ETV Bharat / sports

ରିଙ୍କୁ ଭାଙ୍ଗିଦେଲେ କୋହଲିଙ୍କ ବ୍ୟାଟ, ଆଉ ଗୋଟିଏ ମାଗିବାରୁ ଏମିତି କହିଲେ କିଙ୍ଗ - Rinku Singh break Kohli Bat

author img

By ETV Bharat Odisha Team

Published : Apr 21, 2024, 5:18 PM IST

Virat Kohli and Rinku Singh
Virat Kohli and Rinku Singh

Virat Kohli and Rinku Singh: ଆଇପିଏଲ୍‌ ୨୦୨୪ରେ କୋଲକାତା ବନାମ ବେଙ୍ଗାଲୁରୁ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କ ବ୍ୟାଟ୍‌ ଭାଙ୍ଗିଦେଲେ ରିଙ୍କୁ ସିଂ । ରାଗରେ କୋହଲି କଣ କହିଲେ ଶୁଣନ୍ତୁ ।

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଆଇପିଏଲ୍‌ ୨୦୨୪ର ୩୬ ତମ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି । ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିରାଟ କୋହଲି ଓ ରିଙ୍କୁ ସିଂଙ୍କର ଏକ ମଜାଦାର ବାର୍ତ୍ତାଳାପ ବେଶ୍‌ ଭାଇରାଲ ହେଉଛି । ତେବେ ଏହି ଭିଡିଓରେ ରିଙ୍କୁ କୋହଲିଙ୍କ ଠାରୁ ନେଇଥିବା ବ୍ୟାଟ୍‌ ଭାଙ୍ଗି ଯାଇଛି ବୋଲି କହି ଆଉ ଏକ ବ୍ୟାଟ୍‌ ମାଗୁଥିଲେ ।

କୋହଲି ପୂର୍ବ ମ୍ୟାଚ୍‌ରେ ରିଙ୍କୁ ସିଂଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ । ହେଲେ ଜଣେ ସ୍ପିନରଙ୍କ ବିପକ୍ଷରେ ଖେଳୁଥିବାବେଳେ ସେହି ବ୍ୟାଟ ଭାଙ୍ଗି ଯାଇଥିବା ନେଇ କୋହଲିଙ୍କୁ ଜଣାଇଛନ୍ତି ରିଙ୍କୁ । ଏହା ସହିତ ଆଉ ଏକ ବ୍ୟାଟ୍‌ ଦେବାକୁ କୋହଲିଙ୍କୁ ଦାବି କରୁଛନ୍ତି । ଏହି ଦୃଶ୍ୟକୁ କୋଲକାତାର କ୍ୟାମେରାମ୍ୟାନ୍‌ ନିଜ କ୍ୟାମେରାରେ କଏଦ କରିଛନ୍ତି । ଏହି ଭିଡିଓରେ ରିଙ୍କୁ ପ୍ରଥମେ ବିରାଟଙ୍କୁ କହୁଛନ୍ତି, "ତୁମେ ଦେଇଥିବା ସେହି ବ୍ୟାଟ୍‌ ଟି ଭାଙ୍ଗିଯାଇଛି । ସ୍ପିନର ବିପକ୍ଷରେ ଖେଳୁଥିବା ବେଳେ ଭାଙ୍ଗି ଯାଇଛି ।" ଏହାପରେ କୋହଲି ଟିକିଏ ବିରକ୍ତ ହୋଇ କହୁଛନ୍ତି, "ମୋ ବ୍ୟାଟ୍‌ ଭାଙ୍ଗିଦେଲୁ ? କେମିତି କୋଉଠି ? ମୋତେ ଆଉ ଏତେ ସୂଚନା ଦେବା ଆବଶ୍ୟକ ନାହିଁ ।" ଯଦି ଦୁଇଟି ମ୍ୟାଚ୍‌ରେ ତୋତେ ୨ଟି ବ୍ୟାଟ୍‌ ଦେବି ପୁଣି ମୁଁ ନିଜେ ହଇରାଣ ହୋଇଯିବି ବୋଲି ମଜାଳିଆ ଢଙ୍ଗରେ କହି କୋହଲି ଚାଲିଯାଉଥିବା ଦେଖିବାକୁ ମିଳୁଛି । ଏହାପରେ ରିଙ୍କୁ କହୁଛନ୍ତି, "ସତରେ ଭାଇ, ସେ ବ୍ୟାଟ ଗୁଡ଼ିକ ଭଲ ନୁହେଁ । ତମ ଭାଙ୍ଗି ଯାଇଥିବା ବ୍ୟାଟ୍‌ ବି ମୁଁ ମୋ ପାଖରେ ରଖିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଆଜି ଡବଲ ହେଡର ମ୍ୟାଚ; ଆରିସିବି ବନାମ କେକେଆର, ଗୁଜୁରାଟକୁ ଭେଟିବ ପଞ୍ଜାବ - IPL 2024

ତେବେ ଆଇପିଏଲ୍‌ ହେଉ କି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌, ସବୁବେଳେ ଯୁବ ଖେଳାଳିମାନଙ୍କ ସହ ବିରାଟ କୋହଲି ବହୁତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥାଏ । କୋହଲି ଯୁବ ଖେଳାଳିମାନଙ୍କୁ ଖେଳକୁ ନେଇ ନୂଆ ନୂଆ ଟିପ୍ସ୍‌ ଦେଉଥିବା ଓ ପ୍ରେରଣା ଯୋଗାଉଥିବାର ବହୁତ ଭିଡିଓ ପ୍ରତି ମ୍ୟାଚ୍‌ ପରେ ଭାଇରାଲ ହୋଇଥାଏ । ଚଳିତ ଆଇପିଏଲ୍‌ରେ କେକେଆର୍‌ ଓ ଆର୍‌ସିବି ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ ରିଙ୍କୁ ସିଂଙ୍କୁ ଏକ ବ୍ୟାଟ୍‌ ଦେଉଥିବା ଫଟୋ ଭାଇରାଲ ହୋଇଥିଲା । ଏଥର ମ୍ୟାଚ୍‌ ପୂର୍ବରୁ ସେହି ବ୍ୟାଟ୍‌ ଭାଙ୍ଗି ଯାଇଥିବାରୁ ରିଙ୍କୁ କୋହଲିଙ୍କୁ ଆଉ ଏକ ବ୍ୟାଟ ମାଗୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.