ETV Bharat / state

କଣ୍ଟାବାଞ୍ଜିରୁ ନବୀନ, ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ - NAVEEN TO FIGHT FROM KANTABANJI

author img

By ETV Bharat Odisha Team

Published : Apr 17, 2024, 8:41 PM IST

କଣ୍ଟାବାଞ୍ଜିରୁ ନବୀନ, ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ
କଣ୍ଟାବାଞ୍ଜିରୁ ନବୀନ, ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ

NAVEEN TO FIGHT FROM KANTABANJI:କଣ୍ଟାବାଞ୍ଜି ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଦଳୀୟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସମସ୍ତ ଆଶାୟୀ । ଅଧିକ ପଢନ୍ତୁ

କଣ୍ଟାବାଞ୍ଜିରୁ ନବୀନ, ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ

ବଲାଙ୍ଗୀର: ବିଜେଡି ପାଇଁ ବିବାଦୀୟ ବିଧାନସଭା ମଣ୍ଡଳୀ କଣ୍ଟାବାଞ୍ଜିରୁ ଶେଷରେ ପ୍ରାର୍ଥୀ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖବର ଆସିବା ପରେ କଣ୍ଟାବାଞ୍ଜି ବିଜେଡିରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଶାୟୀ ଏକ ହୋଇ ଦଳୀୟ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ଏଠି ଦଳରୁ ଆଶାୟୀ ଅନେକ ଥିବା ଯୋଗୁଁ ହୋଇଥିଲା ସମସ୍ୟା । ହେଲେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠୁ ପ୍ରାର୍ଥୀ ହେବା ପରେ ଏହି ବିବାଦର ଅନ୍ତ ଘଟିଛି । ସବୁ ଆଶାୟୀ ଏକ ହୋଇ ଏହାକୁ ସ୍ବାଗତ କରିଛନ୍ତି ।

ବଲାଙ୍ଗୀରର ବିଜେଡି ପାଇଁ ବିବାଦୀୟ ହୋଇଥିବା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଶାୟୀ ଅନେକ ଥିଲେ । ଏଠିକାର ଆଠ ଜଣ ଟାଣୁଆ ନେତା ଏଥର ଟିକେଟ୍ ଆଶା ରଖିଥିଲେ । ଯେଉଁଥିରେ ଦୌଡ଼ରେ ପୂର୍ବତନ ବିଧାୟକ ଆୟୁବ ଖାନ ଓ ବିଜେଡି ନେତା ଅଜୟ ଦାସ ଥିଲେ । ସେହିପରି କିଛି ଆଦିବାସୀ ବିଜେଡି ନେତା ମଧ୍ୟ ଏଥର ଦଳରୁ ଟିକେଟ ଆଶା ବାନ୍ଧି ଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ଏହାର ଅନ୍ତ ଘଟିଛି । ଆଜି ଏହା ଘୋଷଣା ହେବା ପରେ ପ୍ରଥମ କରି ବିଜେଡିର ସବୁ ନେତା ଓ ଆଶାୟୀ ଏକାଠି ହୋଇ ଉତ୍ସବ ମନାଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ତେବେ ବିଜେଡିର ଜଣେ ନେତ୍ରୀ ସି ମାଝୀ କହିଛନ୍ତି ଯେ, ଆଜି ଏହି ଖବର ଆସିବା ତାଙ୍କ ପାଇଁ ଭାଗ୍ୟର କଥା ଅଟେ । ଆଜି ଏଥିପାଇଁ ସମସ୍ତେ ଏକାଠି ହୋଇଛନ୍ତି । ତେବେ ସମସ୍ତେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରାଇବେ । ସେହିପରି ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ କହିଛନ୍ତି ଯେ, ଏହା ଦ୍ବାରା କଣ୍ଟାବାଞ୍ଜିର ଭାଗ୍ୟ ଖୋଲି ଯାଇଛି । ସେ ମଧ୍ୟ ଜଣେ ଏଥର ଆଶାୟୀ ଥିବାବେଳେ ନବୀନ ପଟ୍ଟନାୟକଙ୍କ ଆଗରେ ତାଙ୍କର କୌଣସି ମୂଲ୍ୟ ନାହିଁ । ସେ ଓଡ଼ିଶାର ଭାଗ୍ୟବିଧାତା ଅଟନ୍ତି । ତେଣୁ ସେ ଏଠାରୁ ଲଢୁଥିବାରୁ ଆମେ ସମସ୍ତେ ଖୁସି ।

ସେପଟେ ସମସ୍ତ ଆଶାୟୀଙ୍କ ମଧ୍ୟରେ ଏବେ ଥୋଡି ଖୁସି ଥୋଡ଼ି ଗମ ଭଳି ସ୍ଥିତି ଥିବାର ଲୋକେ ଆଲୋଚନା କରୁଛନ୍ତି । ଏଠି ବିଜେଡି ଦଳର ଆଶାୟୀ ଅଧିକ ଥିବାରୁ ଦଳ ଏହି ପଦକ୍ଷେପ ନେଇ ଏହାକୁ ମ୍ୟାନେଜ କରିବାର ଚେଷ୍ଟା କରିଛି ବୋଲି ଆଲୋଚନା ହୋଇଛି ।


ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.