ETV Bharat / sports

ପାରାଲମ୍ପିକ୍‌ ଖେଳାଳି ଦେବେନ୍ଦ୍ରଙ୍କୁ ଟିକେଟ୍‌ ଦେଇଛି ବିଜେପି, ଜାଣନ୍ତୁ କେଉଁଠୁ ଲଢ଼ିବେ

author img

By ETV Bharat Odisha Team

Published : Mar 3, 2024, 6:53 AM IST

BJP Ticket to Paralympics Athelate Devendra Jhajharia
BJP Ticket to Paralympics Athelate Devendra Jhajharia

BJP Ticket to Paralympics Athelate Devendra Jhajharia: ପ୍ରଥମ ପର୍ଯ୍ୟାୟରେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ରହିଛି ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ପାରାଲମ୍ପିକ୍‌ ଆଥଲେଟ୍‌ ଦେବେନ୍ଦ୍ର ଝାଝରିୟାଙ୍କ ନାଁ । ରାଜସ୍ଥାନର ଚୁରୁ ସଂସଦୀୟ କ୍ଷେତ୍ରରୁ ଝାଝରିୟାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କରିଛନ୍ତି ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ପାରାଲମ୍ପିକ୍‌ ଆଥଲେଟ୍‌ ଦେବେନ୍ଦ୍ର ଝାଝରିୟା । କେବଳ ରାଜନୀତିରେ ପ୍ରବେଶ କରିନାହାନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ମଧ୍ୟ ଦେବେନ୍ଦ୍ରଙ୍କ ନାଁ ରହିଛି । ଅର୍ଥାତ 2024 ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଦେବେନ୍ଦ୍ର ଝାଝରିୟା । ରାଜସ୍ଥାନର ଚୁରୁ ସଂସଦୀୟ କ୍ଷେତ୍ରରୁ ଝାଝରିୟାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ପାରାଲମ୍ପିକ୍‌ରେ ଦୁଇ ଦୁଇ ଥରର ବିଜେତା ତଥା ଜାଭେଲିନ୍‌ ଫିଙ୍ଗାଳି ଦେବେନ୍ଦ୍ର ଝାଝରିୟା ଭାରତୀୟ ପାରାଲମ୍ପିକ୍‌ କମିଟିର ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ 9 ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

ଆସନ୍ତା ମାର୍ଚ୍ଚ 9 ତାରିଖରେ ହେବାକୁ ଥିବା ଭାରତୀୟ ପାରାଲମ୍ପିକ୍‌ କମିଟି (PCI) ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଦେବେନ୍ଦ୍ର ଝାଝରିୟାଙ୍କ ବ୍ୟତୀତ ଅନ୍ୟ କେହି ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି । ତେଣୁ ଏହି ପଦ ପାଇଁ ସେ ଅବାଧରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏପଟେ ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ଶାସକ ଭାରତୀୟ ଜନତା ପାର୍ଟି । ସେ ଭାରତର ପ୍ରଥମ ପାରା ଆଥଲେଟ୍‌ ଭାବେ ପଦ୍ମଭୂଷଣ ସମ୍ମାନ ମଧ୍ୟ ପାଇଛନ୍ତି । ଗତ 3 ପାରାଲମ୍ପିକ୍‌ରେ ସେ ଦେଶକୁ ମେଡଲ ଦେଇଛନ୍ତି । ଏପରିକି ରାଜସ୍ଥାନର ପ୍ରଥମ ପାରା ଆଥଲେଟ୍‌ ଭାବେ ମଧ୍ୟ ସେ ପଦ୍ମଭୂଷଣ ସମ୍ମାନ ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା: କେଉଁଠୁ ଲଢିବେ କେଉଁ ହେଭିଓ୍ବେଟ, ଜାଣନ୍ତୁ

ପ୍ରକାଶ ଯୋଗ୍ୟ, ଗତକାଲି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କୁ ମିଶାଇ 195 ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଆସନ ଅପରିବର୍ତ୍ତିତ ରହିଥିବା ବେଳେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିବା କିଛି ହେଭିଓ୍ବେଟଙ୍କୁ ଦଳ ଚଳିତଥର ଲୋକସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଛି । ଦଳର ମୁଖ୍ୟ ରଣନୀତିକାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗତଥର ପରି ନିଜ ପାରମ୍ପରିକ ଆସନ ଗୁଜୁରାଟର ଗାନ୍ଧୀନଗରରୁ ଲଢିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଲଢିବେ । ସେହିପରି ଆମେଠୀ ଆସନ ବଜାୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳର ଆଗଧାଡିର ମହିଳା ଚେହେରା ସ୍ମୃତି ଇରାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.