ETV Bharat / sports

ଆଜି ପଞ୍ଜାବ-ମୁମ୍ବାଇ ମୁକାବିଲା; ତୃତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ - IPL 2024

author img

By ETV Bharat Odisha Team

Published : Apr 18, 2024, 2:22 PM IST

IPL 2024
IPL 2024

PBKS vs MI Match Preview: ଆଇପିଏଲରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା । ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଆଇପିଏଲର ସିଜିନ 17ରେ ଆଜି ରହିଛି 33ତମ ମୁକାବିଲା । ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଜି ସନ୍ଧ୍ୟା 7ଟା 30ରେ ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଦୁଇ ଦଳ ବିଜୟଧାରାକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ପଏଣ୍ଟ ଟେବୁଲରେ ଉଭୟ ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି । ତୃତୀୟ ବିଜୟ ହାସଲ ପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଆଇପିଏଲରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-2025 ଆଇପିଏଲ ସିଜିନ ଖେଳିବେ ଧୋନି ! - IPL 2024

ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ମୋଟ 6ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ମାତ୍ର 2ଟିରେ ବିଜୟୀ ହୋଇଥିବା ବେଳେ 4ଟିରେ ପରାଜିତ ହୋଇଛି ଦଳ । ତୃତୀୟ ବିଜୟ ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ସଫଳତା ମିଳିପାରିନି । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗର ପ୍ରଦର୍ଶନ ଏତେଟା ବି ଭଲ ନାହିଁ । ଯାହାଫଳରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାତଛଡା କରୁଛି ପଞ୍ଜାବ । ପୂର୍ବ ଭୁଲକୁ ସୁଧାରି ଦଳ ଆଜି ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚ ଶେଖର ଧାଓ୍ବନ ଖେଳିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଗୁଜୁରାଟ ବ୍ୟାଟର, ଋଷଭ ବାହିନୀର ସହଜ ବିଜୟ - IPL 2024

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ 6ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ 2ଟିରେ ବିଜୟୀ ହୋଇ 4ଟିରେ ପରାଜିତ ହୋଇଛି ଦଳ । କ୍ରମଶଃ 3ଟି ମ୍ୟାଚରେ ପରାଜିତ ହେବା ପରେ ଲଗାତାର 2ଟି ମ୍ୟାଚରେ ବିଜୟୀ ହୋଇଥିଲା ପାଣ୍ଡ୍ୟା ବାହିନୀ । ପୂର୍ବ ମ୍ୟାଚରେ ଚେନ୍ନାଇ ଠାରୁ ଦଳ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ବ୍ୟାଟରୁ ଶତକ ଆସିଥିଲା । ଆଜିର ମ୍ୟାଚରେ ମଧ୍ୟ ରୋହିତଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଦଳ ଆଶାବାଦୀ । ରୋହିତଙ୍କ ବ୍ୟତୀତ ଦଳର ବ୍ୟାଟିଂ ଭାର ତିଳକ ବର୍ମା, ଇଶାନଙ୍କ ଉପରେ ନିର୍ଭରଶୀଳ । ବୋଲିଂ ବିଭାଗ ହାର୍ଦ୍ଦିକ ପାଣ୍ଡ୍ୟା, ଆକାଶ ମଧଓ୍ବାଲ ଓ ବୁମରାଙ୍କ ଉପରେ ଭରସା କରିଛି ଦଳ । ଯଦି ଆଇପିଏଲର ପୂର୍ବ ରେକର୍ଡକୁ ଦେଖାଯାଏ ତେବେ ଉଭୟ ଦଳ ପରସ୍ପରକୁ 31 ଥର ଭେଟିଛନ୍ତି । ପଞ୍ଜାବ 15ଟିରେ ବିଜୟୀ ହୋଇଥିବା ବେଳେ ମୁମ୍ବାଇ 16ଟିରେ ବାଜି ମାରିଛି । ତେଣୁ ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାହା କହିବା ମୁସ୍କିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.