ETV Bharat / state

ବିଏମସି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ପଡି ରହିଲା ଆବର୍ଜନା

author img

By ETV Bharat Odisha Team

Published : Mar 11, 2024, 9:42 PM IST

୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବିଏମସି ସଫେଇ କର୍ମଚାରୀ
୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବିଏମସି ସଫେଇ କର୍ମଚାରୀ

Sanitation Workers Protest: ରାଜଧାନୀରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଏମସି ସେମାନଙ୍କୁ ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବିଏମସି ସଫେଇ କର୍ମଚାରୀ

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମଚାରୀ । ଭୁବନେଶ୍ୱରରେ ସଫେଇ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଦରମା ବୃଦ୍ଧି ସହ ଠିକା ସଂସ୍ଥା ଉଠାଇବା ଭଳି ୬ ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି । ଆଜି ରାଜଧାନୀର କୌଣସି ୱାର୍ଡରୁ ଅଳିଆ ହଟିନଥିବା ବେଳେ ସଫେଇ କର୍ମଚାରୀ ମାନେ ରାଜମହଲ ଛକରେ ଆନ୍ଦୋଳନ କରିଥିଲେ । ଏହାସହ ସଫେଇ କର୍ମଚାରୀଙ୍କୁ ବିଏମସି ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ।

ସେମାନଙ୍କ ଦାବି ମୁତାବକ ଦରମା ୯ ହଜାରରୁ ୧୫ ହଜାରକୁ ବୃଦ୍ଧି ଓ ଆବର୍ଜନାକୁ ପୃଥକ କରିବା ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା କିମ୍ବା ମେସିନ ସାହାଯ୍ୟରେ ପୃଥକ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ଆନ୍ଦୋଳନକୁ ଯୋଗୁଁ ରାଜଧାନୀର ପ୍ରାୟ ୫୫ଟି ୱାର୍ଡରୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି । ଗୋଟେ ପଟେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିବା ବେଳେ ସେପଟେ ଆନ୍ଦୋଳନ ବନ୍ଦ କରିବା ପାଇଁ ସଫେଇ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିଛି ସଂଘ ।

ଅନ୍ୟପଟେ ଦାବି ପୂରଣ ନ ହେଲେ ଆସନ୍ତାକାଲି ଠାରୁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ । କାରଣ ପୂର୍ବରୁ ମଧ୍ୟ ବାରମ୍ବାର ସଫେଇ କର୍ମଚାରୀମାନେ ସେମାଙ୍କର ଦାବିକୁ ନେଇ ବିଏମସି ସହ ଆଲୋଚନା କରିଥିଲେ । କିନ୍ତୁ ସବୁ ଆଲୋଚନା ବିଫଳ ହୋଇଛି । ବିଏମସି ପ୍ରତିଶୃତି ଦେଇଥିଲା ଦାବି ସମୂହକୁ ଆଲୋଚନା ମାଧ୍ୟମରେ ପୂରଣ କରିବ ବୋଲି ହେଲେ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ତାହା ପୂରଣ ନ କରିବାରୁ ଶେଷରେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି ଅନ୍ଦୋଳନକାରୀ ।


ଏହା ମଧ୍ୟ ପଢନ୍ତୁ .....ଗନ୍ଧରେ ଫାଟୁଛି ରାଜଧାନୀ, ଆନ୍ଦୋଳନରେ ସଫେଇ କର୍ମଚାରୀ

ଅନ୍ୟପଟେ ଆସନ୍ତାକାଲି ରାଜମହଲରେ ସମସ୍ତ ସଫେଇ କର୍ମଚାରୀ ମାନେ ଏକତ୍ରିତ ହେବେ ଓ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଏମସି ଅଫିସ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିବା ନେଇ ସୂଚନା ମିଳିଛି । ସେମାନେ ଅଭିଯୋଗ କରିଛନ୍ତି କର୍ମଚାରୀଟିଏ ସ୍ୱଳ୍ପ ଦରମା ପାଉଥିବା ବେଳେ ପାରିଶ୍ରମିକ ଠାରୁ ଅଧିକ କାର୍ଯ୍ୟ କରୁଛି । ମହାଙ୍ଗା ଯୁଗରେ ତାର ଏତିକି ଟଙ୍କାରେ ପରିବାର ପ୍ରତିପୋଷଣ ହୋଇ ପାରୁନାହିଁ । ସହରକୁ ସ୍ୱଚ୍ଛତା କରୁଥିବା ବେଳେ ତାଙ୍କ ପେଟର ଭୋକ ବିଏମସି ବୁଝୁନାହିଁ । ବରଂ କହୁଛନ୍ତି ଆମେ ଆପଣଙ୍କ ଦରମା ବଢ଼ାଇ ପାରିବୁ ନାହିଁ ।

ସେପଟେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପରେ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଏହାକୁ ନେଇ ବାରମ୍ବାର ମେୟର ଓ ଅନେକ ଅଫିସର ସଫେଇ କର୍ମଚାରୀମାନଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି । ତେଣୁ ଯଦି ତାଙ୍କ ଦାବି ପ୍ରଯୁଜ୍ୟ ହୋଇଥିବା ଯଥାଶୀଘ୍ର ସେମାନଙ୍କ ସମସ୍ୟାକୁ ନେଇ ସମାଧାନର ରାସ୍ତା କଢ଼ାଯିବ ବୋଲି କହିଛନ୍ତି ବିଏମସି କମିଶନର ରାଜେଶ ପାଟିଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.