ଲାରେ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି । ବୌଦ୍ଧ ଜିଲ୍ଲାର ଶତାଧିକ ସ୍ଥାନରେ ଏଭଳି ଲୀଳା ନାଟକ ମାଧ୍ୟମରେ ପ୍ରାଚୀନ କଳାକୁ ବଞ୍ଚାଇବାକୁ ସ୍ଥାନୀୟ କଳାକାରମାନେ ବେଶ ପ୍ରଚେଷ୍ଟା କରିଆସିଛନ୍ତି । ଗଡ଼ଜାତ ରାଜ୍ୟ ବୌଦ୍ଧ ଠାରେ ଶତାଧିକ ବର୍ଷ ପୂର୍ବରୁ ରାଣୀ କେଶବ ପ୍ରିୟା ଦେବୀ ଶ୍ରଦ୍ଧାଳୁ ତଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ପୁରୁଣା ଜେଲ ସମ୍ମୁଖରେ ରେଖା ଶୈଳୀରେ ରଘୁନାଥ ମନ୍ଦିର ନିର୍ମାଣ କରାଇଥିଲେ । ସେହି ପ୍ରାଚୀନ ସମୟରୁ ଏହି ମନ୍ଦିର ସମ୍ମୁଖରେ ଉନ୍ମୁକ୍ତ ରଙ୍ଗମଞ୍ଚରେ ପାରମ୍ପରିକ ଶୈଳୀରେ ଲୀଳା ନାଟକ ପରିବେଷିତ ହୋଇଆସୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.