ETV Bharat / state

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪୫ ତମ ପ୍ରତିଷ୍ଠା ଦିବସ ପାଳିଲା ଦଳ - BJP Foundation Day

author img

By ETV Bharat Odisha Team

Published : Apr 6, 2024, 10:12 PM IST

BJP Foundation Day
BJP Foundation Day

BJP Foundation Day: ଆଜି ବିଜେପିର ୪୫ ତମ ପ୍ରତିଷ୍ଠା ଦିବସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହି ଦିବସ ପାଳନ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଅଧିକ ପଢନ୍ତୁ

BJP Foundation Day

ଭୁବନେଶ୍ବର: ବିଜେପି ପାଳନ କରିଛି ୪୫ ତମ ପ୍ରତିଷ୍ଠା ଦିବସ । ଏପ୍ରିଲ ୬ ତାରିଖ ୧୯୮୦ରେ ଗଠନ ହୋଇଥିଲା ଭାରତୀୟ ଜନତା ପାର୍ଟି । ତେଣୁ ଆଜିର ଦିନକୁ ପ୍ରତି ବର୍ଷ ଦେଶବ୍ୟାପୀ ବେଶ ଧୁମଧାମରେ ପାଳନ କରିଥାନ୍ତି ଦଳର କର୍ମକର୍ତ୍ତା । ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "୧୯୮୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ମାତ୍ର ୨ଟି ସାଂସଦ ନିର୍ବାଚିତ ହୋଇଥିବାବେଳେ ଆସନ୍ତା ଲୋକସଭା ନିର୍ବାଚନରେ ୪ଶହରୁ ଉର୍ଦ୍ଧ୍ୱ ଆସନ ଜିତିବା ଲକ୍ଷ୍ୟ ରଖିଛି ଦଳ । ୪୪ ବର୍ଷର ଯାତ୍ରାରେ ବିଜେପି ସର୍ବଦା ଦେଶର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇଆସିଛି । କୋଟି କୋଟି କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ନେଇ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି । ଶ୍ୟାମାପ୍ରସାଦ ମୁଖାର୍ଜୀ, ସାଧାରଣ ସମ୍ପାଦକ ପଣ୍ଡିତ ଦୀନଦୟାଲଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏହି ଦଳ।"

ସେ ଆହୁରି ମଧ୍ୟ କହିଛନ୍ତି, "ସେବା ହିଁ ସଂଗଠନକୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ସବକା ସାଥ, ସବକା ବିକାଶ, ସବକା ପ୍ରୟାସକୁ ମୂଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି । ବର୍ତ୍ତମାନ ଓଡ଼ିଶାରେ ବିକଳ୍ପ ସରକାର ଗଢିବା ପାଇଁ ଏବଂ ସୁଶାସନ ଦେବା ପାଇଁ ଓଡିଶାବାସୀ ଅନେକ ଆଶା ଓ ଆକାଂକ୍ଷା ସହିତ ବିଜେପି ଉପରେ ଆସ୍ଥାପ୍ରକଟ କରିଛନ୍ତି । ଏଥିପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗରିବ ଶ୍ରେଣୀ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ବିଜେପି ସଂକଳ୍ପବଦ୍ଧ ।"

ଏହା ମଧ୍ୟ ପଢନ୍ତୁ...ବିଜେପିର ୪୫ତମ ପ୍ରତିଷ୍ଠା ଦିବସ: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଦିବ୍ୟାଙ୍ଗଙ୍କ ସହ ପାଳିଲା ଦଳ - BJP Foundation Day

"ରାଜ୍ୟରେ ଥିବା ବହୁମୁଳ୍ୟ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପର୍ଯ୍ୟଟନସ୍ଥଳର ବିକାଶ ସହ ଅଗଣିତ ମହିଳା, ଯୁବକ, ଛାତ୍ରଛାତ୍ରୀ, କୃଷକବର୍ଗର ସାମୂହିକ ବିକାଶ ପାଇଁ ମଧ୍ୟ ବିଜେପି ପ୍ରତିଶୃତିବଦ୍ଧ" ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଦଳୀୟ ପତାକା ଉତ୍ତୋଳନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସମ୍ପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.