ETV Bharat / state

କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ, ରାଉରକେଲାରେ ଗର୍ଜିଲା ଆପ୍ - aam aadmi party protest

author img

By ETV Bharat Odisha Team

Published : Mar 28, 2024, 8:54 PM IST

Aam Aadmi Party Protest: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ସୁନ୍ଦରଗଡ଼ ଆମ ଆଦମୀ ପାର୍ଟି । କେଜରିୱାଲଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପାଇଁ ଦାବି କରିଛି ଦଳ । ଅଧିକ ପଢନ୍ତୁ

କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ, ରାଉରକେଲାରେ ଗର୍ଜିଲା ଆପ୍
କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ, ରାଉରକେଲାରେ ଗର୍ଜିଲା ଆପ୍

କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ, ରାଉରକେଲାରେ ଗର୍ଜିଲା ଆପ୍

ରାଉରକେଲା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ନେଇ ବର୍ତ୍ତମାନ ରାଜ ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । କେଜରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆସୁଛି ଆମ ଆଦମୀ ପାର୍ଟି । ଆଜି(ଗୁରୁବାର) ଦିନ ରାଉରକେଲା ଠାରେ ସୁନ୍ଦରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ହଙ୍ଗର ଷ୍ଟ୍ରାଇକ କରାଯାଇଛି । ସହରର ଆମ୍ବେଦକର ଛକ ଠାରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି । ସେପଟେ ଦିଲ୍ଲୀରେ ଇଡି ଦ୍ବାରା ଗିରଫ ହେବା ପରେ କେଜରିୱାଲଙ୍କୁ ଆଜି କୋର୍ଟରେ ହାଜର କରାଯିବା ସହ ପୁନଃରିମାଣ୍ଡ ପାଇଁ ଇଡି ଆବେଦନ କରିଛି । ମଦ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଛରେ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛି ଆପ ।

ସୁନ୍ଦରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟି ଅଭିଯୋଗ ଆଣିଛି ଯେ, ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସହ ଭାରତୀୟ ଜନତା ପାର୍ଟି ଅଭିଯୋଗକାରୀ ଠାରୁ ଚାନ୍ଦା ଆଦାୟ କରିଛି । ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜରିୱାଲଙ୍କୁ ଜେଲ୍ ପଠାଇଥିବା ପ୍ରମାଣିତ ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ହେଉଛି, ପି ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜରିୱାଲଙ୍କୁ ଗିରଫ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ।

ଏହା ମଧ୍ୟ ପଢନ୍ତୁ......କେଜ୍ରିୱାଲଙ୍କ ଗିରଫକୁ ବିରୋଧ, ରାଉରକେଲା-ବ୍ରହ୍ମପୁରରେ ଗର୍ଜିଲା ଆମ ଆଦମୀ ପାର୍ଟି - AAP PROTEST

ସେହିପରି ଆହୁରି ମଧ୍ୟ ଆପ ନେତା କହିଛନ୍ତି ଯେ, ଇଡି ତରଫରୁ ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କରାଗଲା । ତାଙ୍କୁ ଜେରାବେଳେ ସେ ଅରବିନ୍ଦ କେଜରିୱାଲଙ୍କ ବିଷୟରେ କିଛି କହି ନାହାନ୍ତି । ଇଡି ତାଙ୍କର ବେଲର ବିରୋଧ କରି ଏବଂ ଲମ୍ବା ସମୟ ଯାଏ ତାଙ୍କୁ ଜେଲରେ ରଖିଛି । ସେହିପରି ଇଡ଼ି ଭୟଭୀତ କରାଇ ବିନା କାରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଛି । ତେବେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଯେପର୍ଯ୍ୟନ୍ତ ନିର୍ଦ୍ଦୋଷ ଭାବରେ କୋର୍ଟ ଘୋଷଣା କରି ନାହାନ୍ତି ।ସେ ଯାଏଁ ଏହି ଭଳି ଆମ ଆଦମୀ ପାର୍ଟି ବିଭିନ୍ନ ଫୋରମରେ ପ୍ରତିବାଦ କରିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.