ETV Bharat / state

ରାତିରେ ରାସ୍ତାରେ କାମ କରୁଥିଲେ, 3 ଯୁବକଙ୍କୁ ଚାପି ଦେଲା ଅଜଣା ଗାଡି - Bargarh Accident

author img

By ETV Bharat Odisha Team

Published : Apr 11, 2024, 1:59 PM IST

ବରଗଡ଼ରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୩ କର୍ମଚାରୀ ମୃତ
ବରଗଡ଼ରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୩ କର୍ମଚାରୀ ମୃତ

Bargarh Road Accident: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ବରଗଡ଼ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ବରଗଡ଼ରେ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୩ କର୍ମଚାରୀ ମୃତ

ବରଗଡ଼: ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ବରଗଡ଼ ଜିଲ୍ଲା ଲୁହୁରାଚଟି ଠାରେ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତ ୩ଜଣ ଯୁବକ ଅଶୋକା ବିଲିକନ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି l ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ଥିବା ବେଳେ ଖବର ପାଇ ସୋହେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି ।

ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ଠାରେ ଜାତୀୟ ରାଜପଥ ଉପରେ ଏକ ଟ୍ରକର ବ୍ରେକଡାଉନ ହୋଇଥିଲା l ତେବେ ଉକ୍ତ ବ୍ରେକଡାଉନ ଗାଡିଟି ରାସ୍ତା ଉପରେ ଥିବାରୁ ଅନ୍ୟ ଯାନବାହାନ ପ୍ରତି ଯେପରି ରାତିରେ ବିପଦ ନହୁଏ ସେଥିପାଇଁ ଏମାନେ ଉକ୍ତ ବ୍ରେକଡାଉନ ଟ୍ରକଟିର ଚାରିପଟେ ବ୍ୟାରିକେଟର ବ୍ୟବସ୍ଥା କରୁଥିଲେ l କିନ୍ତୁ ଏହି ସମୟରେ ୩ଜଣ ଦୁର୍ଘଟଣାର ଶିକାର ହୋଇଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ଉପରକୁ ମାଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଅଜଣା ଗାଡିଟି ଦୁର୍ଘଟଣା ଘଟାଇ ଫେରାର ମାରିଥିବା ବେଳେ ଏପର୍ଯ୍ୟନ୍ତ ଗାଡିଟିର ପରିଚୟ ମିଳିପାରିନାହିଁ । ମୃତ ୩ଜଣ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି l ମୃତ ଯୁବକ ମାନେ ହେଲେ ସୋହେଲା ଗାଁର ବିକାଶ ଷଣ୍ଡ, ବନ୍ଦଲା ଗ୍ରାମର ପାର୍ଥବ ସାହୁ ଏବଂ ଜଗତସିଂହପୁର ଜିଲ୍ଲାର ସୁବ୍ରତ ମଲ୍ଲିକ ବୋଲି ଜଣାପଡିଛି l ତେବେ ତିନିଜଣ ଯୁବକ ବରଗଡ଼ ବରାହଗୁଡା ସ୍ଥିତ ଅଶୋକା ବିଲିକନ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l

ଏହା ମଧ୍ୟ ପଢନ୍ତୁ: ଛୁଟି ଦିନରେ ଯାଉଥିଲେ ସ୍କୁଲ: ବସ୍ ଓଲଟି 7 ଛାତ୍ରଛାତ୍ରୀ ମୃତ

ସେପଟେ ଡିଉଟିରେ ଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ମୃତକଙ୍କୁ କମ୍ପାନୀ ତରଫରୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ସୋହେଲା ପୋଲିସ ଏହି ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଚଲାଇଛି ଏବଂ ଗାଡ଼ି ଡ୍ରାଇଭରକୁ ଗିରଫ କରିବାକୁ ଖୋଳତାଡ଼ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.