ETV Bharat / sports

ମହିଳା ପ୍ରିମିୟର ଲିଗ: ୟୁପି ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ

author img

By ETV Bharat Odisha Team

Published : Feb 27, 2024, 7:17 AM IST

ଡବ୍ଲୁପିଏଲ
WPL

WPL 2024: ଡବ୍ଲୁପିଏଲର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ । 9 ଓ୍ବିକେଟରେ ହାରିଲା ୟୁପି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣରେ ସୋମବାର ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ଓ୍ବାରିୟର୍ସ । ୟୁପି ବିପକ୍ଷରେ ସହଜରେ ବିଜୟ ହାସଲ କରିଛି ଦିଲ୍ଲୀ । 9 ଓ୍ବିକେଟରେ ୟୁପିକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଶେଫାଳି ବର୍ମା ଓ ମେଗ ଲାନିଙ୍ଗ ଅର୍ଦ୍ଧଶତକ । ଡବ୍ଲୁପିଏଲର ଚଳିତ ସଂସ୍କରଣରେ କ୍ରମାଗତ ଦ୍ବିତୀୟ ଥର ୟୁପି ପରାଜିତ ହୋଇଛି । କ୍ୟାପିଟାଲ୍ସ ବୋଲରଙ୍କ ବୋଲିଂରେ ଚିତପଟାଙ୍ଗ ଓ୍ବାରିୟର୍ସ ବ୍ୟାଟର୍ସ ।

ଏହା ମଧ୍ୟ ପଢନ୍ତୁ-ଜୟସ୍ବାଲଙ୍କ 'ବିରାଟ' ରେକର୍ଡ, ଭାଙ୍ଗିବେ କୋହଲିଙ୍କ ରେକର୍ଡ

ସୋମବାର ସନ୍ଧ୍ୟାରେ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ୟୁପି ଓ୍ବାରିୟର୍ସ । କିନ୍ତୁ ଦିଲ୍ଲୀ ବୋଲରଙ୍କ ସାମ୍ନାରେ ଚାଲିନଥିଲା ୟୁପି ଟିମ ବ୍ୟାଟରଙ୍କ ବ୍ୟାଟ । ଗୋଟିଏ ପରେ ଗୋଟିଏ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ ୟୁପି ଟିମର ଖେଳାଳି । କେହି ଜଣେ ହେଲେ ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 119 ରନରେ ଅଟକିଥିଲା ୟୁପି ଓ୍ବାରିୟର୍ସ । ଶ୍ବେତା ଶ୍ରୀବାସ୍ତବ 45 ରନ କରିଥିବା ବେଳେ ଗ୍ରେସ ହ୍ୟାରିସ 17 ଓ ଆଲେସା ହେଲି 13 ରନ କରିଥିଲେ । ଆଉ କୌଣସି ବି ବ୍ୟାଟର ଦୁଇ ଅଙ୍କ ରନ କରିବାକୁ ସକ୍ଷମ ହୋଇପାରିନଥିଲେ । ଦିଲ୍ଲୀ ପକ୍ଷରୁ ରାଧେ ଯାଦବ 4, ମାରିଜାନେ କାପେ 3 ଓ ଅରୁନ୍ଧତି ରେଡ୍ଡୀ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଞ୍ଚିରେ ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ: ଇଂଲଣ୍ଡକୁ 5 ୱିକେଟରେ ହରାଇ ଟେଷ୍ଟ ସରିଜ୍ କବଜା

ଏହାପରେ 220 ବିଜୟ ରନର ପିଛା କରି ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୟୁପି ଓ୍ବାରିୟର୍ସ ବୋଲରଙ୍କୁ ଧୂଳି ଚଟାଇଥିଲେ ଦିଲ୍ଲୀ ବ୍ୟାଟର । ଗୋଟିଏ ପରେ ଗୋଟିଏ ବଲକୁ ଲଙ୍ଗ ସଟ ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଫଳରେ ବ୍ୟାଟରଙ୍କୁ ଅଟକାଇବାରେ ସକ୍ଷମ ହୋଇ ପାରିନଥିଲେ ୟୁପି ବୋଲର । ଶେଫାଳି ବର୍ମା ମେଗ ଲାନିଙ୍ଗ ଦମଦାର ପାଳି ଖେଳିଥିଲେ । ମାତ୍ର ଗୋଟିଏ ଓ୍ବିକେଟ ହରାଇ 123 ରନରେ ବିଜୟୀ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଶେଫାଳି ଅପରାଜିତ 64 ରନ କରି ଦଳକୁ ବିଜୟୀ କରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.