ETV Bharat / state

ବାଲେଶ୍ବରରୁ ଧଳାଜହର ଜବତ, ମହିଳା ଗିରଫ

author img

By ETV Bharat Odisha Team

Published : Feb 14, 2024, 9:30 PM IST

Updated : Feb 14, 2024, 9:38 PM IST

ପୁଣି ଜବତ ହେଲା ଧଳା ଜହର
ପୁଣି ଜବତ ହେଲା ଧଳା ଜହର

Brown sugar seized in Balasore: ପୁଣି ଜବତ ହେଲା ଧଳା ଜହର । ବାଲେଶ୍ଵର ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଆଜି ସହଦେବଖୁଣ୍ଟା ଥାନା ଅଧିନରେ ବ୍ରାଉନସୁଗାର ବିକ୍ରୟ ବେଳେ ମାଡି ବସିଲା ପୋଲିସ । ଅଧିକ ପଢ଼ନ୍ତୁ

ବାଲେଶ୍ବରରେ ଧଳାଜହର ଜବତ

ବାଲେଶ୍ବର: ପୁଣି ଜବତ ହେଲା ଧଳା ଜହର । ବାଲେଶ୍ଵର ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଆଜି ସହଦେବଖୁଣ୍ଟା ଥାନା ଅଧିନରେ ବ୍ରାଉନସୁଗାର ବିକ୍ରୟ ବେଳେ ମାଡି ବସିଲା ପୋଲିସ । ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ସହିତ ଜଣେ ମହିଳାକୁ ଗିରଫ କରିଛି ପୋଲିସ । ତେବେ ସହଦେବଖୁଣ୍ଟା ଥାନା ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ସିଟି ଡିଏସପିଙ୍କ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ସହଦେବଖୁଣ୍ଟା ଥାନା ଅଡରବଜାର ମସଜିଦ ଗଳି ନିକଟରେ ଜଣେ ମହିଳା ବ୍ରାଉନସୁଗାର ବିକ୍ରି ପାଇଁ ଯୋଜନା କରୁଥିଲେ । ପୋଲିସ ଖବର ପାଇ ଏକ ଟିମ ଗଠନ କରି ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ପୋଲିସ ଜବତ କରିଛି । ଘଟଣାସ୍ଥଳରୁ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 11 ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ଏହାସହ ମହିଳାଙ୍କ ନିକଟରୁ ନଗଦ ୨୪୦୦ ଟଙ୍କା ମଧ୍ୟ ଜବତ କରାଯାଇଛି ।

ତେବେ ସହଦେବଖୁଣ୍ଟା ଥାନାରେ ୫୯/୨୦୨୪ , ୨୧ ବି, NDPS ଆକ୍ଟ ମୂଳେ ମାମଲା ରୁଜୁ କରାଯାଇଥିବା ସିଟି ଡିଏସପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ପ୍ରଜ୍ଞା ମହାନ୍ତି, ସବଇନ୍ସପେକ୍ଟର ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗିରଫ ମହିଳା ଜଣଙ୍କ ମସଜିଦଗଳି ଅଞ୍ଚଳର ସହେଲା ବିବି ବୋଲି ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ବସ୍ତା ଥାନା ଓ ସହଦେବଖୁଣ୍ଟା ଥାନାରେ ଦୁଇଟି ମାମଲା ରହିଥିବା ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଡ଼ନ୍ତୁ.... ବାଲେଶ୍ବରରେ ଚାଲିଥିଲା ଧଳା ଜହର କାରବାର, ମାଡିବସିଲା ପୋଲିସ

ପ୍ରକାଶ ଥାଉକି, ସାଗରିକା ନାଥ ଏସପି ଭାବେ ଯୋଗଦାନ କରିବା ପରେ ବ୍ରାଉନସୁଗର କାରବାର ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । 2023 ମସିହାରେ ବାଲେଶ୍ଵର ସମେତ ଜଳେଶ୍ବର ଓ ଭୋଗରାଇ ଅଞ୍ଚଳରୁ ସମୁଦାୟ ବାଲେଶ୍ୱର ପୋଲିସ ଚଢ଼ାଉ କରି 2.4 କେଜି ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଏସପି କହିଛନ୍ତି । ପାଖାପାଖି 33 ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସେହିପରି ଚଳିତ ବର୍ଷ ଜାନୁଆରୀ 16 ତାରିଖ ସୁଦ୍ଧା ଜଳେଶ୍ବର ଅଞ୍ଚଳରେ ଗୋଟିଏ କେସ ଓ ସହଦେବଖୁଣ୍ଟା ଥାନାରେ ଗୋଟିଏ କେସ କରାଯାଇଛି । ଯେଉଁଥିରେ 36 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରଯାଇଛି ଏବଂ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବବର୍ଷ 20ଟି ମାମଲା ହୋଇଥିବା ବେଳେ ଚଳିତ ବର୍ଷ ମାମଲା ବୃଦ୍ଧି ସହ ଚଢ଼ାଉ ଜୋରଦାର କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Feb 14, 2024, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.