ETV Bharat / sports

ଜୟସ୍ବାଲଙ୍କ 'ବିରାଟ' ରେକର୍ଡ, ଭାଙ୍ଗିବେ କୋହଲିଙ୍କ ରେକର୍ଡ

author img

By ETV Bharat Odisha Team

Published : Feb 26, 2024, 8:44 PM IST

ଜୟସ୍ବାଲଙ୍କ 'ବିରାଟ' ରୋକର୍ଡ
ଜୟସ୍ବାଲଙ୍କ 'ବିରାଟ' ରୋକର୍ଡ

Yashasvi Jaiswal equals Virat Kohli's Record: ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହେଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ । ଇଂଲଣ୍ଡ ବିପକ୍ଷ ଗୋଟିଏ ସିରିଜ୍‌ରେ ଏପର୍ଯ୍ୟନ୍ତ ୬୫୫ ରନ କରି କୋହଲିଙ୍କ ସମକକ୍ଷ ହେଲେ ଜୟସ୍ବାଲ । ରେକର୍ଡ ଭାଙ୍ଗିବାକୁ ହାତରେ ଅଛି ଧର୍ମଶାଳା ଟେଷ୍ଟ । ଅଧିକ ପଢ଼ନ୍ତୁ

ରାଞ୍ଚି: ଇଂଲଣ୍ଡ ବପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଛି । ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବର୍ତ୍ତମାନ ସୁଦ୍ଧା ୩ ମ୍ୟାଚ୍‌ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ । ତେବେ ଏପର୍ଯ୍ୟନ୍ତ ଏହି ସିରିଜ୍‌ରେ ଅନେକ ଆକାଶ ଛୁଆଁ ରେକର୍ଡ ଦେଖିବାକୁ ମିଳିଛି । ବିରାଟ କୋହଲିଙ୍କ ଭଳି ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଭଳି ଏକ ଦଳ ବିପକ୍ଷରେ ବିଶେଷ କରି ଯୁବ ତାରକାମାନେ ଯେଉଁଭଳି ପ୍ରଦର୍ଶନ କରି ଏହି ମ୍ୟାଚ୍‌ ଜିତାଇଲେ, ତାହାକୁ ପୂର୍ବତନ କ୍ରିକେଟରମାନେ ବେଶ ପ୍ରଶଂସା କରୁଛନ୍ତି । ତେବେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏହି ମ୍ୟାଚ୍‌ରେ ଏକ 'ବିରାଟ' ରେକର୍ଡ କରିଛନ୍ତି । ମହାନ ବ୍ୟାଟର ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି ଜୟସ୍ବାଲ ।

  • " class="align-text-top noRightClick twitterSection" data="">

କୋହଲିଙ୍କ ସମକକ୍ଷ ହେଲେ ଜୟସ୍ବାଲ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତର ପ୍ରଥମ ପାଳିରେ ଜୟସ୍ବାଲ ୧୧୭ ବଲରୁ ୭୩ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଏହାପରେ ଦ୍ବିତୀୟ ଇନିଂସ୍‌ରେ ୪୪ ବଲରୁ ୩୭ ରନ କରିଥିଲେ ଜୟସ୍ବାଲ । ଏହି ମ୍ୟାଚ୍‌ରେ ମୋଟ ୧୧୭ ରନ ସହ ଗିଲ୍‌ ଏହି ସିରିଜ୍‌ରେ ଏପର୍ଯ୍ୟନ୍ତ ୬୫୫ ରନ ସଂଗ୍ରହ କରି ସାରିଛନ୍ତି । ଏହା ସହିତ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ ସଂଗ୍ରହ କରିବାରେ ବିରାଟ କୋହଲିଙ୍କ ସହ ମିଳିତ ଭାବେ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । କୋହଲି ୨୦୧୬ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୬୫୫ ରନ କରିଥିଲେ । ଆଜି କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଯୁବ ତାରକା ବ୍ୟାଟର ଯଶସ୍ବୀ ଜୟସ୍ବାଲ ।

ଏହା ମଧ୍ୟ ପଢ଼ନ୍ତୁ...ସୀମାରେ ଯୁଦ୍ଧ ଲଢ଼ିଥିଲେ ବାପା, ମୈଦାନରେ ଲଢ଼ି ଭାରତକୁ ଜିତାଇଲେ ଜୁରେଲ

ଧର୍ମଶାଳାରେ ଭାଙ୍ଗିବେ 'ବିରାଟ' ରେକର୍ଡ: ତେବେ ଜୟସ୍ବାଲଙ୍କ ହାତରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବାକୁ ଏବେ ଆହୁରି ଏକ ମ୍ୟାଚ୍‌ ରହିଛି । ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଏବେ ୪ଟି ମ୍ୟାଚ୍‌ ଖେଳ ସରିଛି । ଧର୍ମଶାଳାରେ 5ମ ତଥା ଶେଷ ମ୍ୟାଚ୍‌ ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ଏହି ମ୍ୟାଚ୍‌ରେ କେବଳ ୧ ରନ କରିବା ମାତ୍ରେ ଇଂଲଣ୍ଡ ବିପକ୍ଷ ଗୋଟିଏ ସିରିଜ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ବନିବା ସହ କୋହଲିଙ୍କୁ ପଛରେ ପକାଇବେ ଜୟସ୍ବାଲ । ଏହି ତାଲିକାରେ ୩ୟରେ ରହିଛନ୍ତି ରାହୁଲ ଦ୍ରାବିଡ । ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷ ଏକ ଶୃଙ୍ଖଳାରେ ୬୦୨ ରନ କରିଥିଲେ । ୪ର୍ଥରେ ପୁଣି ବିରାଟ କୋହଲି ୨୦୧୮ରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୫୯୩ ରନ କରିଥିଲେ । ୧୯୬୧ରେ ଗୋଟିଏ ଶୃଙ୍ଖଳାରୁ ୫୮୬ ରନ ସଂଗ୍ରହ କରିଥିବା ବିଜୟ ମଞ୍ଜରେକର ୫ମରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.