ETV Bharat / state

ଲିଙ୍ଗ ନିରୂପଣ ଘଟଣା, ଅଭିଯୁକ୍ତ ଡାକ୍ତର ଓ ସ୍ତ୍ରୀଙ୍କୁ ବେଲ କରିବା କହି 17 ଲକ୍ଷ ଲୁଟି ନେଲେ ଆଇନଜୀବୀ

author img

By ETV Bharat Odisha Team

Published : Feb 11, 2024, 7:06 PM IST

17 ଲକ୍ଷ ଲୁଟି ନେଲେ ଆଇନଜୀବି
17 ଲକ୍ଷ ଲୁଟି ନେଲେ ଆଇନଜୀବି

Illegal Sex Determination Doctor Arrest: ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ବେଲ ସହ କୋହଳ ଦଫା ଲଗାଇବାକୁ କହି ଅଭିଯୁକ୍ତଙ୍କ ମାଆଙ୍କ ଠାରୁ ୧୭ ଲକ୍ଷ ଟଙ୍କା ନେଇ ଯୁବ ଆଇନଜୀବୀ ଫେରାର । ଅଧିକ ପଢ଼ନ୍ତୁ

17 ଲକ୍ଷ ଲୁଟି ନେଲେ ଆଇନଜୀବି

କଟକ: ଲିଙ୍ଗ ନିରୂପଣ କରିବା ଅଭିଯୋଗରେ କଟକରୁ ଡାକ୍ତର ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣାରେ ନୂଆ ମୋଡ଼ । ଅଭିଯୁକ୍ତ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ବେଲ ସହ କୋହଳ ଦଫା ଲଗାଇବାକୁ କହି ଅଭିଯୁକ୍ତଙ୍କ ମାଆଙ୍କ ଠାରୁ ୧୭ ଲକ୍ଷ ଟଙ୍କା ନେଇ ଜଣେ ଯୁବ ଆଇନଜୀବୀ ଚମ୍ପଟ ମାରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ତେବେ ଗତ ୮ ତାରିଖ ଦିନ କଟକ ମଙ୍ଗଳା ବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ରହୁଥିବା ପୁଣ୍ୟଶ୍ଳୋକ ଦାସ ନାମକ ଜଣେ ଡାକ୍ତରଙ୍କ ଘରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ରେଡ କରାଯାଇଥିଲା । ନିଜ ଘରେ ସେ ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ଆସିବା ପରେ ଅତର୍କିତ ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ଘରୁ ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ, ଜେଲ ଓ ଅନ୍ୟ ଆପର୍ତ୍ତିଜନକ ଜିନିଷ ଜବତ୍ କରାଯାଇଥିଲା । ଏହି ଘଟଣାରେ ଡାକ୍ତର ପୁଣ୍ୟ ଶ୍ଳୋକ ଦାସ, ତାଙ୍କ ପତ୍ନୀ ବିସ୍ମିତା ଦାସ, ଦୁଇ ଜଣ ଦଲାଲ ଓ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସମ୍ବିତ ସାମଲ ନାମକ ଜଣେ ଆଇନଜୀବୀ ଅଭିଯୁକ୍ତ ଡାକ୍ତରଙ୍କ ମାଆ ଯଶୋଦା ଦାସଙ୍କ ଘରକୁ ଆସି ତୁରନ୍ତ ତାଙ୍କୁ ଜେଲରୁ ବେଲ ଆଣିବା ସହ ପୋଲିସ ଦ୍ବାରା ଅତି କୋହଳ ଦଫା ଲଗାଇବା ପାଇଁ କହିଥିଲେ । ଏମିତିକି ଏଥିପାଇଁ ମୋଟା ଅଙ୍କର ଟଙ୍କା ଲାଗିବ ବୋଲି କହିବାରୁ ପୁଣ୍ୟଶ୍ଳୋକ ଦାସଙ୍କ ମାଆ ଯଶୋଦା ଦାସ, ଧାର କରି ୧୭ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହାପରେ ସମ୍ବିତ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଉକ୍ତ ଆଇନଜୀବୀ । ସେପଟେ ଯଶୋଦା ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ନ ପାଇବାରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ବେଆଇନ୍ ଲିଙ୍ଗ ନିରୂପଣ ଘଟଣାରେ ଡାକ୍ତର ସମେତ ପାଞ୍ଚ ଗିରଫ

ତେବେ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରିବା ଦଫା ୪୨୦, ୪୪୮ ଓ ୫୦୬ ଲଗାଇବା ସହ ତଦନ୍ତ ଆରମ୍ଭ କରିଥିବା କଥା ସୂଚନା ଦେଇଛନ୍ତି ଜୋନ ୨ ଏ ସି ପି ଅଭିତାଭ୍ ମହାପାତ୍ର । ସେହିଭଳି ଟଙ୍କା ନେଇ ଫେରାର ହୋଇଯାଇଥିବା ଆଇନଜୀବୀ ସମ୍ବିତ ସାମଲଙ୍କ ନାମରେ ପୂର୍ବରୁ ମଧ୍ୟ ଅନ୍ୟ ମାମଲା ମଙ୍ଗଳାବାଗ ଥାନାରେ ରହିଛି । ଏହାସହ ଅନ୍ୟ କୌଣସି ଥାନାରେ ସମ୍ବିତଙ୍କ ନାମରେ ମାମଲା ରହିଛି କି ନାହିଁ ତାହା ତଦନ୍ତ କରାଯାଉଛି । ସେହିଭଳି ଅଭିଯୁକ୍ତ ସମ୍ବିତ ସାମଲ ଏପର୍ଯ୍ୟନ୍ତ ଫେରାର ଥିବା କଥା ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.