ETV Bharat / state

ବାଲେଶ୍ବରରେ ଚାଲିଥିଲା ଧଳା ଜହର କାରବାର, ମାଡିବସିଲା ପୋଲିସ

author img

By ETV Bharat Odisha Team

Published : Jan 18, 2024, 9:12 AM IST

ଜିଲ୍ଲାରୁ ଜବତ ହୋଇଛି ଧଳା ଜହର
ଜିଲ୍ଲାରୁ ଜବତ ହୋଇଛି ଧଳା ଜହର

Brown sugar seized in Balasore: ବାଲେଶ୍ବରରୁ ଧଳା ଜହର ଜବତ । ପୋଲିସ ଚଢ଼ାଉ କରି ୮୨.୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଧିକ ପଢ଼ନ୍ତୁ

ଜିଲ୍ଲାରୁ ଜବତ ହୋଇଛି ଧଳା ଜହର

ବାଲେଶ୍ୱର: ବାଲେଶ୍ବର ଜିଲ୍ଲାରୁ ଜବତ ହେଲା ଧଳା ଜହର । ପୋଲିସ ଚଢ଼ାଉ କରି ୮୨.୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ଜଣେ ମହିଳା ବେପାରୀ ଓ ଜଣେ ପୁରୁଷକୁ ଗିରଫ କରିଛି ପୋଲିସ । ମହିଳାଙ୍କ ନିକଟରୁ ୮୨.୨ ଗ୍ରାମ ବ୍ରାଉନସୁଗାର ଓ ୧୪,୮୦୦ ଟଙ୍କା ମିଳିଛି । ତେବେ ମହିଳା ଜଣକ ପେଷାଦାର ବ୍ରାଉନସୁଗାର ବେପାରୀ ହୋଇଥିବା ଜଣାପଡ଼ିଛି । ଏନେଇ ବାଲେଶ୍ଵର ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧିନ ଅଡର ବଜାର ମସଜିଦ ଗଳିରୁ ଜବତ ହୋଇଛି ଧଳା ଜହର । ସହଦେବ ଖୁଣ୍ଟା ପୋଲିସ ଚଢ଼ାଉ କରି ୮୨.୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏସପିଙ୍କ ସୂଚନା ଅନୁସାରେ, ସହଦେବଖୁଣ୍ଟା ଥାନା ପୋଲିସ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇ ଅଡର ବଜାର ମସଜିଦ ଗଳିରେ ଚଢ଼ାଉ କରିଥିଲା । ସେଠାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳାଙ୍କ ନିକଟରୁ ୮୨.୨ ଗ୍ରାମ ଓଜନର ବ୍ରାଉନସୁଗାର ଓ ୧୪,୮୦୦ ଟଙ୍କା ଜବତ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସହଦେବ ଖୁଣ୍ଟା ଥାନା ପକ୍ଷରୁ ୧୧୦/୧୭, ୩୧୪/୨୦ ଏବଂ ୧୧୩/୨୦ ଦଫା ୨୧(ବି) ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡ଼ିଲା ପୁଅ

ଗିରଫ ମହିଳା ଜଣଙ୍କ ପେଷାଦାର ବ୍ରାଉନସୁଗାର ବେପାର କରୁଥିବା ବେଳେ ପୂର୍ବରୁ ତାଙ୍କ ନାମରେ ଦୁଇଟି ମାମଲା ସହଦେବଖୁଣ୍ଟା ଥାନାରେ ରହିଛି । ପ୍ରକାଶ ଥାଉକି, ସାଗରିକା ନାଥ ଏସପି ଭାବେ ଯୋଗଦାନ କରିବା ପରେ ବ୍ରାଉନସୁଗାର କାରବାର ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏସପି କହିଛନ୍ତି ଯେ, 2023 ମସିହାରେ ବାଲେଶ୍ଵର ସମେତ ଜଳେଶ୍ବର ଓ ଭୋଗରାଇ ଅଞ୍ଚଳରୁ ବାଲେଶ୍ୱର ପୋଲିସ ଚଢ଼ାଉ କରି 2.4 କେଜି ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ । ଏହି ଘଟଣାରେ ପାଖାପାଖି 33 ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।

ସେହିପରି ଚଳିତ ବର୍ଷ ଜାନୁଆରୀ 16 ତାରିଖ ସୁଦ୍ଧା ଜଳେଶ୍ବର ଅଞ୍ଚଳରେ ଗୋଟିଏ କେସ୍ ଓ ସହଦେବଖୁଣ୍ଟା ଥାନାରେ ଗୋଟିଏ କେସ୍ ଧରାଯାଇଛି । ଯେଉଁଥିରେ 36 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ଏବଂ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବ ବର୍ଷ 20ଟି ମାମଲା ହୋଇଥିବା ବେଳେ ଚଳିତ ବର୍ଷ ମାମଲା ବୃଦ୍ଧି ସହ ଚଢ଼ାଉ ଜୋରଦାର କରାଯିବ । ତେବେ ବାଲେଶ୍ଵରକୁ ସମ୍ପୂର୍ଣ୍ଣ ଡ୍ରଗ୍ସ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଆଗାମୀ ଦିନରେ ଏହିଭଳି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.