ETV Bharat / state

ଏଠାରେ ହେଉଛି ମହାପ୍ରଭୁଙ୍କ ଦୁର୍ଲଭ ବେଶ ସାଙ୍ଗକୁ ଛପନ ଭୋଗର ପ୍ରଦର୍ଶନୀ - Begunia Jagannath Mahotsav

author img

By ETV Bharat Odisha Team

Published : Apr 10, 2024, 10:09 AM IST

Etv Bharat
Etv Bharat

Begunia Jagannath Mahotsav: ବେଗୁନିଆରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଘାଟିତ ହୋଇଛି । ମହାପ୍ରଭୁଙ୍କ ଦୁର୍ଲଭ ବେଶ ସହ ଛପନ ଭୋଗର ପ୍ରଦର୍ଶନୀ ହେଉଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଅଧିକ ପଢନ୍ତୁ

Jagannath Mahotsav

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ମହାପ୍ରଭୁଙ୍କ 24ଟି ଦୁର୍ଲଭ ବେଶ ସହିତ ଛପନ ଭୋଗର ପ୍ରଦର୍ଶନୀ କରାଯାଇଛି । ଯାହାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମୁଛି । ତେବେ ମଙ୍ଗଳବାର ଠାରୁ ଦୀର୍ଘ ଛଅ ଦିନ ବ୍ୟାପି ଅର୍ଥାତ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଜଗନ୍ନାଥ ସଂସ୍କୁତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଇଛି ।

Jagannath Mahotsav
Jagannath Mahotsav
Jagannath Mahotsav
Jagannath Mahotsav

ନିଆରା ଢଙ୍ଗରେ ଜଗନ୍ନାଥ ସଂସ୍କୁତିର ପ୍ରଚାର ପ୍ରସାର କରିବା ପାଇଁ ବେଗୁନିଆ ମାଆ କାଳିକା ଦେବୀ ମନ୍ଦିର ପରିଚାଳନା ସମିତି ଆନୁକୁଲ୍ୟରେ ଉଦଘାଟିତ ହୋଇଛି ଜଗନ୍ନାଥ ମହୋତ୍ସବ । ଏହି ମହୋତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଶ୍ରଦ୍ଧାଳୁ,ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କ ୨୪ଟି ଦୁର୍ଲଭ ବେଶକୁ ନିଖୁଣ ଭାବେ ଏଠାରେ ପ୍ରଦର୍ଶନ କରାଯାଇଛି । ୧୨ ମାସରେ ମହାପ୍ରଭୁ ପ୍ରତିଦିନ କିଭଳି ଭଳିକି ଭଳି ବେଶ ହୁଅନ୍ତି ତାହାସହ କିଭଳି ବସ୍ତ୍ର ପରିଧାନ କରନ୍ତି ସେଗୁଡିକ ପ୍ରଦର୍ଶନ କରାଯାଇଛି । ମହାପ୍ରଭୁଙ୍କ ସୁନ୍ଦର ପ୍ରତିମାକୁ ବସ୍ତ୍ର ମାଧ୍ୟମରେ ସଜ୍ଜା ଯାଇ ୨୪ଟି ଦୁଲଭ ବେଶ ପ୍ରଦର୍ଶନ କରାଯାଇଛି ।

Jagannath Mahotsav
Jagannath Mahotsav

ଏହାମଧ୍ୟ ପଢନ୍ତୁ.. ସିମୋର ପଞ୍ଚୁଦୋଳ ମେଳଣ ଯାତ୍ରା ଉଦଯାପିତ, ହଜାର ହଜାର ଶ୍ରଦ୍ଧାଳୁ ସାମିଲ - Panchu Dola Melana

Jagannath Mahotsav
Jagannath Mahotsav
Jagannath Mahotsav
Jagannath Mahotsav

ଅନ୍ୟପଟେ ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ୫୬ ଭୋଗ ମଧ୍ୟ ପ୍ରଦର୍ଶନ ହେଉଛି । ତେବେ ଏହି ମହୋତ୍ସବକୁ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପୁରୋହିତ ଡ.ସିଦ୍ଧେଶ୍ଵର ମହାପାତ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ସମ୍ମାନିତ ଅତିଥି ଭାବେ ମଳିପଡା ମଠ ମହନ୍ତ ବିଶ୍ବମ୍ବର ମହାରାଜ, ଜଗନ୍ନାଥଙ୍କ ପ୍ରଚାରକ ଶକ୍ତି ଶଙ୍କର ମିଶ୍ର, କେଶବ ଦାସ ମହାରାଜ, ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜଗନ୍ନାଥଙ୍କ ପ୍ରଚାର ପ୍ରସାର କରାଯିବ ଉଦ୍ଦେଶ୍ୟରେ ଏହି ମହୋତ୍ସବ କରାଯାଇଥିବା କହିଛନ୍ତି ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ଲାଲ ଦିଲୀପ ରାୟ ।

Jagannath Mahotsav
Jagannath Mahotsav
Jagannath Mahotsav
Jagannath Mahotsav

ଏହି ମହୋତ୍ସବର ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ବିଭିନ୍ନ କଥା ଅମୃତକୁ ପ୍ରବଚକଙ୍କ ମାଧ୍ୟମରେ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ମାଆ କାଳିକା ଦେବୀ ପରିଚାଳନା ସମିତି ଆନୁକୂଲ୍ୟରେ ବିଶ୍ବଶାନ୍ତି ମହାଯଜ୍ଞ ପଣାସଂକ୍ରାନ୍ତି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବେଗୁନିଆରେ ପ୍ରଥମକରି ମହାପ୍ରଭୁଙ୍କ ଜଗନ୍ନାଥଙ୍କୁ ନେଇ ଏହିପରି ନିଆରା କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିବା ବେଳେ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

Begunia Jagannath Mahotsav
Begunia Jagannath Mahotsav
Jagannath Mahotsav
Jagannath Mahotsav



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.