ETV Bharat / sports

ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା, ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କୋହଲି

author img

By ETV Bharat Odisha Team

Published : Jan 22, 2024, 8:33 PM IST

Virat Kohli: ଇଂଲଣ୍ଡ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବିରତି ନେଲେ କୋହଲି । ଖୁବଶୀଘ୍ର ଘୋଷଣା ହେବ ରିପ୍ଲେସ୍‌ମେଣ୍ଟ ଖେଳାଳିଙ୍କ ନାଁ । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା
ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତକୁ ବଡ଼ ଝଟ୍‌କା । 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବିରତି ନେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ କୋହଲି । ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ । ତେବେ ଖୁବଶୀଘ୍ର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ କୋହଲିଙ୍କ ବଦଳରେ ଖେଳାଳି ଘୋଷଣା କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି ।

ବିସିସିଆଇ ଜାରି କରିଥିବା ପ୍ରେସ୍‌ ବିଜ୍ଞପ୍ତିରେ କହିଛି, ବିରାଟ ଦଳର ଅଧିନାୟକ ରୋହିତ ଶର୍ମା, ପରିଚାଳନା କମିଟି ଓ ଚୟନକର୍ତ୍ତାଙ୍କ ସହ କଥା ହୋଇଛନ୍ତି । ଦେଶର ପ୍ରତିନିଧିତ୍ବ କରିବା ସର୍ବଦା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ଅଟେ, କିନ୍ତୁ କିଛି ବ୍ୟକ୍ତିଗତ ପରିସ୍ଥିତି ତାଙ୍କ ଉପସ୍ଥିତି ଆବଶ୍ୟକ କରୁଥିବାରୁ ସେ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଉପସ୍ଥିତ ରହିପାରିବେ ନାହିଁ ବୋଲି କହିଥିଲେ । ତାଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଦେବା ସହ ବୋର୍ଡ ଏବଂ ଟିମ୍‌ ମ୍ୟାନେଜମେଣ୍ଟ ଏହି ଷ୍ଟାର ବ୍ୟାଟରଙ୍କୁ ସମର୍ଥନ ଦେଇଛନ୍ତି ।

ବିସିସିଆଇ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଏହି ସମୟରେ ବିରାଟ କୋହଲିଙ୍କ ଗୋପନୀୟତାକୁ ସମ୍ମାନ ଦେବା ଏବଂ ତାଙ୍କ ବ୍ୟକ୍ତିଗତ କାରଣ ବିଷୟରେ ଅଯଥା ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ କରିଛି । ଏହା ସହିତ ଭାରତୀୟ କ୍ରିକେଟ ଦଳକୁ ଟେଷ୍ଟ ସିରିଜରେ ଆଗାମୀ ଚ୍ୟାଲେଞ୍ଜ ପାଇଁ ସମର୍ଥନ ଜାରି ରଖିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ କରିଛି ବିସିସିଆଇ । ଏହା ସହିତ ଖୁବଶୀଘ୍ର ପ୍ରଥମ ଦୁଇଟି ମ୍ୟାଚ୍‌ ଲାଗି ବିସିସିଆଇ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ଖେଳାଳି ଘୋଷଣା କରିବ ବୋଲି ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ, ହ୍ୟାରୀ ବ୍ରୁକଙ୍କ ସ୍ଥାନରେ ଖେଳିବେ ଡାନିଏଲ ଲରେନ୍ସ

ଭାରତ ଓ ଇଂଲଣ୍ଡ ସିରିଜ୍‌ ସୂଚୀ: ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ । ଏହାପରେ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ ୨ରୁ ଭାଇଜାଗରେ ଖେଳାଯିବ । ସେହିଭଳି ଫେବୃଆରୀ ୧୫ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃଆରୀ ୨୩ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ଶ୍ରେୟାସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.