ETV Bharat / sports

ଆଜି ଡବଲ ହେଡର ମ୍ୟାଚ; ଆରିସିବି ବନାମ କେକେଆର, ଗୁଜୁରାଟକୁ ଭେଟିବ ପଞ୍ଜାବ - IPL 2024

author img

By ETV Bharat Odisha Team

Published : Apr 21, 2024, 2:23 PM IST

Etv Bharat
Etv Bharat

IPL 2024: ଆଇପିଏଲରେ ଆଜି ରହିଛି ଦୁଇଟି ମୁକାବିଲା । ପ୍ରଥମେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା । ଦ୍ବିତୀୟ ମ୍ୟାଚ ଗୁଜୁରାଟ ଓ ପଞ୍ଜାବ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଇପିଏଲରରେ ଆଜି ରହିଛି ଡବଲ ହେଡର ମ୍ୟାଚ । 36ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 37ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଚାରି ଦଳ । ପଞ୍ଜାବ, ଗୁଜୁରାଟ ଓ ଆରସିବି ଅଷ୍ଟମ ମ୍ୟାଚ ଖେଳିବେ । କେକେଆର ସପ୍ତମ ମ୍ୟାଚ ଖେଳି ପଞ୍ଚମ ବିଜୟର ଆଶା ରଖିଛି । ଅପରାହ୍ନ ଓ ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚ ରୋମାଞ୍ଚକର ହେବ । ଦଳର ସମ୍ମାନ ବଞ୍ଚାଇବାକୁ ହେଲେ ଆଜିର ମ୍ୟାଚରେ ଆରସିବିକୁ ବିଜୟୀ ହେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ-ପାଓ୍ବାର ପ୍ଲେରେ ପାଓ୍ବାର ଦେଖାଇଲା ହାଇଦ୍ରାବାଦ, ଦେଖନ୍ତୁ ରେକର୍ଡ ତାଲିକା - IPL 2024

ଅପରାହ୍ନ 3ଟା 30ରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଆରସିବି ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଚଳିତ ସିଜିନରେ ବେଙ୍ଗାଲୁରୁର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ଦଳ 7ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇ 6ଟିରେ ପରାଜିତ ରହିଛି । ପଏଣ୍ଟ ଟେବୁଲର ଶେଷରେ ରହିଛି ଦଳ । ଏହାରି ମଧ୍ୟରେ ଆଜି ଅଷ୍ଟମ ମ୍ୟାଚ ଖେଳିବାକୁ ଯାଉଛି । ପୂର୍ବ ଭୁଲକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ଆରସିବି । ଅନ୍ୟପଟେ ଚଳିତ ସିଜିନରେ କେକେଆରର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳି 4ଟିରେ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଶ୍ରେୟସଙ୍କ ବାହିନୀ । ଗତ ମ୍ୟାଚରେ ଦଳ ରାଜସ୍ଥାନ ଠାରୁ ପରାସ୍ତ ହୋଇଥିଲା । ତେଣୁ ଆଜି ମ୍ୟାଚରେ ଦଳ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଉପର ସ୍ଥାନକୁ ଉଠିବାକୁ ଚେଷ୍ଟା କରିବ ।

ସନ୍ଧ୍ୟା 7ଟା 30ରେ ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ପଞ୍ଜାବ କିଙ୍ଗ୍ସର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଦଳ ବର୍ତ୍ତମାନ ପର୍ଯ୍ୟନ୍ତ 7ଟି ମ୍ୟାଚ ଖେଳି ମାତ୍ର 2ଟିରେ ବିଜୟ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ବିଜୟ ଧାରାକୁ ଫେରିବାକୁ ସଂଘର୍ଷ କରୁଛି ଦଳ । ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା ପିବିକେଏସ । ଅନ୍ୟପଟେ ଗୁଜୁରାଟ ଟାଇଟନ୍ସର ପ୍ରଦର୍ଶନ ଚଳିତ ସିଜିନରେ ଏତେଟା ଭଲ ନାହିଁ । 7ଟି ମ୍ୟାଚ ଖେଳି ଦଳ 3ଟିରେ ବିଜୟୀ ହୋଇ 4ଟିରେ ପରାଜିତ ହୋଇଛି । ଫଳରେ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେଣୁ ବିଜୟ ଟ୍ରାକକୁ ଫେରିବାକୁ ଗିଲଙ୍କ ବାହିନୀ ପୁରା ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.