ETV Bharat / bharat

ଚନ୍ଦ୍ରବାବୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜଗନ, 48ଘଣ୍ଟାରେ ଉତ୍ତର ରଖିବାକୁ ECIଙ୍କ ନୋଟିସ - EC issues notice to CM Jagan

author img

By ETV Bharat Odisha Team

Published : Apr 7, 2024, 9:24 PM IST

EC issues notice to CM Jagan: ଚନ୍ଦ୍ରବାବୁ ନାଇଡୁଙ୍କୁ ସିନେମାର ଭୂତ ଚରିତ୍ର ସହ ତୂଳନା କରି ଅଡୁଆରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । 48 ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ବାଚନ କମିଶନଙ୍କ ନୋଟିସ । ଅଧିକ ପଢନ୍ତୁ

ଚନ୍ଦ୍ରବାବୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜଗନ, ନୋଟିସ ଜାରି କଲେ ECI
ଚନ୍ଦ୍ରବାବୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜଗନ, ନୋଟିସ ଜାରି କଲେ ECI

ଅମରାବତୀ: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନଇଡୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରି ଅଡୁଆରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଏନେଇ ଜଗନଙ୍କ ବିରୋଧରେ ଅଭିଯୋଗ ହେବା ପରେ ଆଜି ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । 48 ଘଣ୍ଟା ମଧ୍ୟରେ ପକ୍ଷ ରଖିବାକୁ ଜାରି ନୋଟିସରେ ଜଗନଙ୍କୁ ସମୟ ମିଳିଛି । ଏନେଇ ଓ୍ବାଇଏସଆର କ୍ୟାମ୍ପରୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନି ।

ଏକ ନିର୍ବାଚନୀ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଜଗନ ଏହି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ସେ ଚନ୍ଦ୍ରବାବୁଙ୍କୁ ସମାଲୋଚନା କରିବା ବେଳେ କିଛି ଚର୍ଚ୍ଚିତ ଚଳଚ୍ଚିତ୍ରର ଏକାଧିକ ଭୂତ ଚରିତ୍ର ସହ ତୁଳନା କରି କଟାକ୍ଷ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ 5ତାରିଖରେ ‘ଟିଡିପି’ର ପଲିଟିକାଲ ଆଫାୟର୍ସ କମିଟି ସଦସ୍ୟ ବର୍ଲା ରାମାୟା ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଜଗନଙ୍କ ଏପରି ମନ୍ତବ୍ୟ ଲଜ୍ଜାଜନକ ଓ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗରେ ଟିଡିପି ଦର୍ଶାଇଥିଲା । ଆଜି ଏହି ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୋଟିସ ଜାରି କରି ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଉତ୍ତର ମାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତଥର ସାଧାରଣ ନିର୍ବାଚନ ସହ ଅନ୍ୟ 4 ରାଜ୍ୟ ସମେତ ଆନ୍ଧ୍ରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ଶିବିରକୁ ବହୁ ବର୍ଷ ପରେ ଫେରିଛନ୍ତି । ରାଜ୍ୟରେ ଚନ୍ଦ୍ରବାବୁଙ୍କ ନେତୃତ୍ବାଧୀନ ତେଲଗୁ ଦେଶମ ପାର୍ଟି, ଅଭିନେତା-ରାଜନେତା ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି’ ଓ ବିଜେପି ଏକାଠୀ ନିର୍ବାଚନ ଲଢୁଛନ୍ତି । ଅପରପକ୍ଷରେ ଶାସକ ଦଳ ‘ଓ୍ବାଇଏସଆର-କଂଗ୍ରେସ’ ଏକାକୀ ନିର୍ବାଚନ ଲଢୁଛି । ଏକାଧିକ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଜେଲରେ ରହିବା ପରେ ଚନ୍ଦ୍ରବାବୁ ଏବେ ବେଲରେ ଫେରି ନିର୍ବାଚନରେ ସକ୍ରିୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାଜ୍ଯରେ ଜଗନ ଓ ଚନ୍ଦ୍ରବାବୁଙ୍କ ପାର୍ଟି ମଧ୍ୟରେ ସିଧା ମୁକାବିଲା ହେଉଛି । ନିର୍ବାଚନ ନଲଢାଇ ଦେବା ପାଇଁ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚନ୍ଦ୍ରବାବୁଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଥିଲା ଟିଡିପି । ହେଲେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ସେ ବେଲ୍‌ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.