ETV Bharat / state

ବୌଦ୍ଧରେ ଶେଷ ହେଲା ରାମଲୀଳା ଯାତ୍ରା, ରାମଚନ୍ଦ୍ରଙ୍କ ହାତରେ ବଦ୍ଧ ହେଲା ରାବଣ

author img

By

Published : Apr 16, 2023, 4:50 PM IST

ରାମଲୀଳା ଯାତ୍ରାରେ ଅସତ୍ୟ ଉପରେ ହେଲା ସତ୍ୟର ବିଜୟ । ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ବଦ୍ଧ ହେଲା ରାବଣ । ଅଧିକ ପଢନ୍ତୁ

ramalila yatra concludes at boudh
ramalila yatra concludes at boudh
ରାମଚନ୍ଦ୍ରଙ୍କ ହାତରେ ବଦ୍ଦ ହେଲା ରାବଣ

ବୌଦ୍ଧ: ଜିଲ୍ଲାରେ ଶେଷ ହୋଇଯାଇଛି ରାମଲୀଳା ଯାତ୍ରା । ଶେଷର ଦିନରେ ମର୍ଜାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ବଦ୍ଦ ହୋଇଛି ମହାମାୟାବୀ ଲଙ୍କାପତି ରାବଣ। 18 ଦିନ ଧରି ମୁକ୍ତକାଶ ରଙ୍ଗମଞ୍ଚରେ ନାକଟ ଚାଲିବା ପରେ ଶନିବାର ଶେଷ ହୋଇଛି। ବୌଦ୍ଧର ରାମଲୀଳା ଯାତ୍ରାର ସର୍ବାଧିକ ଆକର୍ଷଣ ରହିଥାଏ ରାମ ଓ ରାବଣଙ୍କ ସମର ଶୋଭାଯାତ୍ରା ।

ରାମଲୀଳା ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଥିଲା ବୌଦ୍ଧ ଜିଲ୍ଲା । ଅଞ୍ଚଳର ଏହା ଏକ ଗଣପର୍ବର ମାନ୍ୟତା ପାଇଥିବା ବେଳେ ଲୀଳା ନାଟକ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମୁସଲିମ ବସ୍ତି ନିକଟରେ ଥିବା ବୌଦ୍ଧର ରଘୁନାଥ ଜୀୟୁଙ୍କ ଏହି ପବିତ୍ର ଯାତ୍ରାରେ ମୁସଲମାନ ସଂପ୍ରଦାୟର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି । ଏହାଛଡା ରାମ ନବମୀରେ ଆମିଷ ବର୍ଜନ କରି ମୁସଲମାନମାନେ ଭାଇଚାରାର ନିଦର୍ଶନ କରିଆସୁଛନ୍ତି । ଦୀର୍ଘ ଅଠର ଦିନ ଧରି ବ୍ରତଧାରୀମାନେ ହବିଷ ଗ୍ରହଣ କରି ଅତି ଚିତାକର୍ଷକ ନାଟକ ପରିବେଷଣ କରିଥାନ୍ତି । ଦୀର୍ଘ ବର୍ଷ ହେବ ଏଠାରେ ରାମଲୀଳା ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଶେଷ ଦିନରେ ଅନୁଷ୍ଠିତ ରାମ ରାବଣଙ୍କ ସମର ଶୋଭାଯାତ୍ରା ସର୍ବାଧିକ ଆକର୍ଷଣୀୟ ରହିଥିଲା।

ଶନିବାର ରାତିରେ ରାମେଶ୍ୱର ମନ୍ଦିରଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ ସୁସଜ୍ଜିତ ରଥ ବାହାରିଥିବା ବେଳେ ମହାମାୟାବୀ ରାବଣ ରଥ ବୁଟୁପାଲିଠାରୁ ବାହାରି ଥିଲା । ତେବ ରାବଣର ପ୍ରତୀକ ସ୍ବରୂପ ପ୍ରତ୍ୟେକ ବର୍ଷ ବୌଦ୍ଧ ସହରର ନିକଟବର୍ତ୍ତୀ ଦଶଟି ପଞ୍ଚାୟତରୁ ଦଶଗୋଟି ରାବଣ ସହର ପରିକ୍ରମା କରିଥାନ୍ତି । ଦଶଟି ସ୍ଥାନରୁ ଆସିଥିବା ଦଶ ରାବଣ ଭିନ୍ନଭିନ୍ନ ଶୈଳୀରେ ନାଟକରେ ଅଂଶଗ୍ରହଣ କରିଥାଆନ୍ତି । ରାତି ତମାମ ଶୋଭାଯାତ୍ରା ଚାଲିବା ସହିତ ଆଜି ପ୍ରତ୍ୟୁଷରେ ରାବଣ ବଧ ସହିତ ସମାପନ ହୋଇଥିଲା । ରାବଣର ଏକ ବିରାଟ ପ୍ରତିକୃତିକୁ ଅଗ୍ନି ସଂଯୋଗ କରାଯାଇ ରାବଣ ଦହନ କରାଯାଇଥିଲା ।

ତେବେ ଶନିବାର ରାତି ତମାମ ବୌଦ୍ଧ ସହର ସମ୍ପୂର୍ଣ୍ଣ ଲଙ୍କା ପତିର କବଜାରେ ରହିଥିଲା । ପ୍ରଥମ ଯୁଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଆତସବାଜିର ପ୍ରଦର୍ଶନ କରାଯାଇଥିଲା । ରାମ ରାବଣଙ୍କ ଦ୍ବିତୀୟ ସମର ସ୍ଥାନୀୟ ବାଘଗୁଡା ଛକରେ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ ରାମ ରାବଣ ମହାସମର ସମ୍ପୂର୍ଣ୍ଣ ଭାବରେ ମୁକ୍ତ ରଙ୍ଗ ମଞ୍ଚରେ ଅନୁଷ୍ଠିତ ହେଉଥିବା ବେଳେ ଏହା ଦେଶର ଅନ୍ୟତମ ବୃହତ ରଙ୍ଗ ମଞ୍ଚ ବୋଲି ବିବେଚନା କରାଯାଏ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ଥାନୀୟ ବହୁ ସ୍ବେଚ୍ଛାସେବୀ ସଂଗଠନର ଯାତ୍ରାରେ ସହଯୋଗ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.