ETV Bharat / politics

ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ପ୍ରତିଶୃତି; କ୍ଷମତାକୁ ଆସିଲେ ଶସ୍ତାରେ ମିଳିବ କ୍ୱାଲିଟି ମଦ - Andhra Pradesh Elections

author img

By ETV Bharat Odisha Team

Published : Apr 9, 2024, 9:51 AM IST

Chandrababu Naidu
Chandrababu Naidu

Chandrababu Naidu Promises Voters: ଭୋଟ ହାତେଇବାକୁ ଚନ୍ଦ୍ରବାବୁ ନଇଡୁ ଅଜବ ନିର୍ବାଚନୀ ପ୍ରତିଶୃତି । କହିଲେ ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ଶସ୍ତାରେ ମିଳିବ କ୍ୱାଲିଟି ମଦ । ଅଧିକ ପଢନ୍ତୁ

ଅମରାବତୀ: ସାଧାରଣ ନିର୍ବାଚନକୁ ନେଇ ଆନ୍ଧ୍ରପ୍ରଦେଶରେ ଚାଲିଛି ଜୋରଦାର ପ୍ରଚାର । ଭୋଟ ହାତେଇବାକୁ ଭୋଟରଙ୍କୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଭୋଟରଙ୍କୁ ଏକ ଅଜବ ପ୍ରତିଶୃତି ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ତାଙ୍କ ଦଳ ସରକାରକୁ ଆସିଲେ ମଦ ଦର ହ୍ରାସ କରିବେ ଏବଂ କମ ଦାମରେ କ୍ବାଲିଟି ମଦ ପାଇବେ ବୋଲି ପ୍ରଚାର ସମୟରେ ସେ କହିଛନ୍ତି । ଚଳିତ ନିର୍ବାଚନରେ କୁପମ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେଠାରେ ଗତକାଲି (ସୋମବାର) ପ୍ରଚାର ସମୟରେ ଏକ ରାଲିକୁ ସମ୍ଭୋଧନ କରି ଭୋଟରଙ୍କୁ ମଦ ଦର ହ୍ରାସ କରିବାକୁ ପ୍ରତିଶୃତି ଦେଇଥିଲେ ।

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି , ''ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି, ଯଦି ରାଜ୍ୟରେ ଆମ ଦଳ ସରକାର ଗଠନ କରେ ତେବେ 40 ଦିନ ପରେ କେବଳ କ୍ବାଲିଟି ମଦ ନୁହେଁ ବରଂ ମଦର ମୂଲ୍ୟ ହ୍ରାସ କରିବା ଆମର ଦାୟିତ୍ବ । ମଦ ଦର ସମେତ ସମସ୍ତ ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ଯେତେବେଳେ ମୁଁ ମଦ ବିଷୟରେ କୁହେ ସେତେବେଳେ ଆମର ସାନ ଭାଇମାନେ ଖୁସି ହୁଅନ୍ତି । ମଦ ଦର ହ୍ରାସ କରାଯାଉ ବୋଲି ସେମାନେ ଚାହୁଁଛନ୍ତି । ଜଗନ ମୋହନ ରେଡ୍ଡୀ ମଦ ଦର 60ରୁ 200 ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ 100 ଟଙ୍କା ନିଜ ପକେଟରେ ରଖୁଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ଚନ୍ଦ୍ରବାବୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜଗନ, 48ଘଣ୍ଟାରେ ଉତ୍ତର ରଖିବାକୁ ECIଙ୍କ ନୋଟିସ - EC issues notice to CM Jagan

ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ସରକାର 2022-23 ମସିହାରେ ଏକ୍ସାଇଜ୍ ରେଭେନ୍ୟୁ ମାଧ୍ୟମରେ ପ୍ରାୟ 24,000 କୋଟି ଟଙ୍କା ସଂଗ୍ରହ କରିଥିଲେ । 2019-20ରେ 17,000 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଥିଲା । ଆନ୍ଧ୍ରପ୍ରଦେଶରେ ସରକାରୀ ମାଲିକାନାରେ ଥିବା ଦୋକାନଗୁଡିକରେ ମଦ ବିକ୍ରି କରାଯାଉଛି । ତେବେ ଓ୍ବାଇଏସଆର କଂଗ୍ରେସ ସରକାର ନିମ୍ନମାନର ମଦ ଯୋଗାଉଥିବା ଚନ୍ଦ୍ରବାବୁ ନାଇଡୁ ଅନେକ ଥର ଅଭିଯୋଗ କରିଛନ୍ତି ।

ଦେଶରେ ମୋଟ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ଜୁନ 1 ତାରିଖରେ ଅନ୍ତିମ ପର୍ଯ୍ୟୟ ରହିଛି । ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଆନ୍ଧ୍ରପ୍ରଦେଶ 175 ବିଧାନସଭା ଆସନରେ ହେବ ମତଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.