ETV Bharat / state

ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତି-ଶଙ୍କର ଓରାମ, 'ହକ୍ ପାଇଁ ଲଢେଇ ହେବ' - RAGHUNATHPALI ASSEMBLY CONSTITUENCY

author img

By ETV Bharat Odisha Team

Published : Apr 29, 2024, 6:08 PM IST

Election 2024
Election 2024

Odisha Assembly Election 2024: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତି ଏବଂ ଶଙ୍କର ଓରାମ । ବିଜୟ ନିଶ୍ଚିତ ବୋଲି କହିଲେ ଶଙ୍କର ଓରାମ । ଅଧିକ ପଢନ୍ତୁ

Election 2024

ରାଉରକେଲା: ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏବଂ ଶଙ୍କର ଓରାମ । ସମର୍ଥକଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି । ଏହା ଆମର ନିର୍ବାଚନ ନୁହେଁ ଜନସାଧାରଣ ନିର୍ବାଚନ ଲଢିବେ ବୋଲି କହିଛନ୍ତି ପ୍ରାର୍ଥୀ । ଏହାସହିତ ରାଜ୍ୟ ସରକାରଙ୍କ ଅବହେଳା ଏବଂ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଏଥର ନିଶ୍ଚିତ ଭାବରେ ରଘୁନାଥପାଲ୍ଲୀରେ ବିଜେପି ଏବଂ ବିରମିତ୍ରପୁରରେ ମଧ୍ୟ ବିଜେପି ବିଜୟ ହେବ ବୋଲି କୁହାଯାଇଛି ।

ବର୍ତ୍ତମାନ ନିର୍ବାଚନକୁ ନେଇ ସବୁ ଆଡେ ରାଜନୀତି ସରଗରମ ହୋଇ ଚାଲିଛି । ବର୍ତ୍ତମାନ ରାଜ୍ୟରେ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ସମସ୍ତ ଦଳ ଅଣ୍ଟା ଭିଡିବା ଆରମ୍ଭ କରିଥିବା ବେଳେ ବ୍ୟାପକ ରଣନୀତି ଆପଣାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଚାଲିଥିବା ବେଳେ ରାଉରକେଲା ସହରର ପାନପୋଷ ଉପ ଜିଲ୍ଲାପାଳ, ITDA ଅଫିସ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତିନୋଟି ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ଆଜି ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରଘୁନାଥପାଲ୍ଲୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି - Raghunathpali Assembly Constituency

ବିଜେପି ଦଳର ରଘୁନାଥପାଲ୍ଲୀ ବିଧାନସଭା ପ୍ରାର୍ଥୀ ଦୁର୍ଗା ତନ୍ତି ସହ ବିରମିତ୍ରପୁର ବିଧାନସଭା ପ୍ରାର୍ଥୀ ଶଙ୍କର ଓରାମ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରି ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ରାଉରକେଲା ବିଶ୍ରା ଛକରୁ ଏକ ବିଶାଳ ରାଲି ବାହାରି ଉଦିତନଗର ଯାଏଁ ଆସିଥିଲେ । ରଘୁନାଥପାଲ୍ଲୀ ବିଧାନସଭା ପ୍ରାର୍ଥୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିବା ବେଳେ ବିରମିତ୍ରପୁର ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ITDA ପାନପୋଷ ଠାରେ ନାମାଙ୍କନ ଭରିଛନ୍ତି ।

ନାମାଙ୍କନ କରିବା ପରେ ପ୍ରାର୍ଥୀ କହିଛନ୍ତି, "ରାଜ୍ୟ ସରକାରଙ୍କ ଅବହେଳା ଏବଂ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଏଥର ନିଶ୍ଚିତ ଭାବରେ ରଘୁନାଥପାଲ୍ଲୀରେ ବିଜେପି ଏବଂ ବିରମିତ୍ରପୁରରେ ମଧ୍ୟ ବିଜେପି ବିଜୟ ହେବ । ଲୋକମାନଙ୍କର ହକ୍ ଏବଂ ନ୍ୟାୟ ପାଇଁ ଆମେ ଲଢିବୁ । ଆମେ ଲଢିବୁ ନାହିଁ । ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଲଢିବେ । ଆମେ କାହା ସହିତ ଫାଇଟ କରିବୁ ନାହିଁ । ଆମ ପାଇଁ ସେମାନେ ହିଁ ଲଢିବେ ।"


ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.