ରାମଲୀଳା ଯାତ୍ରା; ସମ୍ପୂର୍ଣ୍ଣ ସାମାଜିକ ରୀତିନୀତିରେ ସମ୍ପନ୍ନ ହେଲା ସୀତାରାମଙ୍କ ବିବାହ ଉତ୍ସବ - Ramlila Yatra

By ETV Bharat Odisha Team

Published : Apr 20, 2024, 10:01 AM IST

Updated : Apr 20, 2024, 10:25 AM IST

thumbnail

Ramlila Yatra: ବୌଦ୍ଧ: ପାରମ୍ପରିକ ଲୋକ ବାଦ୍ୟ ତାଳେ ତାଳେ ତଥା ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ବିଳମ୍ବିତ ରାତିରେ ଅନୁଷ୍ଠିତ ହେଲା ଜନକ ନନ୍ଦିନୀ ମାତା ସୀତା ଓ ଦଶରଥ ନନ୍ଦନଙ୍କ ବିବାହ ଉତ୍ସବ । ଏଥିପାଇଁ ଆଜି ସାରା ସହର ଉତ୍ସବ ମୁଖର ହୋଇ ଉଠିଥିଲା । ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେତାଳେ ତଥା ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ବିଳମ୍ବିତ ରାତିରେ ଅନୁଷ୍ଠିତ ହେଲା ମାତା ସୀତା ଓ ମର୍ଜାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିବାହ ଉତ୍ସବ । ଏଥିପାଇଁ ଆଜି ସାରା ସହର ଉତ୍ସବ ମୁଖର ହୋଇ ଉଠିଥିଲା ।


ଶତାଧିକ ବର୍ଷ ର ପ୍ରାଚୀନ ଲୀଳା ନାଟକ କୁ ଋଦ୍ଧିମନ୍ତ କରି ଆସିଥିବା ପାରମ୍ପରିକ ଲୋକ ନାଟକ ରାମଲୀଳା ଯାତ୍ରା ର ଆଜି ଥିଲା ବିଶେଷ ଆକର୍ଷଣ ର ଦିବସ । ବୌଦ୍ଧ ଜିଲ୍ଲାର ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଶହେ ଦଶ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଲୀଳା ନାଟକ ରାମଲୀଳା ନାଟ୍ୟ ପରମ୍ପରାରେ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛି । ଶତାଧିକ ବର୍ଷ ର ଏହି ପାରମ୍ପରିକ ଲୋକ ନାଟକ ରେ ପ୍ରତ୍ୟେକ ଚରିତ୍ର ବେଶ ଜୀବନ୍ତ ତଥା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଉତ୍ସର୍ଗିକୃତ । ବୌଦ୍ଧ ର ଗଣପର୍ବ ଭାବରେ ପରିଚିତ ଶ୍ରୀରାମ ଲୀଳା ଯାତ୍ରା ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆଜି ଏହି ଯାତ୍ରା ର ସୀତା ବିବାହ ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସାରା ବୈଦ୍ଧ ସହର । ବୌଦ୍ଧ ସହର ଉପକଣ୍ଠରେ ଥିବା ବୁଟୁପାଲି ଗ୍ରାମ ଆଜି ମିଥିଳା ନଗରୀରେ ପରିଣତ ହୋଇଥିଲା ।ଜନକ ନନ୍ଦିନୀ ମାତା ସୀତା ଙ୍କ ସ୍ଵୟମ୍ବର ପାଇଁ ଦୂର ଦୂର ରାଜ୍ୟ ର ନରପତି ଏପରିକି ଲଙ୍କାପତି ରାବଣ ମିଥିଳା ରାଜ ପ୍ରସାଦ ରେ ପହଞ୍ଚି ଥିଲେ । ତେବେ ଶେଷରେ ଦଶରଥ ନନ୍ଦନ ମର୍ଜାଦାପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ଶିବ ଧନୁ ଭଗ୍ନ ପରେ ମାତା ସୀତା ଙ୍କ ସହିତ ରାମଚନ୍ଦ୍ରଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବୁଟୁପାଲି ଠାରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ଶେଷ ହେଲା ରାମଲୀଳା ଯାତ୍ରା, ରାମଚନ୍ଦ୍ରଙ୍କ ହାତରେ ବଦ୍ଧ ହେଲା ରାବଣ

ଇଟିଭି ଭାରତ, ବୌଦ୍ଧ

Last Updated : Apr 20, 2024, 10:25 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.