ETV Bharat / state

ଫାଟିଲା ଗ୍ୟାସ ଟାଙ୍କି, ଗୋଟିଏ ପରିବାରର 6 ଆହତ - gas cylinder blast

author img

By ETV Bharat Odisha Team

Published : Apr 3, 2024, 10:43 PM IST

ଫାଟିଲା ଗ୍ୟାସ ଟାଙ୍କି , ଗୋଟିଏ ପରିବାରର 6 ଆହତ
ଫାଟିଲା ଗ୍ୟାସ ଟାଙ୍କି , ଗୋଟିଏ ପରିବାରର 6 ଆହତ

GAS CYLINDER BLAST IN ANGUL: ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ତଳମୂଳ ପାଟଣା ସାହିର ସର୍ବେଶ୍ଵର ସାହୁଙ୍କ ପରିବାରର ୬ ଜଣ ଗୁରୁତର ଭାବେ ଆହତ । ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଫାଟିଲା ଗ୍ୟାସ ଟାଙ୍କି , ଗୋଟିଏ ପରିବାରର 6 ଆହତ ଫାଟିଲା ଗ୍ୟାସ ଟାଙ୍କି , ଗୋଟିଏ ପରିବାରର 6 ଆହତ

ଅନୁଗୋଳ: ରୋଷେଇ କରୁଥିବା ବେଳେ ଅଘଟଣ,ଫାଟିଲା ଗ୍ୟାସ ହାଣ୍ଡି । ବିସ୍ଫୋରଣ ଘଟି ଗୋଟିଏ ପରିବାରର 6 ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ତଳମୂଳ ଗାଁରେ । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ସେହିପରି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡ଼ିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତଳମୂଳ ପାଟଣା ସାହିରେ ଗ୍ୟାସ୍ ସିଲିଣ୍ଡର ଫାଟି 6 ଗୁରୁତର ଜଣେ । ତଳମୂଳ ପାଟଣା ସାହିର ସର୍ବେଶ୍ଵର ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ ମାଛ ଭାଜୁ ଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ଲିକ୍ ଥିବା ଜାଣି ପାରିଥିଲେ । ଏହାପରେ ପୁଅ ସଂଗ୍ରାମ ସାହୁ ଡାକି ଗ୍ୟାସ୍ ଲିକ୍ ହେଉଥିବା କହିଥିଲେ । ପରେ ସଂଗ୍ରାମ ଗ୍ୟାସ ସିଲିଣ୍ଡରଟିକୁ ବାହାରକୁ ଫିଙ୍ଗି ଦେଇଥିଲେ । ଯାହା ଫଳରେ ଗ୍ୟାସ୍ ଟାଙ୍କିଟି ବାହାରକୁ ନ ଯାଇ ଘର ଭିତର ଆଡ଼କୁ ଫେରି ଆସି ବିସ୍ଫୋରଣ ହୋଇଥିଲା ।

ଏହି ବିସ୍ଫୋରଣ ସୁମିତ୍ରା ସାହୁ (୪୮), ସ୍ଵାମୀ ସର୍ବେଶ୍ଵର ସାହୁ (୫୫) ବାବୁଲା ସାହୁ (୪୮), ପୁଅ ରଞ୍ଜିତ ସାହୁ ଓ ପୁତୁରା ସଂଗ୍ରାମ ସାହୁ ଗୁରୁତର ହୋଇଥିବା ବେଳେ ତପସ୍ବିନୀ ସାହୁ ଆହତ ହୋଛନ୍ତି । ତେବେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରଥମେ ସମସ୍ତଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗମ୍ଭୀର ହେବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ 5 ଜଣକ ଅବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ ।


ଏହା ମଧ୍ୟ ପଢନ୍ତୁ ......ଲୁହରେ ଭିଜିଲା ବିବାହ ବାର୍ଷିକୀ ଖୁସି, ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ 5 ମୃତ

ସେହିପରି ଗତ କିଛି ଦିନ ତଳେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା 5 ଜୀବନ । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ରହିଥିଲେ । ଲକ୍ଷ୍ନୌର କାକୋରି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଥିଲା । ସର୍ଟସର୍କିଟ ଯୋଗୁଁ ଘରେ ରଖାଯାଇଥିବା 2ଟି ସିଲିଣ୍ଡର ଫାଟି ଯାଇଥିଲା ଫଳରେ ଜୀବନ୍ତ ଜଳିଗଲେ 5 ଜଣ । ଏଥିସହ 4 ଜଣ ଗୁରୁତର ମଧ୍ୟ ହୋଇଥିଲେ ।


ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.